PM Awas Yojana:ଦେଶରେ ପୁଣି ଥରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆରମ୍ଭ ହୋଇଛି। ଯେଉଁମାନେ ଗତବର୍ଷ ଘର ପାଇ ପାରିନାହାନ୍ତି ସେମାନେ ବର୍ତ୍ତମାନ ବହୁଳ ମାତ୍ରାରେ ଘରପାଇଁ ଆବେଦନ କରୁଛନ୍ତି। ତେବେ ଚଳିତ ବର୍ଷ ଆବେଦନକାରୀମାନେ ଅନଲାଇନ ମାଧ୍ୟମରେ ବିପୁଳ ସଂଖ୍ୟାରେ ଆବେଦନ କରୁଥିବା ଜଣାଯାଇଛି। ତେବେ ସବୁଠାରୁ ବଡ଼ କଥା ହେଉଛି ଯେ ଚଳିତ ବର୍ଷ ଯେଉଁମାନେ ଅନଲାଇନରେ ଘର ପାଇଁ ଆବେଦନ କରୁଛନ୍ତି ସେମାନଙ୍କୁ ଗୋଟିଏ ମାସ ମଧ୍ୟରେ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦିଆଯାଉଛି।  ତେବେ ଆପଣ ଯଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଆବେଦନ କରିବାକୁ ଚାହାନ୍ତି ତେବେ ଆପଣ ମଧ୍ୟରେ ଆବେଦନ କରିପାରିବେ। ତେବେ ଆପଣଙ୍କ ନିକଟରେ ଆବେଦନ ସମ୍ପର୍କିତ ପର୍ଯ୍ୟାପ୍ତ ସୂଚନା ନାହିଁ ଆମେ ଏହି ଆର୍ଟିକିଲ ମାଧ୍ୟମରେ ସୂଚନା ଦେବାକୁ ପ୍ରୟାସ କରିବୁ।


COMMERCIAL BREAK
SCROLL TO CONTINUE READING


PM Awas Yojana:ପିଏମ ଆବାସ ପାଇଁ ଏଭଳି କରନ୍ତୁ ଅନଲାଇନରେ ଆବେଦନ
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଅନଲାଇନରେ ଆବେଦନ କରିପାରିବେ। ଆବେଦନକାରୀମାନେ ଘରେ ବସି ମୋବାଇଲ୍ ମାଧ୍ୟମରେ ସେମାନଙ୍କ ଅନଲାଇନ୍ ମାଧ୍ୟମରେ ସହଜରେ ଆବେଦନ ଦାଖଲ କରିପାରିବେ। ଏଠାରେ କହି ରଖୁ କି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନଲାଇନ ଆବେଦନ ସରକାରୀ ୱେବସାଇଟରେ ଦାଖଲ କରାଯାଉଛି। ଫଳରେ ଏଥିପାଇଁ କୌଣସି ପ୍ରକାରର ଅର୍ଥ ଦେବାକୁ ହେବ ନାହିଁ। ଆବେଦନକାରୀ କେବଳ ନିଜର ଆବଶ୍ୟକୀୟ ଦସ୍ତାବିଜକୁ ଏହି ସରକାରୀ ୱେବସାଇଟରେ ଦାଖଲ କରିପାରିବେ। 


PM Awas Yojana:ଏହି ସବୁ ଯୋଗ୍ୟତା ରହିବା ନିହାତି ଜରୁରୀ


  • ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବେଦନ କରିବା ପୂର୍ବରୁ ମାପଦଣ୍ଡ ସମ୍ପର୍କରେ ଜାଣିନେବା ନିହାତି ଜରୁରୀ। 

  • ଆବାସ ଯୋଜନା ହେଉଛି ଏକ ଜାତୀୟ ସ୍ତରର ଯୋଜନା। ଏହାର ଫାଇଦା କେବଳ ଜଣେ ଭାରତୀୟ ହିଁ ଉଠାଇପାରିବ। 

  • ଗତ ବର୍ଷ ଯେଉଁମାନେ ଏହାର ଫାଇଦା ଉଠାଇ ପାରିନାହାନ୍ତି। ଚଳିତ ବର୍ଷ ସେହିମାନେ ହିଁ ଆବେଦନ କରିପାରିବେ। 

  • ଆବେଦନକାରୀଙ୍କ ବାର୍ଷିକ ଆୟ ସର୍ବାଧିକ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୀମିତ ରହିଥିବ। 

