Special Train Services Extended in Odisha: ଜନସାଧାରଣଙ୍କ ଯାତ୍ରା ସୁବିଧା ଚାହିଦାକୁ ଦୃଷ୍ଟିରେ ରଖି ଏବଂ ନିୟମିତ ଟ୍ରେନ୍ ରେ ଅତିରିକ୍ତ ଯାତ୍ରୀ ଭିଡକୁ ଦୂରେଇବା ପାଇଁ ପୂର୍ବତଟ ରେଳବାଇ ପରିସୀମା ମଧ୍ୟରୁ ଯାତ୍ରା ଆରମ୍ଭ କରୁଥିବା ବିଶେଷ ଟ୍ରେନ ସେବାକୁ ବୃଦ୍ଧି କରାଇବାକୁ ଏବଂ ଅଧିକ ସମୟ ଅବଧି ଚଳାଚଳ କରିବା ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ବିଶେଷ ଟ୍ରେନ ପାଇଁ ସମୟ ସାରଣୀ ଏବଂ ରହଣୀସ୍ଥଳ ପୂର୍ବ ଚଳାଚଳ ଅନୁଯାୟୀ ଅପରିବର୍ତ୍ତିତ ରହିବ।
 
ପୁରୀ-ପାଟନା ସାପ୍ତାହିକ ବିଶେଷ ଟ୍ରେନ

ପ୍ରତ୍ୟେକ ଶନିବାର ଦିନ ପୁରୀ ଠାରୁ ଛାଡୁଥିବା ୦୮୪୩୯ ପୁରୀ-ପାଟନା ସାପ୍ତାହିକ ବିଶେଷ ଟ୍ରେନ ୨୭ ଅପ୍ରେଲ୍ ୨୦୨୪ ପର୍ଯ୍ୟନ୍ତ ଚଳାଚଳ କରିବ । ସେହିପରି ପ୍ରତ୍ୟେକ ରବିବାର ଦିନ ପାଟନା ଠାରୁ ଛାଡୁଥିବା ୦୮୪୪୦  ପାଟନା-ପୁରୀ ସାପ୍ତାହିକ ବିଶେଷ ଟ୍ରେନ ୨୮ ଅପ୍ରେଲ୍ ୨୦୨୪ ପର୍ଯ୍ୟନ୍ତ ଚଳାଚଳ କରିବ।
 
ଭୁବନେଶ୍ୱର-ଧାନବାଦ୍ ବିଶେଷ ଟ୍ରେନ  
ପ୍ରତିଦିନ ଭୁବନେଶ୍ୱର ଠାରୁ ଛାଡୁଥିବା ୦୨୮୩୨ ଭୁବନେଶ୍ୱର-ଧାନବାଦ୍ ବିଶେଷ ଟ୍ରେନ ୨୯ ଅପ୍ରେଲ ୨୦୨୪ ପର୍ଯ୍ୟନ୍ତ ଚଳାଚଳ କରିବ। ସେହିଭଳି ଧାନବାଦ୍ ଠାରୁ ପ୍ରତିଦିନ ଛାଡୁଥିବା ୦୨୮୩୧ ଧାନବାଦ୍-ଭୁବନେଶ୍ୱର ସାପ୍ତାହିକ ବିଶେଷ ଟ୍ରେନ ୩୦ ଅପ୍ରେଲ ୨୦୨୪ ପର୍ଯ୍ୟନ୍ତ ଚଳାଚଳ କରିବ।


COMMERCIAL BREAK
SCROLL TO CONTINUE READING

ପାଟନା-ପୁରୀ ସାପ୍ତାହିକ ବିଶେଷ ଟ୍ରେନ
ପାଟନା ଠାରୁ ପ୍ରତି ଗୁରୁବାର ଦିନ ଛାଡୁଥିବା ୦୩୨୩୦ ପାଟନା-ପୁରୀ ବିଶେଷ ଟ୍ରେନ ୨୫ ଜାନୁୟାରୀ ୨୦୨୪ ପର୍ଯ୍ୟନ୍ତ ଚଳାଚଳ କରିବ। ସେହିଭଳି ପୁରୀ ଠାରୁ ପ୍ରତ୍ୟେକ ଶୁକ୍ରବାର ଦିନ ଛାଡୁଥିବା ୦୩୨୨୯ ପୁରୀ-ପାଟନା ସାପ୍ତାହିକ ବିଶେଷ ଟ୍ରେନ ୨୬ ଜାନୁୟାରୀ ୨୦୨୪ ପର୍ଯ୍ୟନ୍ତ ଚଳାଚଳ କରିବ।