PIB Fact Check On Unemployment Allowance: କେନ୍ଦ୍ର Central Government) ଓ ରାଜ୍ୟ ସରକାର (State Government) ଙ୍କ ଦ୍ୱାରା ଅନେକ ପ୍ରକାରର ଯୋଜନା (Government Scheme) ଚାଲିଛି । ସରକାରଙ୍କ ଏହି ଜନକଲ୍ୟାଣକାରୀ ଯୋଜନା ମହିଳାଙ୍କ ଠାରୁ ଆରମ୍ଭ କରି ଗରିବ ପର୍ଯ୍ୟନ୍ତ ସମସ୍ତଙ୍କୁ ଆର୍ଥିକ ସୁବିଧା ଯୋଗାଇ ଦେଉଛନ୍ତି । ଏହି ସମସ୍ତ ଯୋଜନା ମଧ୍ୟରେ କେନ୍ଦ୍ର ସରକାର ବେକାର ଯୁବକମାନଙ୍କୁ ପ୍ରତି ମାସରେ ୬୦୦୦ ଟଙ୍କା ଆର୍ଥିକ ସହାୟତା ଦେଉଛନ୍ତି ବୋଲି ଏକ ମେସେଜରେ ଦାବି କରାଯାଉଛି । ଆପଣ ମଧ୍ୟ ଏହି ଭତ୍ତା (PM Berojgari Bhatta Yojana) ର ଲାଭ ଉଠାଇବାକୁ ଚାହୁଁଛନ୍ତି କି ... ତେବେ ଜାଣନ୍ତୁ ସରକାର ପ୍ରକୃତରେ ଏହି ଟଙ୍କା ଦେଉଛନ୍ତି କି?


COMMERCIAL BREAK
SCROLL TO CONTINUE READING

ଆଜିକାଲି ସୋସିଆଲ ମିଡିଆରେ ଅନେକ ମେସେଜ ଭାଇରାଲ ହେବାରେ ଲାଗିଛି । ସରକାର ବେରୋଜଗାରୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି ବୋଲି ଏକ ମେସେଜରେ ଦାବି କରାଯାଇଛି । ଏହି ପୋଷ୍ଟ ଦେଖିବା ପରେ PIB ଏହାର ସତ୍ୟତା ଜାଣିବା ପାଇଁ ଏକ ଫ୍ୟାକ୍ଟ ଚେକ୍ (PIB Fact Check) କରିଛି । ଏକ ଭାଇରାଲ୍ ହ୍ୱାଟସ୍ ଆପ୍ ମେସେଜରେ ଦାବି କରାଯାଇଛି ଯେ ସରକାର ପ୍ରଧାନମନ୍ତ୍ରୀ ବେରୋଜଗରୀ ଭତ୍ତା ଯୋଜନା (PM Berojgari Bhatta Yojana) ଅଧୀନରେ ବେରୋଜଗାର ଯୁବକମାନ (Unemployment Youth) ଙ୍କୁ ପ୍ରତି ମାସରେ ୬,୦୦୦ ଭତ୍ତା ଦେଉଛନ୍ତି ।


ଆପଣଙ୍କୁ କହି ରଖୁଛୁ ଯେ, ଏହି ଭାଇରାଲ ହେଉଥିବା ମେସେଜଟି ମିଛ ଅଟେ । କେନ୍ଦ୍ର
ସରକାର ସେପରି କୌଣସି ଯୋଜନା ଚଳାଉ ନାହାଁନ୍ତି । ଦୟାକରି ଏହିପରି ମେସେଜ ଆଗକୁ ଫରୱାଡ କରନ୍ତୁ ନାହିଁ । କେନ୍ଦ୍ର ସରକାର (Central Govt) ଆହୁରି ମଧ୍ୟ କହିଛନ୍ତି ଯେ, ଏଭଳି ମେସେଜ କାହା ସହ ସେୟାର କରିବା ଉଚିତ ନୁହେଁ । ଏହା ସହିତ ଯଦି ଆପଣ ସରକାରଙ୍କ ସହ ଜଡିତ କୌଣସି ଯୋଜନା ବିଷୟରେ ସୂଚନା ପାଇବାକୁ ଚାହୁଁଛନ୍ତି, ତେବେ ଆପଣ କେବଳ ଅଫିସିଆଲ୍ ୱେବସାଇଟରେ ଯୋଗାଯୋଗ କରିବା ଆବଶ୍ୟକ ।


ଅଧିକ ପଢ଼ନ୍ତୁ:-ଜିଓ ଆଣିଲା ନୂଆ ପ୍ଲାନ୍! ୧୫୨ ରିଚାର୍ଜରେ ପୂରା ମାସ ପାଇଁ ମିଳିବ ଅସୀମିତ କଲିଂ, ଡାଟା


ଅଧିକ ପଢ଼ନ୍ତୁ:-୬୧୭ ବର୍ଷ ପରେ ଏକାସାଙ୍ଗରେ ସୃଷ୍ଟି ହେଉଛି ୪ ରାଜଯୋଗ, ଏହି ୪ଟି ରାଶିର ଲୋକଙ୍କ ଆକସ୍ମିକ ଧନ ଲାଭ ସହ ଭାଗ୍ୟୋଦୟର ପ୍ରବଳ ଯୋଗ


ଅଧିକ ପଢ଼ନ୍ତୁ:-ଶୋଏବ ଅଖତରଙ୍କ ବଡ଼ ଖୁଲାସା, କହିଲେ-ମୋତେ ବଲିଉଡ ଫିଲ୍ମର ଆସିଥିଲା ଅଫର୍, ମିଳିଥିଲା ହିରୋର ରୋଲ୍


 


କେନ୍ଦ୍ର ସରକାର ଏହା କହିଛନ୍ତି ଯେ, ଏଭଳି ମିଥ୍ୟା ଖବରଠାରୁ ଦୂରରେ ରୁହନ୍ତୁ ଓ ଏହି ଖବର କାହା ସହିତ ସେୟାର କରନ୍ତୁ ନାହିଁ । ବର୍ତ୍ତମାନ ଏହିପରି ଖବର ଫରୱାଡ କରନ୍ତୁ ନାହିଁ । ଯଦି ଆପଣ କୌଣସି ଭାଇରାଲ୍ ମେସେଜର ସତ୍ୟତା ଜାଣିବାକୁ ଚାହାଁନ୍ତି, ତେବେ ଆପଣ ଏହି ମୋବାଇଲ୍ ନମ୍ବର 918799711259 କିମ୍ବା socialmedia@pib.gov.in ରେ ମେଲ୍ କରିପାରିବେ ।