CM Yogi adityanath Birthday: ୟୁପି ସିଏମ ଯୋଗୀ ଆଦିତ୍ୟନାଥଙ୍କର ଆଜି ଜନ୍ମଦିନ । ଏହି ଅବସରରେ ଅନେକ ନେତା, ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ (Birthday wishes) ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସିଏମ ଯୋଗୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ୟୁପି ସିଏମ ଯୋଗୀ ଆଦିତ୍ୟନାଥଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇଥିବା ସମୟରେ ପିଏମ୍ ମୋଦୀ (PM Modiji) ତାଙ୍କ ନେତୃତ୍ୱରେ ଉତ୍ତରପ୍ରଦେଶର ସର୍ବଦଳୀୟ ବିକାଶ ବିଷୟରେ କହିଥିଲେ । ସମସ୍ତ ଗୁରୁତ୍ୱପୂର୍ଣ୍ଣ ପାରାମିଟରରେ ରାଜ୍ୟକୁ ଆଗରେ ରଖିଥିଲେ । ପିଏମଙ୍କ ଶୁଭେଚ୍ଛା (wishes) ପାଇଁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇ ସିଏମ୍ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ପିଏମ ମୋଦୀଙ୍କ ସଫଳ ମାର୍ଗଦର୍ଶନରେ ଉତ୍ତରପ୍ରଦେଶ ଦ୍ରୁତ ଗତିରେ ବିକାଶ କରୁଛି।


COMMERCIAL BREAK
SCROLL TO CONTINUE READING

କ’ଣ ଲେଖିଛନ୍ତି ପିଏମ ମୋଦୀ ?


ଯୋଗୀ ଆଦିତ୍ୟନାଥଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି କହିଛନ୍ତି, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହାର୍ଦ୍ଦିକ ଜନ୍ମଦିନର ଶୁଭେଚ୍ଛା । ଗତ ବର୍ଷ ମଧ୍ୟରେ ସେ ରାଜ୍ୟକୁ ଅନେକ କିଛି ପ୍ରଦାନ କରିଛନ୍ତି ଏବଂ ସମସ୍ତ କ୍ଷେତ୍ରରେ ଅଗ୍ରଗତି କରାଇଛନ୍ତି । ମୁଖ୍ୟ ପାରାମିଟର ଗୁଡିକ ଉପରେ ଉତ୍ତର ପ୍ରଦେଶର ବିକାଶ ଉଲ୍ଲେଖନୀୟ । ଯୋଗୀ ଆଦିତ୍ୟନାଥଙ୍କ ଦୀର୍ଘ ଏବଂ ସୁସ୍ଥ ଜୀବନ ପାଇଁ ମୁଁ ପ୍ରାର୍ଥନା କରୁଛି ।


ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିନନ୍ଦନ ବାର୍ତ୍ତା ପାଇବା ପରେ ଯୋଗୀ ଆଦିତ୍ୟନାଥ କୃତଜ୍ଞତା ଜଣାଇବା ସହ ଉତ୍ତର (answer) ରଖିଛନ୍ତି । ପିଏମଙ୍କୁ ପ୍ରଶଂସା କରି କହିଛନ୍ତି ଯେ, ଆପଣଙ୍କର ସଫଳ ମାର୍ଗଦର୍ଶନ ହେତୁ ଆମ ରାଜ୍ୟ ଆଗକୁ ବଢୁଛି । ଉତ୍ତର ପ୍ରଦେଶ ବର୍ତ୍ତମାନ ଏକ ନୂଆ ଉତ୍ତରପ୍ରଦେଶ (utarpradesh) ହୋଇପାରିଛି । ସେବା ହେଉ କି ସୁରକ୍ଷା ସବୁଥିରେ ରାଜ୍ୟ ବିକାଶ କରୁଛି । ଏଥିସହ ଉତ୍ତର ପ୍ରଦେଶ ନୂଆ ପରିଚୟ ପ୍ରତିଷ୍ଠା କରୁଛି ।  ଦେଶର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ରାଜ୍ୟକୁ ସଠିକ୍ ଭାବରେ ପରିଚାଳନା କରି ନିଜର ଲୋକପ୍ରିୟତା ବଜାୟ ରଖିଛନ୍ତି ଯୋଗୀ ସରକାର । ଆଜି ଜନ୍ମଦିନ ଅବସରରେ ଏକ ରୁଦ୍ରଭିଷେକ କରି ଗୋରଖନାଥ ମନ୍ଦିର ନିକଟରେ ବୃକ୍ଷ ରୋପଣ କରିଥିଲେ । ପରିବେଶ ପ୍ରତି ସିଏମ ଯୋଗୀଙ୍କ ଏପରି ଭଲ ପାଇବାକୁ ସାଧାରଣରେ ମଧ୍ୟ ଚର୍ଚ୍ଚା କରାଯାଇଛି ।


