PM Narendra Modi: ଘନ ଘନ ଓଡ଼ିଶା ଗସ୍ତ ତା ସାଙ୍ଗକୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ। ଏଇ କିଛିଦିନ ହେବ ଓଡ଼଼ିଶା ରାଜନୀତି ବହୁତ ସରଗରମ ରହିଛି। କେବଳ ହେଭିୱେଟ ନୁହଁନ୍ତି ପ୍ରଧାନମନ୍ତ୍ରୀଙ୍କ ଘନଘନ ଗସ୍ତ ସହ ଟାର୍ଗେଟ୍ ଏବେ ବିଜେପି କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କୁ ବଳ ଯୋଗାଇଛି। ଗତକାଲି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚିବା ପରେ ଆଜି ଦିବ୍ଯ ମୁହୂର୍ତ୍ତରେ ମହାପ୍ରଭୁଙ୍କ ଦିବ୍ଯ ଦର୍ଶନ ଲାଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନିର୍ଦ୍ଧାରିତ ସମୟ ସକାଳ ପ୍ରାୟ ୭ଟା ୧୪ ମିନିଟରେ କଡା ସୁରକ୍ଷା ବଳୟ ମଧ୍ୟରେ ତାଙ୍କ କାରକେଡ ଶ୍ରୀମନ୍ଦିର ନିକଟରେ ଲାଗିଥିଲା। 


COMMERCIAL BREAK
SCROLL TO CONTINUE READING

ସେଠାରୁ ଶ୍ରୀମନ୍ଦିର ପ୍ରଶାସନ, ସେବାୟତ ଓ ଦଳୀୟ ନେତା ଓ ମନ୍ତ୍ରୀ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ସହ ସ୍ୱାଗତ କରିଥିଲେ। ପ୍ରଥମେ ଅରୁଣସ୍ତମ୍ଭ ନିକଟରେ ମୁଣ୍ଡିଆ ମାରିବା ପରେ ଶ୍ରୀମନ୍ଦିରକୁ ସିଂହଦ୍ଵାର ବାଇଶିପାହାଚ ଦେଇ ପାଛୋଟି ନେଇଥିଲେ। ସେତେବେଳେ ମହାପ୍ରଭୁଙ୍କର ମଙ୍ଗଳାଳତୀ ସରିଥାଏ। ବଡସିଂହାର ବେଶରେ ସଜେଇ ହୋଇ ରତ୍ନବେଦୀରେ ବିରାଜମାନ କରିଥାନ୍ତି ମହାବାହୁ। ପ୍ରଥମେ ଗର୍ଭଗୃହରେ ରତ୍ନବେଦୀରେ ବିରାଜିତ ତିନି ଠାକୁରଙ୍କ ନିକଟରେ ଦକ୍ଷିଣା ଦେଇ ଶ୍ରୀଜୀଉଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ କରିଥିଲେ।  ଏହାପରେ ଆରମ୍ଭ ହୋଇଥିଲା ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ ସହ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମ। 


ପ୍ରଥମେ ଅନୁଗୁଳ ପରେ କଟକ ରେ ଠିକ୍ ୧୧ ଟା ୫୫ ମିନିଟ୍ ରେ ପହଞ୍ଚିଥିଲେ ମୋଦି। ମଞ୍ଚାଧିନ ପରେ ଆରମ୍ଭ ହୋଇଥିଲା ମୋଦିଙ୍କ ଆକ୍ରମଣ। କଟକ ଦେଶର ସବୁଠାରୁ ପୁରୁଣା ସହର ମଧ୍ୟରୁ ଅନ୍ୟତମ। ଏଠାରେ ଇତିହାସ ବି ଅଛି। ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଉତ୍କଳ ଗୌରବ ମଧୂସୂଦନ ଦାସ, ଗୋପବନ୍ଧୁ ଦାସ, ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ପ୍ରେରଣା ଏହି ସହରରେ ରହିଛି। କଟକ ଆଧୁନିକ ଶିକ୍ଷାର ସହର ବୋଲି ମୋଦି କହିଥିଲେ।  ଏତେ ବଡ଼ ସଂସ୍କୃତି, ଇତିହାସ ବହନ କରୁଥିବା ଓଡ଼ିଆ ବୁଝି ପାରୁନଥିବା ଲୋକ କେବେ ସମ୍ଭାଳି ପାରିବେ କି। ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ମୋଦି ।ଯାହାଙ୍କୁ ଓଡ଼ିଶାର ସଂସ୍କୃତି, ମାଟିର ସମ୍ବେଦନା ବିଷୟରେ କିଛି ଜଣା ନଥିବା ସେମିତି କିଛି ଲୋକ କ’ଣ ଓଡ଼ିଶାକୁ ସମ୍ଭାଳିପାରିବ? ୨୪-୨୫ ବର୍ଷ ବିଜେଡିକୁ ଭୋଟ ଦେଇଛନ୍ତି କିନ୍ତୁ ପରିଣାମ କ’ଣ ହେଲା। ଏବେ ଆସନ୍ତା ୨୫ ବର୍ଷ ଓଡ଼ିଶାର ବିକାଶ ପାଇଁ ବହୁତ ଜରୁରୀ।


