Chandigarh court: ଚଣ୍ଡିଗଡ଼ କୋର୍ଟ ପରିସରରେ ଗୁଳି ବିନିମୟ ଘଟଣା ସାମ୍ନାକୁ ଆସିଛି। ବାସ୍ତବରେ ବୈବାହିକ କଳହ ମାମଲାକୁ ନେଇ ଦୁଇ ପକ୍ଷ ପାରିବାରିକ କୋର୍ଟକୁ ଆସିଥିଲେ। ଏହି ସମୟ ମଧ୍ୟରେ ପଞ୍ଜାବ ପୋଲିସର ପୂର୍ବତନ ଏଆଇଜି ମାଲବିନ୍ଦର ସିଂ ସିଦ୍ଧୁ ତାଙ୍କ ଜ୍ୱାଇଁଙ୍କ ଉପରକୁ ଗୁଳି ଚଳାଇଥିଲେ, ଯେଉଁଥିପାଇଁ ସେ ମୃତ୍ୟୁବରଣ କରିଛନ୍ତି। ମୃତ ଜ୍ୱାଇଁ ହରପ୍ରୀତ ସିଂ କୃଷି ବିଭାଗରେ ଆଇଆରଏସ ଥିଲେ।


COMMERCIAL BREAK
SCROLL TO CONTINUE READING

ଦୀର୍ଘ ଦିନ ଧରି ହରପ୍ରୀତଙ୍କ ପତ୍ନୀଙ୍କ ସହ ବିବାଦ ଲାଗି ରହିଥିଲା। ସେମାନଙ୍କ ମଧ୍ୟରେ ଛାଡପତ୍ର ପୂର୍ବରୁ ସମାଧାନ ମାମଲା ଚଣ୍ଡିଗଡ଼ ଜିଲ୍ଲା କୋର୍ଟର ମଧ୍ୟସ୍ଥତା କେନ୍ଦ୍ରରେ ଚାଲିଥିଲା। ହରପ୍ରୀତଙ୍କ ପତ୍ନୀ ବର୍ତ୍ତମାନ ବିଦେଶରେ ଅଛନ୍ତି ଏବଂ ତାଙ୍କ ସ୍ଥାନରେ ତାଙ୍କ ପିତା ମାଲବିନ୍ଦର ସିଂ ସିଦ୍ଧୁ ଶୁଣାଣି ପାଇଁ ଅଧ୍ୟକ୍ଷତା କେନ୍ଦ୍ରରେ ପହଞ୍ଚିଥିଲେ। ଏହି ମାମଲାର ତୃତୀୟ ଶୁଣାଣି ଶନିବାର ଦିନ ରହିଥିଲା।


ହରପ୍ରୀତ ମଧ୍ୟସ୍ଥତା କେନ୍ଦ୍ରରେ ପହଞ୍ଚିବା ମାତ୍ରେ ସିଦ୍ଧୁ ବାଥରୁମକୁ ଯିବାର ବାହାନା କରି ହରପ୍ରୀତଙ୍କୁ ସାଙ୍ଗରେ ନେବାକୁ କହିଥିଲେ। ଉଭୟ ମଧ୍ୟସ୍ଥତା କେନ୍ଦ୍ର କୋଠରୀରୁ ବାହାରିବା ମାତ୍ରେ ସିଦ୍ଧୁ ହରପ୍ରୀତଙ୍କ ଉପରକୁ ଚାରିଟି ଗୁଳି ମିରିଥିଲେ। ଗୋଟିଏ ଗୁଳି ହରପ୍ରୀତଙ୍କ ଗୋଡରେ ବାଜିଥିବା ବେଳେ ଗୋଟିଏ ଗୁଳି ତାଙ୍କ ପେଟକୁ ବାଜିଥିଲା। ଲଗାତାର ଗୁଳିମାଡ ଯୋଗୁଁ କୋର୍ଟ କର୍ମଚାରୀମାନେ ଦୌଡା ଦୌଡି ଆରମ୍ଭ କରି ଦେଇଥିଲେ। କିଛି କର୍ମଚାରୀ ସିଦ୍ଧୁଙ୍କୁ ଧରି ଏକ କୋଠରୀରେ ତାଲା ପକାଇ ଦେଇଥିଲେ। ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ହରପ୍ରୀତଙ୍କୁ ହସ୍ପିଟାଲ ନିଆଯିବା ସମୟରେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲେ। ଅଭିଯୁକ୍ତ ମାଲବିନ୍ଦର ସିଂ ସିଦ୍ଧୁଙ୍କୁ ପୋଲିସ ଗିରଫ କରିଛି।


ପଞ୍ଜାବର ପୂର୍ବତନ ପୋଲିସ ଏଆଇଜି ମାଲବିନ୍ଦର ସିଂ ସିଦ୍ଧୁଙ୍କର ବିବାଦ ସହିତ ଦୀର୍ଘ ସମୟ ଧରି ସମ୍ପର୍କ ରହିଛି। ଅକ୍ଟୋବର ୨୦୨୩ ରେ ପଞ୍ଜାବ ଭିଜିଲାନ୍ସ ବ୍ୟୁରୋ ମାଲବିନ୍ଦର ସିଂ ସିଦ୍ଧୁ ଏବଂ ତାଙ୍କର ଦୁଇ ସହଯୋଗୀଙ୍କ ବିରୋଧରେ ଚୋରା ଚାଲାଣ, ଜାଲିଆତି ଏବଂ ଲାଞ୍ଚ ଅଭିଯୋଗରେ ମାମଲା ରୁଜୁ କରିଥିଲା। ମାଲବିନ୍ଦର ସିଂ ସିଦ୍ଧୁଙ୍କୁ ୨୫ ଅକ୍ଟୋବର ୨୦୨୩ ରେ ମୋହାଲି ପୋଲିସ ଗିରଫ କରିଥିଲା। ପଚରାଉଚୁରାରେ ଯୋଗଦେବା ପାଇଁ ମାଲବିନ୍ଦର ମୋହାଲିର ଭିଜିଲାନ୍ସ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ପଚରାଉଚରା ବେଳେ ସେ ଭିଜିଲାନ୍ସ ଅଧିକାରୀଙ୍କ ସହ ଝଗଡା କରି ଡିଏସପି ଉପରେ ଆକ୍ରମଣ କରିଥିଲେ। ଭିଜିଲାନ୍ସ ଡିଏସପି ବରିନ୍ଦର ସିଂ ତାଙ୍କ ବିରୋଧରେ ମୋହାଲି ପୋଲିସ ନିକଟରେ ଅଭିଯୋଗ କରିଥିଲେ।