ପୁରୀ: ଏଥର ଖୋଲିବ ବହୁ ପ୍ରତିକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର। ରତ୍ନଭଣ୍ଡାରର ମରାମତି ନେଇ ଖୋଲିବ ରତ୍ନଭଣ୍ଡାର। ରତ୍ନଭଣ୍ଡାରର ସ୍ଥିତି ଦୁର୍ବଳ ଥିବା ୨୦୧୮ ମସିହାରେ ଜଣାପଡିଥିଲା। ଚାରି ବର୍ଷ ଭିତରେ ରତ୍ନଭଣ୍ଡାର ଖୋଲି ମରାମତି କରିବା ସମ୍ଭବ ନଥିଲା। ହେଲେ ଆଜି ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ଖୋଲିବା ନେଇ ଏକ ସମ୍ଭାବନା ସୃଷ୍ଟି ହୋଇଛି। ରତ୍ନଭଣ୍ଡାର ଖୋଲି ମରାମତି ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିବ ଏଏସଆଇ। ସେପଟେ ଶ୍ରୀମନ୍ଦିର ସେବାୟତ ପରିବାରଙ୍କ ପାଇଁ ପ୍ରତିଷ୍ଠା ହେବ ଆଦର୍ଶ ଗୁରୁକୂଳ । ଏଥିଲାଗି ସୋସାଇଟ ରେଜିଷ୍ଟ୍ରେସନ ଓ ବିରଲା ଫାଉଣ୍ଡେସନ ସହ ଏମ ଓ ୟୁକୁ ମିଳିଛି ଅନୁମତି। ଏଥିସହିତ ବାସହରା ସେବାୟତଙ୍କୁ ମିଳିବ ଆବାସ ଯୋଜନାରେ ବାସଗୃହ। ପରିଚାଳନା କମିଟି ବୈଠକରେ ଏଭଳି କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ଥାବ ଗୃହିତ ହୋଇଥିବା ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।


COMMERCIAL BREAK
SCROLL TO CONTINUE READING

ଗଜପତି ମହାରାଜା ଦିବ୍ଯସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ଶ୍ରୀମନ୍ଦିର ପରିଚାଳଚନା କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିସ୍ପତ୍ତି। ଶ୍ରୀମନ୍ଦିର ସେବାୟତ ପରିବାରଙ୍କ ପାଇଁ ପ୍ରତିଷ୍ଠା ହେବ ଆଦର୍ଶ ଗୁରୁକୂଳ । ଏଥିଲାଗି ସୋସାଇଟ ରେଜିଷ୍ଟ୍ରେସନ ଓ ବିରଲା ଫାଉଣ୍ଡେସନ ସହ ଏମ ଓ ୟୁକୁ ଅନୁମତି। ଏଥିସହିତ ବାସହରା ସେବାୟତଙ୍କୁ ମିଳିବ ଆବାସ ଯୋଜନାରେ ବାସଗୃହ।  ଏହି ଦୁଇଟି ପ୍ରସଙ୍ଗ ଉପରେ ଏହା ପର୍ବରୁ ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇ ସାରିଛନ୍ତି। ସେପଟେ ଦୁଇଟି ସ୍ଥାନରେ ସେବାୟତ ଆବାସ ଯୋଜନା ପାଇଁ ଜାଗା ଚିହ୍ଟଟ କରାଯାଇଛି। ହରଚଣ୍ଡି ସାହି ଓ ମାଟିମଣ୍ଡପ ସାହିରେ ନିର୍ମାଣ ହେବ ସେବାୟତ ଆବାସ ଯୋଜନା। 