ସୂଚନାଯୋଗ୍ୟ, ସିଏମ ଯୋଗୀ ଆଦିତ୍ୟନାଥ ୫ ଜୁନ୍ ୧୯୭୨ ମସିହାରେ ଜନ୍ମଗ୍ରହଣ (born) କରିଥିଲେ । ଜନସାଧାରଣଙ୍କ ସେବା କରିବା ପାଇଁ ଇଚ୍ଛା ରଖି ରାଜନୀତିରେ (politics) ଯୋଗ ଦେଇଥିଲେ । ନିଜର ସ୍ୱତନ୍ତ୍ର ବେଶଭୂଷା ସିଏମ ଯୋଗୀଙ୍କୁ ଅଲଗା କରିଛି । ରାଜନୀତିର ରାସ୍ତାରେ ମଧ୍ୟ ଯୋଗୀ ଆଦିତ୍ୟନାଥ ସଫଳତା ସହ ଆଗକୁ ଆଗକୁ ଆଗେଇ ଚାଲିଛନ୍ତି । ରାଜ୍ୟରେ ମାଫିଆକୁ ସମାପ୍ତ କରିବା ସହ ବିକାଶ କରାଇବା ଦିଗରେ ଯୋଗୀ ସରକାରଙ୍କ କାର୍ଯ୍ୟକ୍ରମକୁ ଅନେକ ସ୍ଥାନରୁ ପ୍ରଶଂସା (appreciation) ମିଳିଛି । ବିଭିନ୍ନ ଯୋଜନା ମାଧ୍ୟମରେ ୟୁପି (up) ଲୋକଙ୍କ ନିକଟରେ ପହଞ୍ଚିବା ଆଜି ଯୋଗୀ ସରକାରଙ୍କୁ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚାଇଛି । ଏହାସହ ରାଜ୍ୟର ସବୁ ଗରିବଙ୍କ ପାଇଁ ବିଭିନ୍ନ ଯୋଜନା (schemes),  କେନ୍ଦ୍ର ସରକାରଙ୍କ ଯୋଜନା ଗୁଡିକୁ ରାଜ୍ୟର ଲୋକଙ୍କ ନିକଟରେ ସଠିକ୍ ଭାବରେ ପହଞ୍ଚାଇବା ଯୋଗୀ ସରକାର ସଠିକ ଭାବରେ ତ୍ୱରାନ୍ୱିତ କରିଛନ୍ତି । ଉତ୍ତରପ୍ରଦେଶ ଲୋକଙ୍କର ପ୍ରିୟ ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି ଯୋଗୀ ସରକାର । ସେଥିପାଇଁ ଆଜି ଜନ୍ମଦିନର ଶୁଭେଚ୍ଛା ଜଣାଇବାପାଇଁ ବିଭିନ୍ନ ସ୍ଥାନରୁ ନେତାମନ୍ତ୍ରୀଙ୍କ ସମେତ ସାଧାରଣ ଲୋକ ମଧ୍ୟ ରୁଣ୍ଡ ହୋଇଥିଲେ ବାସ ଭବନ ଆଗରେ ।


also read- ଟ୍ରେନରେ ଯାତ୍ରା କରୁଛନ୍ତି କି ? ଏହା ଆଦୌ ଭୁଲନ୍ତୁ ନାହିଁ, ମାତ୍ର ୩୫ ପଇସାର ବୀମାରେ ପାଇବେ ୧୦ ଲକ୍ଷ ଟଙ୍କା