Top 10 News Headlines: ସଂକ୍ଷେପରେ ପଢି ନିଅନ୍ତୁ ବର୍ତ୍ତମାନର ଗୁରୁତ୍ତ୍ୱପୂର୍ଣ୍ଣ ଖବର
Advertisement
Article Detail0/zeeodisha/odisha2028077

Top 10 News Headlines: ସଂକ୍ଷେପରେ ପଢି ନିଅନ୍ତୁ ବର୍ତ୍ତମାନର ଗୁରୁତ୍ତ୍ୱପୂର୍ଣ୍ଣ ଖବର

Top 10 News: ବର୍ତ୍ତମାନ ସୁଦ୍ଧା ରାଜ୍ୟ ତଥା ଦେଶରେ ଘଟିଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।

Top 10 News Headlines: ସଂକ୍ଷେପରେ ପଢି ନିଅନ୍ତୁ ବର୍ତ୍ତମାନର ଗୁରୁତ୍ତ୍ୱପୂର୍ଣ୍ଣ ଖବର

Top 10 News Headlines

1- କ୍ରିସମାସ ପାଇଁ ଉତ୍ସବ ମୁଖର ବିଶ୍ୱ: ପୁରୁଣା ବର୍ଷ ୨୦୨୩କୁ ବିଦାୟ ଦେବାର ୫ ଦିନ ପୂର୍ବରୁ ବିଶ୍ୱ ପାଳୁଛି କ୍ରିସମାସ। ସମସ୍ତେ ଏହି ପର୍ବକୁ ଆତ୍ୟନ୍ତ ଉତ୍ସାହର ସହିତ ପାଳନ କରୁଛନ୍ତି। ଖ୍ରୀଷ୍ଟିଆନ ଧର୍ମର ବିଶ୍ୱାସ ଅନୁଯାୟୀ, ଯୀଶୁ ଅର୍ଥାତ୍ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ଦିନ ଜନ୍ମ ହୋଇଥିଲେ। ତେଣୁ, ଆଜି ବିଭିନ୍ନ ଚର୍ଚ୍ଚରେ ଖ୍ରୀଷ୍ଟିଆନ ଧର୍ମର ଲୋକେ ଏକାଠି ହୋଇଥିବା ଦେଖିବାକୁ ମିଳିଛି ।

2- ମହାରାଷ୍ଟ୍ରରେ କାୟା ମେଲାଉଛି JN.1 : କୋଭିଡ୍ ୧୯ ନୂଆ ଭାରିଆଣ୍ଟ୍ ଜେଏନ ୧କୁ ନେଇ ମନରେ ପଶିଲାଣି ଛନକା । କେରଳ ପରେ ବର୍ତ୍ତମାନ ମହାରାଷ୍ଟ୍ରରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ପୂର୍ବରୁ ୫୦ ଜଣ ନୂଆ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବାବେଳେ ବର୍ତ୍ତମାନ ପୁଣି ୯ଜଣଙ୍କ ନୂଆ ମାମଲା ଆସିଛି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

3- ମୁକୁଳିବେ ଫ୍ରାନ୍ସରେ ଫସିଥିବା ଭାରତୀୟ:  ୩ଦିନ ତଳେ ଫ୍ରାନ୍ସ ପକ୍ଷରୁ ଏକ ବିମାନକୁ ଅଟକାଯାଇଥିଲା । ମାନବ ଚୋରାଚାଲାଣ ସନ୍ଦେହରେ ଅଟକି ରହିଥିବା ବିମାନଟି ଆଜି ମୁକ୍ତ ହେବ । ଫ୍ରାନ୍ସ ପୋଲିସ ଏ ଦିଗରେ ସମସ୍ତ ତଦନ୍ତ କରିବା ପରେ ବିମାନକୁ ଉଡାଣ ପାଇଁ ଅନୁମତି ଦିଆଯାଇଛି । ବିମାନରେ ଶତାଧିକ ଭାରତୀୟ ଯାତ୍ରୀ ଥିବା ଜଣାପଡିଛି ।

4- ଗାଜାରେ ପୁଣି ଆକ୍ରମଣ: ଇସ୍ରାଏଲ ପକ୍ଷରୁ ଗାଜାରେ ପୁଣିଥରେ ଆକ୍ରମଣ କରାଯାଇଛି । ଆକ୍ରମଣ ଫଳରେ ପ୍ରାୟ ୭୦ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି । ଲୋକମାନେ ହଠାତ୍ ଏକ ବିସ୍ଫୋରଣର ଶବ୍ଦ ଶୁଣିଥିଲେ । କେହି କିଛି ଭାବିବା ପୂର୍ବରୁ ବୋମା ମାଡ ହୋଇଥିବା ସ୍ଥାନଟି ଧ୍ୱଂସ ହୋଇଯାଇଥିଲା ।

5- ଆଜି ମଧ୍ୟପ୍ରଦେଶ ମନ୍ତ୍ରୀମଣ୍ଡଳ ବିସ୍ତାର: ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଆଜି ନୂଆ ମନ୍ତ୍ରୀମଣ୍ଡଳ ଗଢିବେ । ଉପମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ଶୁକ୍ଳା ଏବଂ ଜଗଦୀଶ ଦେବଡାଙ୍କ ସହଯୋଗରେ ନୂଆ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯିବ । ସମୁଦାୟ ୨୮ଜଣ ମନ୍ତ୍ରୀ ଶପଥପାଠ କରିବେ । କିଏ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବେ ସେନେଇ ପୂର୍ବରୁ ଚର୍ଚ୍ଚା ଆଲୋଚନା ହୋଇଥିବା ସମୟରେ ବିଳମ୍ୱିତ ରାତିରେ ବିଧାୟକମାନଙ୍କୁ ଫୋନ କଲ ଯିବା ଆରମ୍ଭ ହୋଇଥିଲା ।