ମୋ ପାଖରେ ଲମ୍ବା ସମୟ କୌଣସି ରାଜ୍ୟ ଚଳାଇବାର ଅଭିଜ୍ଞତା ରହିଛି। ମୁଁ ଦିଲ୍ଲୀରେ ଥିଲେ ବି ଓଡ଼ିଶାରେ ଯିଏ ବି ମୁଖ୍ୟମନ୍ତ୍ରୀ ହେବ ତାକୁ କଷ୍ଟ କେବେ ଆସିବାକୁ ଦେବି ନାହିଁ। କଟକ ଚାରିଆଡ଼େ ନଦୀ କିନ୍ତୁ ଏଠାରେ ପିଇବା ପାଣି ନାହିଁ। ଏଠାରେ ନଳରୁ ଜଳ ଦେବାକୁ ଚାହୁଁଛି କିନ୍ତୁ ଏମାନେ ବାଧକ ହେଉଛନ୍ତି। ଆପଣ ଏଠାରେ ଡବଲ ଇଞ୍ଜିନ୍‍ ବିଜେପି ସରକାର କରିଲେ ଆପଣଙ୍କ ବିଜୁଳି ବିଲ୍‍ ଶୂନ୍ୟ ହେବ। ଖାଲି ଏତିକି ନୁହେଁ, ଆପଣ ବିଜୁଳି ବିକ୍ରି କରି ରୋଜଗାର କରିବେ। ପିଏମ୍‍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ଦ୍ୱାରା ହେବ। ଅନ୍‍ ଲାଇନରେ ଏଥିପାଇଁ ପଞ୍ଜିକରଣ କରିପାରିବେ। ୭୫ ହଜାରରୁ ଅଧିକ ଟଙ୍କା ଏଥିପାଇଁ ମୋଦି ସରକାର ଦେବେ। 


କେବଳ ଏତିକି ନୁହେଁ, ବିଜେଡି ସରକାରଙ୍କୁ ଓଡ଼ିଶା ଅଧିକାରର, ଗୌରବର କିଛି ଚିନ୍ତା ନାହିଁ। ଶ୍ରୀ ଜଗନ୍ନାଥଙ୍କ ରତ୍ନ ଭଣ୍ଡାରକୁ ନେଇ ଯାହା ହେଉଛି ତାହାକୁ ନେଇ ସାରା ଓଡ଼ିଶା ଅସନ୍ତୋଷ ପ୍ରକାଶ କରୁଛି। ଲୋକେ କହୁଛନ୍ତି ଏ ଚାବି ତାମିଲନାଡ଼ୁ ପଳାଇ ଯାଇଛି। ଯେଉଁ ପ୍ରକାରେ ରତ୍ନ ଭଣ୍ଡାର ଚାବି ହଜିଲା, ଯାଞ୍ଚ ରିପୋର୍ଟକୁ ଚାପି ଦିଆଗଲା ଏହା ଅନେକ ପ୍ରଶ୍ନ କହୁଛି। ମୁଁ ସୋମନାଥଙ୍କ ଭୂମିରୁ ଆସିଛି। ଜଗନ୍ନାଥଙ୍କ ଭୂମିକୁ ପୂଜା କରୁଛି। ମୋ ପାଇଁ ଯେତେ ଆଶୀର୍ବାଦ ସୋମାନାଥ ବାବାଙ୍କ ରହିଛି ସେତିକି ଶ୍ରୀ ଜଗନ୍ନାଥଙ୍କର। ଆପଣ ଆଶ୍ୱସ୍ତ ରୁହନ୍ତୁ ଏଠାରେ ବିଜେପି ସରକାର ହେଲା କ୍ଷଣି ଏଠାରେ ଚାବି ରହସ୍ୟ ଖୋଲାଯିବ। ଯାଞ୍ଚ ରିପୋର୍ଟ ସାମ୍ନାକୁ ଆସିଛି। ତ୍ରୁଟି କରିଛି ତାକୁ ମୋଦୀ କେବେ ଛାଡ଼ିବ ନାହିଁ। ଏହା ଓଡ଼ିଶାର ବିକାଶ ଓ ଓଡ଼ିଆ ଗୌରବକୁ ବଞ୍ଚାଇବାକୁ ଉଦ୍ଦିଷ୍ଟ ବୋଲି କହିଥିଲେ ମୋଦି ।


Also Read: Road Accident: ଖାଇକୁ ଖସିଲା ପିକଅପ ଭ୍ୟାନ୍, ଘଟଣାସ୍ଥଳରେ ୧୮ ମୃତ