ଏଥର ଶୀତଳଷଷ୍ଠୀରେ ନିଆଁ ଲଗାଇଲେ ନୀଳ ଜିନ୍ସୱାଲି ରୂପସୀ!

ଏଥର ଶୀତଳଷଷ୍ଠୀରେ ଧୁମ ମଚାଇଲେ ବ୍ଲୁ ଜିନ୍ସୱାଲି ନୀଳନୟନା। ସମ୍ବଲପୁରର କ୍ରସ, ଜବାଁ ଦିଲୋଂ କି ଧଡ଼କନ, ଯୁବ ସମାଜର ସ୍ପନ୍ଦନ, ଏଭଳି କେତେ କଣ ଆଖ୍ୟା ପାଇଛନ୍ତି ଏହି ଡ୍ୟାନସର।

ଅଜୟ କୁମାର ନାଥ Tue, 07 Jun 2022-8:35 am,
1/6

ଶୀତଳଷଷ୍ଠୀରେ ସମସ୍ତଙ୍କ ହୃଦୟ ଜିତିଥିବା ଜଣେ ବଙ୍ଗୀୟ ରୂପସୀଙ୍କ ସୁନ୍ଦରତାକୁ ନେଇ ଏବେ କେବଳ ସମ୍ବଲପୁର ନୁହଁ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି। 

2/6

ଶୀତଳଷଷ୍ଠୀରେ ଧୁମ ମଚାଇଛନ୍ତି ଜଣେ ବଙ୍ଗିୟ କଳାକାର। ତାଙ୍କ ନୃତ୍ୟରେ ବିଭୋର ହୋଇଛନ୍ତି ଯୁବ ସମାଜ। ତାଙ୍କର ଡ୍ୟାନ୍ସର ଜଲୱା ଗେଖି ପୁରା ସମ୍ବଲପୁର ମତୁଆଲ ହୋଇଛି। କେତେବେଳେ ମଡେଲ ଡ୍ରେସ୍ ତ ଆଉ କେତେବେଳେ ନୀଳରଂଗର ଶାଢୀରେ ଅତି ସୁନ୍ଦର ଡ୍ୟାନ୍ସକରି ସମସ୍ତଙ୍କୁ ବାନ୍ଧି ରଖିଥିଲେ ଏହି ନିଲନୟନା।

 

3/6

ଝାଡୁଆପଡାର ଶୀତଳଷଷ୍ଠୀ ଶୋଭାଯାତ୍ର‍ାରେ ସାମିଲ ହୋଇ ଡ୍ୟାନସର ଜଣକ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ତାଙ୍କ ଇଶାରା ଭାବ ନାଚ ଓ ଅଭିନୟରେ ପିଲାଠୁ ବଢା ସମସ୍ତେ ପାଗଳ ହୋଇଯାଇଛନ୍ତି। 

4/6

'ସାମୀ ସାମୀ' ରେକର୍ଡ ଗୀତରେ ତାଙ୍କର ହାବଭାବରେ ସେ ସମସ୍ତଙ୍କ ହୃଦୟକୁ ଜିଣିଥିଲେ। ଏହି ଗୀତ ପାଇଁ ସେ ଏବେ ସୋସିଆଲ ମିଡ଼ିଆରେ ବେଶ ଚର୍ଚ୍ଚାର ପରିସରକୁ ଆସିଛନ୍ତି।

5/6

ସାମାଜିକ ଗଣମାଧ୍ୟମରେ କିଏ ତାଙ୍କୁ 'ସମ୍ବଲପୁରର କ୍ରସ' ବୋଲି କହୁଥିବା ବେଳେ କିଏ ତାଙ୍କୁ 'ଇୟର ଅଫ ଦ କ୍ରସ' ବୋଲି କହୁଛି। ଗୋଟିଏ ପ୍ରକାର କହିବାକୁ ଗଲେ ସେ ଏବେ ସମସ୍ତଙ୍କର ହୃଦୟର ରାଣୀ ପାଲଟି ଯାଇଛନ୍ତି। 

6/6

ସୋସିଆଲ ମିଡ଼ିଆରେ ସେହି ବଙ୍ଗୀୟ ଡ୍ୟାନସର ଏବେ ଭାଇରଲ ହେବାରେ ଲାଗିଛନ୍ତି। ଏହି ଝିଅଙ୍କର ନାଚ ଦଳ କୋଲକାତାର ହୋଇଥିବା ବେଳେ ଏଥର ଶୀତଳଷଷ୍ଠୀରେ ଏହି ଦଳଙ୍କୁ ଆରଣ୍ୟକ ଶୀତଳଷଷ୍ଠୀ ଝାଡୁଆପଡା କମିଟି ଆଣିଥିବାର ସୂଚନା ମିଳିଛି।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link