ରେଙ୍ଗାଲି ବୋରୱେଲରେ ଶିଶୁ ଫିଙ୍ଗିବା ଘଟଣା, ମିଳିଲା ପିତା, ମାତାଙ୍କ ପରିଚୟ
Advertisement

ରେଙ୍ଗାଲି ବୋରୱେଲରେ ଶିଶୁ ଫିଙ୍ଗିବା ଘଟଣା, ମିଳିଲା ପିତା, ମାତାଙ୍କ ପରିଚୟ

Rengali Borewell case: ଶିଶୁଟିର ବାପା, ମାଆ ସେହି ରେଙ୍ଗାଲି ଅଞ୍ଚଳର ବୋଲି ଜଣା ପଡିଛି । ସମ୍ୱଲପୁର ଏସପି ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଶିଶୁ କନ୍ୟାଟି ଦମ୍ପତ୍ତିଙ୍କର ଦ୍ୱିତୀୟ ସନ୍ତାନ ହୋଇଥିବା ସୂଚନା ମିଳିଛି । 

ରେଙ୍ଗାଲି ବୋରୱେଲରେ ଶିଶୁ ଫିଙ୍ଗିବା ଘଟଣା, ମିଳିଲା ପିତା, ମାତାଙ୍କ ପରିଚୟ

ସମ୍ବଲପୁର: ରେଙ୍ଗାଲି ସ୍ଥିତ ଲାରିପାଲି ଜଙ୍ଗଲ ନିକଟରେ ଥିବା ଏକ ପରିତ୍ୟକ୍ତ ବୋରୱେଲରୁ ଗତ ୧୨ ଡିସେମ୍ୱରରେ ଉଦ୍ଧାର ହୋଇଥିବା ଶିଶୁକନ୍ୟାଟିର ବାପା, ମାଆଙ୍କ ପରିଚୟ ମିଳିଛି । ଶିଶୁଟିର ବାପା, ମାଆ ସେହି ରେଙ୍ଗାଲି ଅଞ୍ଚଳର ବୋଲି ଜଣା ପଡିଛି । ସମ୍ୱଲପୁର ଏସପି ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଶିଶୁ କନ୍ୟାଟି ଦମ୍ପତ୍ତିଙ୍କର ଦ୍ୱିତୀୟ ସନ୍ତାନ ହୋଇଥିବା ସୂଚନା ମିଳିଛି । ଶିଶୁ କନ୍ୟାଟିର ମାଆ ମାନସିକ ଭାବରେ ସୁସ୍ଥ ନଥିବା କୁହାଯାଇଛି । ତେବେ କେଉଁ କାରଣରୁ ଉଭୟ ବାପା, ମାଆ ଏପରି ନିଷ୍ପତ୍ତି ନେଲେ ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ ।

ଅନ୍ୟପଟେ ଗତକାଲି ଶିଶୁକନ୍ୟାର ଏକୋଇଶିଆ ଉତ୍ସବ ପାଳନ ହୋଇଛି । ବୁର୍ଲା ବଡ଼ ଡାକ୍ତରଖାନାରେ ଏକୋଇଶିଆ ପାଳନ ସମୟରେ ଡାକ୍ତରମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏଥିସହିତ ଶିଶୁଟିର ନାମକରଣ କରାଯାଇ ବିଜୟିନୀ ରଖାଯାଇଛି । ଡାକ୍ତରଖାନାର ସମସ୍ତ ସଦସ୍ୟ ଏହି ଏକୋଇଶିଆ ଉତ୍ସବକୁ ଖୁବ ଧୁମଧାମରେ ପାଳନ କରିଛନ୍ତି । ବର୍ତ୍ତମାନ ଶିଶୁ କନ୍ୟା ବିଜୟିନୀର ସ୍ୱାସ୍ଥ୍ୟବସ୍ଥାରେ ପୂର୍ବାପେକ୍ଷା ଯଥେଷ୍ଟ ସୁଧାର ଆସିଛି ବୋଲି ସୂଚନା ମିଳିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ବିଜୟିନୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ସେ ଏସଏନସିୟୁରେ ଭର୍ତ୍ତି ହୋଇ ଚିକିତ୍ସାଧିନ ଅଛି । ଏକୋଇଶିଆ ଅବସରରେ ହସପିଟାଲ କର୍ତ୍ତୃପକ୍ଷ କେକ୍ କାଟି ମିଠା ବଣ୍ଟନ କରିଥିଲେ । ବିଜୟିନୀର ଉଜ୍ୱଳ ଭବିଷ୍ୟତ କାମନା କରି ସ୍ଥାନୀୟ ଲୋକେ ଆଶୀର୍ବାଦ ଦେଇଥିଲେ ।

ଆପଣଙ୍କୁ କହିରଖୁଛୁ ଯେ, ଡିସେମ୍ୱର ୧୨ ତାରିଖରେ ଲାରିପାଲି ଜଙ୍ଗଲରେ ଥିବା ବୋରିଂ ମଧ୍ୟରୁ ଶିଶୁର କ୍ରନ୍ଦନ ସ୍ୱର ଶୁଭିବା ପରେ ଜଣାପଡିଥିଲା କେହିଜଣେ ନବଜାତ ଶିଶୁଟିକୁ ବୋରିଂ ଭିତରେ ଫିଙ୍ଗିଦେଇ ଚାଲିଯାଇଛି । ତୁରନ୍ତ ଏନେଇ ପ୍ରଶାସନକୁ ସୂଚନା ଦିଆଯିବା ପରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ । ଦୀର୍ଘ ୬ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଶିଶୁଟିକୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ ଉଦ୍ଧାରକାରୀ ଦଳ ।

Also Read- ନୂଆ ବର୍ଷରେ ରିଲିଜ୍ ହେଲା ଜଗନ୍ନାଥଙ୍କ ଭଜନ "ତୁମେ ଅସୀମ ଅନନ୍ତ ହେ ଜଗନ୍ନାଥ"

Also Read- Bollywood News: ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ଇତିହାସ ରଚିଲେ ଶାହାରୁଖ, ବର୍ଷକରେ ୨୫୦୦ କୋଟି ରୋଜଗାର