6- ସାଂସଦ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍: ହିନ୍ଦୀଭାଷୀ ରାଜ୍ୟକୁ ନେଇ ଡିଏମ୍‌କେ ସାଂସଦ ଦେଇଥିବା ମନ୍ତବ୍ୟ ବିବାଦୀୟ ହୋଇଛି ।  ବିଆର୍‌ଏସ୍‌ ନେତ୍ରୀ କେ.କବିତା ବର୍ତ୍ତମାନ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରିଛନ୍ତି । ଡିଏମ୍‌କେ ସାଂସଦ ଦୟାନିଧି ମାରନ୍‌ କହିଥିଲେ ଯେ, ‘ହିନ୍ଦୀଭାଷୀମାନେ ଶୌଚାଳୟ ସଫା’ କରନ୍ତି । ଏହା ଉପରେ ରାହୁଲଙ୍କ ପ୍ରତିକ୍ରିୟା ଲୋଡ଼ିଛନ୍ତି କବିତା ।

7- ଏୟାରପୋର୍ଟ ଛକ ଆକ୍ରମଣ ଘଟଣାରେ ୭ଜଣ ଗିରଫ: ରାଜଧାନୀର ଫରେଷ୍ଟ ପାର୍କ ଓ ଏୟାରପୋର୍ଟ ଛକ ନିକଟରେ ହୋଇଥିବା ସଂଘବଦ୍ଧ ଆକ୍ରମଣ ଘଟଣାରେ କମିଶନରେଟ ପୋଲିସ ୭ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନଙ୍କ ନାମରେ ପୂର୍ବରୁ ମଧ୍ୟ ବିଭିନ୍ନ ପ୍ରକାରର ମାମଲା ଥିବା କୁହାଯାଉଛି । କେଉଁ କାରଣରୁ ଉକ୍ତ ଅଭିଯୁକ୍ତ ଦୁଇ ଯୁବକଙ୍କୁ ଆକ୍ରମଣ କରିଥିଲେ ସେନେଇ ପୋଲିସ ଅଧିକ ଛାନଭିନ୍ କରୁଛି ।

8- ବଡ଼ଦିନରେ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼: ଆଜି ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି । କାଳିଆ ଠାକୁରଙ୍କ ଦର୍ଶନ ପାଇଁ ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନରେ ଅପେକ୍ଷା କରିଛନ୍ତି ହଜାର ହଜାର ଭକ୍ତ । ତେବେ ଡିସେମ୍ବର ୨୫ ସୁଦ୍ଧା ଏସି ଟନେଲ କାର୍ଯ୍ଯକ୍ଷମ ହେବା ନେଇ ଲକ୍ଷ୍ୟ ରହିଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ହୋଇପାରି ନାହିଁ। ତେଣୁ ପୂର୍ବପରି ପୁରୁଣା ବ୍ୟାରିକେଡ ଦେଇ ଭକ୍ତ ଜଗା ଦର୍ଶନ କରୁଛନ୍ତି ।

9- କଣ୍ଟାବାଞ୍ଜି ଡାଇରିଆ, ୨ ମୃତ: ରାଉରକେଲା ପରେ ବଲାଙ୍ଗୀରକୁ ଡେଇଁଲା ଝାଡାବାନ୍ତି । ବଲାଙ୍ଗୀର କଣ୍ଟାବାଞ୍ଜିରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ୨ ମୃତକ ହେଲେ ପୁଡ଼ାପଦାର ଏବଂ ମାଲିବାହାଲ ଗାଁର ମୀରା ସାହୁ ଓ ସନ୍ତୋଷ ମାଝୀ । ଝାଡାବାନ୍ତିରେ ଆକ୍ରାନ୍ତ ହେବା ପରେ ମୀରାଙ୍କୁ ରବିବାର ମେଡିକାଲରେ ଭର୍ତ୍ତି କରାଯାଇଥିଲା । କଣ୍ଟାବାଞ୍ଜି ଅଞ୍ଚଳର ବିଭିନ୍ନ ଗାଁରେ ଏବେ ଡାଇରିଆ ବ୍ୟାପୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । 

10- ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ: ରାଜ୍ୟରେ ଜାରି ରହିଛି ଶୀତର ଲହରୀ । ଆଜି ଶୀତ ସାମାନ୍ୟ ହ୍ରାସ ପାଇଛି। ତାପମାତ୍ରା  ୨ରୁ ୩ ଡିଗ୍ରୀ  ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଆଗକୁ ଘନ କୁହୁଡି ବଢିବ। ଏ-ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ବର୍ତ୍ତମାନ ରାଜ୍ୟକୁ ପୂର୍ବ ଦିଗରୁ ଉଷ୍ଣ ଓ ଶୁଷ୍କ ପବନ ପ୍ରବାହ ବଢୁଥିବାରୁ ତାପମାତ୍ରା ବୃଦ୍ଧି ହେବା ସହିତ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି଼ ଅନୁଭୁତ ହେଉଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ କିଛି ସ୍ଥାନରେ ଘନ କୁହୁଡି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।

Also Read- ତାଳରେ ତାଳ ମିଶାଇ ଏକାଠି ନାଚିଲେ ୩୭ ହଜାର ମହିଳା, ସୃଷ୍ଟିହେଲା ନୂଆ ରେକର୍ଡ

Also Read- କ୍ରିସମାସ ପାଇଁ ଉତ୍ସବ ମୁଖର ବିଶ୍ୱ, ହେଲେ କାହିଁକି ପାଳନ ହୁଏ କ୍ରିସମାସ ? ଜାଣନ୍ତୁ...