୨୦୨୨ ମେ ମାସ ୨୧ ତାରିଖ ଏବଂ ୨୦୨୨ ଜୁନ୍ ମାସରେ ଅନୁଷ୍ଠିତ ବୈଠକ ବିବରଣୀର ଦୃଢ଼ୀକରଣ କରାଯିବ । ସେହିଭଳି ପୂର୍ବ ପରିଚାଳନା କମିଟି ବୈଠକର ବିବରଣୀ ଅନୁପାଳନ ନେଇ ନିଷ୍ପତ୍ତି ନିଆଯାଇଛି ଏହା ବ୍ୟତୀତ ଶ୍ରୀମନ୍ଦିର ଜମିଜମା ବିକ୍ରି ନେଇ ସଵ କମିଟି ଗଠନ କରାଯାଇଛି ଏହା ସହ ସ୍ନାନଯାତ୍ରା ଓ ରଥଯାତ୍ରା ଆଦି ପର୍ବପର୍ବାଣିର ବ୍ୟବସ୍ଥା ଉପରେ ଟିକନିକ ସମୀକ୍ଷା କରାଯାଇଛି। ସେପଟେ ଶ୍ରୀଗୁଣ୍ଡିଚା ମନ୍ଦିର ଖୁବଶୀଘ୍ର ଭକ୍ତଙ୍କ ପାଇଁ ଖୋଲିବା ନେଇ ମଧ୍ୟ ହୋଇଛି ଆଲୋଚନା ହୋଇଥିବା ନେଇ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।
ସେପଟେ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ପ୍ରସଙ୍ଗରେ ଏଏସଆଇ ଉପରେ ପରିଚାଳନା କମିଟି କ୍ଷୁବ୍ଧ। ମରାମତି ବାବଦରେ ମାଗିଲା ହିସାବ। ମନ୍ଦିରରେ କିକି କାର୍ଯ୍ୟ କରାଯାଇଛି ତାର ତାଲିକା ଦେବାକୁ ନିର୍ଦ୍ଦେଶ। ଏମିତିକି କୋଭିଡ ସମୟରେ ଶ୍ରୀମନ୍ଦିରର ନାଟମନ୍ଦିର ସମେତ ବିଭିନ୍ନ ସ୍ଥାନରେ ଯେଉଁ  ଲେଜର୍ ସ୍କ୍ରୀନିଂ ହୋଇଥିଲା ତାହାର ରିପୋର୍ଟ ମାଗିଲା ପରିଚାଳନା କମିଟି। ସେପଟେ ରତ୍ନଭଣ୍ଡାର ମରାମତି ଉପରେ ମୁହଁ ଖୋଲିଲା ଏଏସଆଇ। ରତ୍ନଭଣ୍ଡାର ଖୋଲି ମରାମତି କରିବା ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖାଯିବ ବୋଲି ସୂଚନା ଦେଲେ ଏଏସଆଇ ସୁପରିଟେଣ୍ଡେଣ୍ଟ। ଏଏସଆଇ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଅଛି। ଶ୍ରୀମନ୍ଦିର ପ୍ରଶାସନ ଯାହା ଅବଗତ କରିବେ ଏଏସଆଇ ତାର ଅନୁଧ୍ୟାନ ସହ ମରାମତି କରିଥାଏ।


ଶ୍ରୀମନ୍ଦିର ଗର୍ଭଗୃହ ଓ ରତ୍ନସିଂହାସନ ସମ୍ପୂର୍ଣ୍ଣ ସୁରକ୍ଷିତ। କେବଳ ରତ୍ନସିଂହାସନ ପଛ ପାର୍ଶ୍ଵରୁ ଲାଇମ ପ୍ଲାଷ୍ଟର ଖଣ୍ଡ ଖସିଛି। ଏଏସଆଇ ଏହାର ଅନୁଧ୍ୟାନ କରିଛି। ଆସନ୍ତା ବର୍ଷ ରଥଯାତ୍ରା ସମୟରେ ପୁନଃ ପ୍ଲାଷ୍ଟରିଙ୍ଗ କରାଯିବ। ସେପଟେ ଚାବି ନମିଳିବା ଯୋଗୁଁ ୨୦୧୮ରେ ରତ୍ନଭଣ୍ଡାର ଖୋଲି ମରାମତି ହୋଇପାରିନଥିଲା। ତେବେ ରତ୍ନଭଣ୍ଡାର ମରାମତି ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି  ଏଏସଆଇ ସୁପରିଟେଡେଣ୍ଟ। ତେବେ ପରିଚାଳନା କମିଟି ବୈଠକରେ ମହାପ୍ରଭୁଙ୍କ ବ୍ଯୟବହୁଳ ରଘୁନାଥ ବେଶ ସମ୍ପର୍କରେ ହୋଇନାହିଁ ଆଲୋଚନା। ବେଶର ସମସ୍ତ ଅଳଙ୍କାର ସୁରକ୍ଷିତ ଅଛି କି ନାହିଁ ପୁଣି ଅନ୍ଧକାରରେ ରହିଲେ ନାହିଁ କି ଜଗନ୍ନାଥ ପ୍ରେମୀ ଆଉ ଓଡିଶାର ସାଢେ ୪ କୋଟି ଜନତା।