PUC Certificate: ନୂଆଦିଲ୍ଲୀ: ଦିଲ୍ଲୀରେ ଗାଡ଼ି ଚାଳକଙ୍କ ପାଇଁ କଡ଼ାକଡି ହେଲା ନିୟମ। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କଠୋର ହେଲେ ଦିଲ୍ଲୀ ସରକାର। ଦିଲ୍ଲୀରେ ଆମ ଆଦମୀ ପାର୍ଟିର କେଜରିଓ୍ୱାଲ ସରକାର ସମସ୍ତ ଗାଡ଼ି ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣ ପତ୍ର ଅର୍ଥାତ PUCକୁ ବାଧ୍ୟତାମୂଳକ କରିଦେଇଛନ୍ତି। ଦିଲ୍ଲୀ ସରକାର ସମସ୍ତ ପେଟ୍ରୋଲ ଟାଙ୍କି ଗୁଡ଼ିକ ପାଇଁ ମଧ୍ୟ କଡ଼ାକଡ଼ି ନିର୍ଦ୍ଦେଶ ଜାରି କରିଛନ୍ତି। ନିର୍ଦ୍ଦେଶରେ ସରକାର କହିଛନ୍ତି କି ଅକ୍ଟୋବର ୨୫ ତାରିଖ ପରେ ଯେଉଁ ଗାଡି ଗୁଡ଼ିକର ପ୍ରଦୁଷଣ ନିୟନ୍ତ୍ରଣ ପ୍ରମାଣ ପତ୍ର ରହିଥିବ ସେହି ଗାଡ଼ିରେ ହିଁ କେବଳ ତୈଳ ଭରାଯିବ। 


COMMERCIAL BREAK
SCROLL TO CONTINUE READING

ପରିବହନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏକ ନୋଟିସରେ କୁହାଯାଇଛି କି ଯେଉଁ ଗାଡ଼ି ଗୁଡ଼ିକର ପଞ୍ଜିକରଣ ଅବଧି ଏକ ବର୍ଷରୁ ଅଧିକ ସେମାନଙ୍କ ପାଇଁ ଏହି ପ୍ରମାଣ ପତ୍ର ବାଧ୍ୟତାମୂଳକ କରାଯାଇଛି। ଏହା ସହିତ ବିଭାଗ ଗାଡ଼ି ଚାଳକମାନଙ୍କୁ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣ ପତ୍ରର ଯାଞ୍ଚ କରିବାକୁ କୁହାଯାଇଛି। ଏହି ନିୟମ କଟକଣା ମଧ୍ୟରୁ ବ୍ୟାଟେରି ଚାଳିକ ଗାଡ଼ିକୁ ବାଦ ଦିଆଯାଇଛି। ୨୫ ଅକ୍ଟୋବରରୁ ଏହି ନିୟମ କଡ଼ାକଡ଼ି ଭାବେ ଲାଗୁ ହେବ। ଦିଲ୍ଲୀ ପେଟ୍ରୋଲ ପମ୍ପରେ ପିୟୁସି ସାର୍ଟିଫିକେଟ ଦେଖାଇବାକୁ ବାଧ୍ୟତାମୂଳକ କରାଯାଇଥିବା ନେଇ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 


୨୫ ଅକ୍ଟୋବର ପରେ ଯେଉଁ ଗାଡ଼ି ଚାଳକ ନିକଟରେ ବୈଧ ପିୟୁସି ସାର୍ଟିଫିକେଟ ନ ଥିବ ସେମାନଙ୍କୁ ପେଟ୍ରୋଲ ଦିଆଯିବ ନାହିଁ। ଗାଡ଼ି ଚାଳକମାନଙ୍କୁ ଏହି ସମସ୍ୟା ଓ ମୋଟା ଅଙ୍କର ଜୋରିମାନାରୁ ବର୍ତ୍ତିବା ପାଇଁ ୨୫ ଅକ୍ଟୋବର ପୂର୍ବରୁ ନିଜ ନିଜର ପିୟୁସି କରାଇ ନେବାକୁ ଦିଲ୍ଲୀ ପରିବହନ ବିଭାଗ ନିର୍ଦ୍ଦେଶ ଦେଇଛି। ଯାଞ୍ଚ ସମୟରେ ପିୟୁସି ନ ଦେଖାଇଲେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମନା ଆଦାୟ କରାଯିବ ବୋଲି ବିଭାଗ ସୂଚନା ଦେଇଛି। ଏପରିକି ୩ ମାସ ପର୍ଯ୍ୟନ୍ତ ଜେଲ ମଧ୍ୟ ହୋଇପାରେ ବୋଲି ବିଭାଗ କହିଛି। 


ଆପଣଙ୍କୁ ଏଠାରେ କହି ରଖୁ କି ପେଟ୍ରୋଲ ଓ ସିଏନଜିରେ ଚାଲୁଥିବା ଦୁଇ ଚକିଆ ଓ ତିନି ଚକିଆ ଗାଡ଼ିଙ୍କୁ ପ୍ରମାଣପତ୍ର ବାହାର କରିବା ପାଇଁ ୬୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଚାରି ଚକିଆ ଗାଡ଼ି ପାଇଁ ୮୦ ଟଙ୍କା ଖର୍ଚ୍ଚ ହେଉଛି। ସେହିପରି ଡିଜେଲ ଗାଡ଼ି ପାଇଁ ୧୦୦ ଟଙ୍କା ଖର୍ଚ୍ଚ ହେଉଛି। 


ଅଧିକ ପଢନ୍ତୁ: ଅର୍ଚ୍ଚନାଙ୍କ ନାଗଫାଶରେ କିଏ କିଏ ? ପୋଲିସ ନୁହେଁ ପରଦା ଉଠାଇବ ଫିଲ୍ମ


ଅଧିକ ପଢନ୍ତୁ: ୧୦୦୦ ଓ ୫୦୦ ଟଙ୍କିଆ ନୋଟ ବନ୍ଦକୁ ନେଇ ଆରବିଆଇ ଓ କେନ୍ଦ୍ରକୁ ସୁପ୍ରିମ କୋର୍ଟ ମାଇଲେ ମାଡ଼