Ram mandir invitation letter: ଜାନୁଆରୀ ୨୨ ତାରିଖରେ ଶ୍ରୀରାମ ନଗରୀ ଅଯୋଧ୍ୟାରେ ନବନିର୍ମିତ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ସହିତ ବିଭିନ୍ନ ଲୋକଙ୍କୁ ନିମନ୍ତ୍ରଣ ପଠାଯାଇଛି । ସେହି କ୍ରମରେ ଉତ୍ତରପ୍ରଦେଶ ଦେଓରିଆରେ ଥିବା ବ୍ରାହ୍ମଣଶି ଦେବରାହ ବାବା ଆଶ୍ରମର ମହନ୍ତଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ନିମନ୍ତ୍ରଣ ଆସିବା ପରେ ମହନ୍ତ ଶ୍ୟାମ ସୁନ୍ଦର ଦାସ ଖୁବ ଖୁସି ପ୍ରକଟ କରିଛନ୍ତି । ଏଥିସହ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବା ପାଇଁ ଉତ୍ସାହିତ ମଧ୍ୟ ଅଛନ୍ତି । 


COMMERCIAL BREAK
SCROLL TO CONTINUE READING

ମହନ୍ତ ଶ୍ୟାମ ସୁନ୍ଦର ଦାସ କହିଛନ୍ତି ଯେ, ଶ୍ରୀରାମ ମନ୍ଦିର ପକ୍ଷରୁ ଆସିଥିବା ନିମନ୍ତ୍ରଣ ପତ୍ର ଗ୍ରହଣ କରିବା ଏକ ସୌଭାଗ୍ୟର ବିଷୟ । ଭଗବାନଙ୍କ କୃପାରୁ ମୁଁ ନିଶ୍ଚିତ ଭାବରେ ଅଯୋଧ୍ୟାରେ ଯୋଗଦେବି । ଏଥିସହ ଏକଥା ମଧ୍ୟ କହିଛନ୍ତି ଯେ, ପ୍ରାୟ ୩୩ ବର୍ଷ ପୂର୍ବରୁ ଦେବରାଜ ବାବା ମନ୍ଦିର ନିର୍ମାଣ ସମ୍ପର୍କରେ ଆରଏସଏସ ଏବଂ ବିଶ୍ୱ ହିନ୍ଦୁ ପରିଷଦର ନେତାଙ୍କ ସାମ୍ନାରେ ଭବିଷ୍ୟବାଣୀ କରିଥିଲେ। ଯେତେବେଳେ ରାମ ଜନ୍ମଭୂମି ବିଷୟରେ ଆହ୍ଲାବାଦରେ ଦେବରାହ ବାବାଙ୍କ ସଭା ଅନୁଷ୍ଠିତ ହୋଇଥିଲା ସେହି ସମୟରେ ସମସ୍ତ ଶଙ୍କରାଚାର୍ଯ୍ୟ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ତା’ପରେ ବାବା କହିଥିଲେ ଯେ, ତାଙ୍କର ମନ୍ଦିର ନିର୍ମାଣ କରିବାର ଇଚ୍ଛା ପୂରଣ ହେବ। ଏଥିରେ ହିନ୍ଦୁ ଏବଂ ମୁସଲମାନ ସମସ୍ତେ ମିଶି ଏକାଠି ହୋଇ କାର୍ଯ୍ୟ ସମାପ୍ତ କରିବେ।


