Christmas Day: ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ ରହିଥିବା ଦେଖିବାକୁ ମିଳୁଛି । ସେ ପ୍ରାୟତଃ ବିଭିନ୍ନ ସମୟରେ ଅନେକ ଗୁଡିଏ ପୋଷ୍ଟ ସେୟାର କରୁଛନ୍ତି । ବର୍ତ୍ତମାନ ସେ ଯେଉଁ ଫଟୋଟି ସୋସିଆଲ ମିଡିଆରେ ସେୟାର କରିଛନ୍ତି ତାହାକୁ ନେଇ ଚର୍ଚ୍ଚା ଚାଲିଛି । କାରଣ ଫଟୋଟିରେ ସେମିତି କିଛି ଖାସ୍ ଦୃଶ୍ୟ ଦେଖିବାକୁ ମିଳିଛି ।


COMMERCIAL BREAK
SCROLL TO CONTINUE READING

ସାନ୍ତା କ୍ଲଜ୍ ବେଶରେ କିଛି ପିଲାଙ୍କୁ ଖୁବ ଭଲ ଭାବରେ ସଜାଯାଇଛି । ଏଥିସହ ଜଣେ ବ୍ୟକ୍ତି ମୁଣ୍ଡରେ ପଗଡି ବାନ୍ଧି ରେକ୍ସାଟିକୁ ଚଳାଉଛନ୍ତି । ଏହି ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଫଟୋ ଦେଖିବା ପରେ ବିଭିନ୍ନ ଲୋକ ନିଜର ମନ୍ତବ୍ୟ ଦେଉଛନ୍ତି । ଆନନ୍ଦ ମହିନ୍ଦ୍ରା (Anand Mahindra) ଫଟୋର କ୍ୟାପସନରେ ଲେଖିଛନ୍ତି ଯେ, ଏହି ଫଟୋଟି କେଉଁ ବ୍ୟକ୍ତି ଉଠାଇଛନ୍ତି ତାହା ମୁଁ ଜାଣିନି କିନ୍ତୁ ଫଟୋ ଦେଖିବା ପରେ ମୁଁ ଫଟୋଗ୍ରାଫରଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି । ଫଟୋଟି ଖୁବ ଭଲ ହୋଇଛି ବୋଲି ଆନନ୍ଦ କହିଛନ୍ତି । ଏଥିସହ ସମସ୍ତଙ୍କୁ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇଛନ୍ତି ।


Post- 



ଆନନ୍ଦ ଏହି ଫଟୋଟି ଅପଲୋଡ କରିବା ପରେ ଏହା ଅଧିକ ଭାଇରାଲ୍ ହୋଇଛି । ଫଟୋଟି ଲୋକଙ୍କ ନିକଟରେ ପହଞ୍ଚିବା ପରେ ଲୋକମାନେ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଷାଧିକ ଲୋକ ଫଟୋଟିକୁ ଦେଖିସାରିଛନ୍ତି । ଜଣେ ବ୍ୟକ୍ତି କମେଣ୍ଟ ମାଧ୍ୟମରେ ଲେଖିଛନ୍ତି ଯେ, ଭଗବାନ ସମସ୍ତଙ୍କୁ ଶାନ୍ତିରେ ରଖନ୍ତୁ । ଖ୍ରୀଷ୍ଟମାସ ସମସ୍ତଙ୍କ ପାଇଁ ଖୁସି ଆଣିଦେଉ । ତେବେ ଆପଣଙ୍କୁ କହିରଖୁଛୁ ଯେ, ଶିଳ୍ପପତି ଆନନ୍ଦ ନିଜ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ସର୍ବଦା ଲୋକଙ୍କ ଓଠରେ ହସ ଭରିବା ପାଇଁ ଚେଷ୍ଟା କରନ୍ତି ।


Also read- Top 10 News Headlines: ସଂକ୍ଷେପରେ ପଢି ନିଅନ୍ତୁ ବର୍ତ୍ତମାନର ଗୁରୁତ୍ତ୍ୱପୂର୍ଣ୍ଣ ଖବର


Also read- ତାଳରେ ତାଳ ମିଶାଇ ଏକାଠି ନାଚିଲେ ୩୭ ହଜାର ମହିଳା, ସୃଷ୍ଟିହେଲା ନୂଆ ରେକର୍ଡ