  • ଆବେଦନକାରୀଙ୍କ ନିକଟରେ ବିପିଏଲ କାର୍ଡ କିମ୍ବା ରାସନ କାର୍ଡ ରହିଥିବା ଜରୁରୀ। ଏପରିକି ତାଙ୍କ ପରିବାରରେ କୌଣସି ବ୍ୟକ୍ତି ସରକାରୀ ଚାକିରି କରିନଥିବା ଦରକାର। 



PM Awas Yojana:ଯୋଜନାରେ ଲାଭ


ଯଦି ଆପଣ PM Awas Yojana ପାଇଁ ଆବେଦନ କରିବାକୁ ଯାଉଛନ୍ତି, ତେବେ ଏଠାରେ କହି ରଖିବାକୁ ଚାହିଁବୁ ଯେ ଯଦି ଆପଣଙ୍କର ଆବେଦନ ଅନୁମୋଦନ ହୋଇଛି ତେବେ ଗୃହ ନିର୍ମାଣ ପାଇଁ ପ୍ରଥମ କିସ୍ତି ଆପଣଙ୍କୁ ସର୍ବାଧିକ ଏକ ମାସ ମଧ୍ୟରେ ସରକାର ଯୋଗାଇ ଦେବେ। ଏହି ଯୋଜନାର ପ୍ରଥମ କିସ୍ତି ଭାବରେ ସରକାର ଆପଣଙ୍କ ଆକାଉଣ୍ଟକୁ ସିଧାସଳଖ ଅଢେଇ ଲକ୍ଷ ଟଙ୍କା ପ୍ରଦାନ କରିବେ। 


 



PM Awas Yojana:ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବିଶେଷତ୍ତ୍ୱ


  • ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଆବେଦନକାରୀଙ୍କୁ ଦୁଇ ବଖରା ବିଶିଷ୍ଟ ପକ୍କା ଘର କରିବାକୁ ସରକାର ସହାୟତା ଯୋଗାଇ ଦେବେ। 

  • ଏହି ଯୋଜନାରେ ଘର ନିର୍ମାଣ ପାଇଁ ଏକ ଲକ୍ଷ ୨୦ ହଜାର ଟଙ୍କାରୁ ଆରମ୍ଭ କରି ଅଢେଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦେବେ। 

  • ଆବେଦନକାରୀ ନିଜର ସୁବିଧା ଅନୁସାରେ ଅନଲାଇନ କିମ୍ବା ଅଫଲାଇନ ମାଧ୍ୟମରେ ଆବେଦନ କରିପାରିବେ। 

  • ଏହି ଯୋଜନାରେ ଯୋଗ୍ୟତା ଥାଇ ମଧ୍ୟ ସୁବିଧା ଉଠାଇବାରୁ ବଞ୍ଚିତ ରହିଥିଲେ ତାଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ। 



PM Awas Yojana:ଅନଲାଇନରେ କିପରି କରିବେ ଆବେଦନ


  • ଏହି ଯୋଜନାର ଫାଇଦା ଉଠାଇବାକୁ ହେଲେ ଆପଣଙ୍କୁ ସରକାରୀ ୱେବସାଇଟ https://pmay-urban.gov.in/ରେ ଆବେଦନ କରିବାକୁ ହେବ। 

  • ୱେବସାଇଟକୁ ଯିବା ପରେ ହୋମ ପେଜକୁ ଭିଜିଟ କରନ୍ତୁ। 

  • ଏଥିରେ ନ୍ୟୁ ବିକଳ୍ପରେ ଥିବା ଆବେଦନ ପାଇଁ ବିକଳ୍ପକୁ ବାଛନ୍ତୁ। 

  • ବର୍ତ୍ତମାନ ଓପନ ହୋଇଥିବା ଅନଲାଇନ ପେଜରେ ସାମାନ୍ୟ ବିବରଣୀ ତଥା ସୂଚନା ପ୍ରଦାନ କରିବା ସହିତ ଫର୍ମକୁ ପୂରଣ କରିବାକୁ ହେବ। 

  • ଫର୍ମ ପୁରଣ ହେବା ପରେ ଆବଶ୍ୟକୀୟ ଦସ୍ତାବିଜକୁ ମଧ୍ୟ ପ୍ରଦାନ କରନ୍ତୁ। 

  • ଶେଷରେ ସବମିଟ ବଟନ ସହାୟତାରେ ନିଜର ଫର୍ମକୁ ପୁରଣ କରି ସବମିଟ କରିବାକୁ ହେବ। 

  • ଏହିଭଳି ଯେକୌଣସି ବ୍ୟକ୍ତି ନିଜର ମାପଦଣ୍ଡ ଅନୁଯାୟୀ ଆବେଦନ କରିପାରିବେ।