ଦେବରାହ ବାବା ଆଶ୍ରମର ମହନ୍ତ ଆହୁରି କହିଛନ୍ତି ଯେ, ଶ୍ରୀରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ଥିବା ସମୟରେ ଏହି ଦିଗରେ ସରକାର ବହୁତ ଦ୍ରୁତ ଗତିରେ କାର୍ଯ୍ୟ କରୁଛନ୍ତି । ଅଯୋଧ୍ୟାରେ ଭାରତୀୟ ସଂସ୍କୃତିର ପତାକା ଉଡୁଛି। ସବୁକିଛି ଶାନ୍ତିପୂର୍ଣ୍ଣ ଭାବରେ ନିଶ୍ଚେ ଶେଷ ହେବ ବୋଲି ବିଶ୍ୱାସ ରହିଛି । ଦେବରାହ ବାବା ଆଶ୍ରମରେ ୧୫୦ ବର୍ଷ ପୂର୍ବରୁ ଲଗାଯାଇଥିବା ଏକ ପାରିଜାତ ଗଛ ଅଛି । ନଦୀ କୂଳରେ ଅବସ୍ଥିତ ଏହି ଆଶ୍ରମକୁ ଆସୁଥିବା ଭକ୍ତଙ୍କ ମାନସିକ ପୂରଣ ହୋଇଥିବା ଶ୍ରଦ୍ଧାଳୁ କହିଛନ୍ତି । ଏଠାରେ ଲଗାଯାଇଥିବା ଏହି ଚମତ୍କାରୀ ବୃକ୍ଷ ଉପରେ ପ୍ରଭୁ ଶ୍ରୀ ରାମଙ୍କ ପତାକା ମଧ୍ୟ ଉଡ଼ୁଛି।


ସୂଚନାଯୋଗ୍ୟ, ଦେବରାଜ ବାବାଙ୍କୁ ନେଇ ଅନେକ କାହାଣୀ ଉଲ୍ଲେଖ ରହିଛି । ଏଥିମଧ୍ୟରେ ରାମ ମନ୍ଦିର ନିର୍ମାଣ ସହ ଜଡିତ ତାଙ୍କର ଭବିଷ୍ୟବାଣୀ ଲୋକଙ୍କୁ ଖୁବ୍ ଆଶ୍ଚର୍ଯ୍ୟ କରିଛି। ୟୁଟ୍ୟୁବ ଏବଂ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବାବାଙ୍କର ଏକ ସାକ୍ଷାତକାର ଅଛି । ଜଣେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ବାବା ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସରେ କହିଥିଲେ ଯେ, ସମସ୍ତଙ୍କ ସହମତିରେ ଅଯୋଧ୍ୟାରେ ରାମ ମନ୍ଦିର ନିଶ୍ଚିତ ଭାବରେ ନିର୍ମାଣ ହେବ । ତେବେ ପୂର୍ବାନୁମାନ କରିଥିବା ବାବା ବର୍ତ୍ତମାନ ଆଉ ଏହି ଦୁନିଆରେ ନାହାନ୍ତି । କିନ୍ତୁ ତାଙ୍କ ଭବିଷ୍ୟବାଣୀ ଲୋକଙ୍କୁ ଖୁବ ଆଶ୍ଚର୍ଯ୍ୟ କରିଛି ।


ଆପଣଙ୍କୁ କହିରଖୁଛୁ ଯେ, ଜାନୁଆରୀ ୧୬ରୁ ୭ଦିନ ଧରି ରାମ ମନ୍ଦିରରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବ । ଏଥିରେ ପ୍ରଥମ ଦିନରେ ବିଷ୍ଣୁ ପୂଜା ସହ ଗୋଦାନ କାର୍ଯ୍ୟକ୍ରମ ରହିଛି । ପରେ ରାମଲାଲାଙ୍କ ପ୍ରତିମାକୁ ସହର ଭ୍ରମଣ କରାଯିବା ପରେ ରାମ ମନ୍ଦିରକୁ ନିଆଯିବ । ୧୮ ତାରିଖଦିନ ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା କରାଯିବା ପରେ ବରୁଣ ପୂଜା ଓ ବାସ୍ତୁ ପୂଜା ହେବ । ଜାନୁଆରୀ ୧୯ରେ ଜଜ୍ଞ ଆରମ୍ଭ ହେବ ପରେ ଜାନୁଆରୀ ୨୧ ତାରିଖରେ ପବିତ୍ର ନଦୀର ଜଳରେ ରାମଲାଲାଙ୍କୁ ସ୍ନାନ କରାଯିବା ସହ ମାର୍ଜନା କରାଯିବ ।


Also Read- ରେଙ୍ଗାଲି ବୋରୱେଲରେ ଶିଶୁ ଫିଙ୍ଗିବା ଘଟଣା, ମିଳିଲା ପିତା, ମାତାଙ୍କ ପରିଚୟ