ନୂଆଦିଲ୍ଲୀ: Congress Election Strategy: ଆଜିକାଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କନ୍ୟାକୁମାରୀରୁ କାଶ୍ମୀର ଅଭିମୁଖେ ଯାତ୍ରା କରୁଛନ୍ତି । ଏପର୍ଯ୍ୟନ୍ତ ସେ ଏହି ଯାତ୍ରାରେ ୭୦୦ କିଲୋମିଟରରୁ ଅଧିକ ଅତିକ୍ରମ କରିସାରିଛନ୍ତି ଓ ଯାତ୍ରା କର୍ଣ୍ଣାଟକରେ ପହଞ୍ଚିଛି । ଆଗାମୀ ଦିନରେ ଏହି ଯାତ୍ରା ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନ ଭଳି ରାଜ୍ୟ ଦେଇ ଗତି କରିବ । ସେପଟେ ହିମାଚଳ ପ୍ରଦେଶ ଓ ଗୁଜୁରାଟର ବିଧାନସଭା ନିର୍ବାଚନ ମଧ୍ୟ ହେବାକୁ ଯାଉଛି । ଏଭଳି ପରିସ୍ଥିତିରେ ରାହୁଲ ଗାନ୍ଧୀଙ୍କ ରଣନୀତି ଉପରେ ପ୍ରଶ୍ନ ଉଠିଛି ଯେ ନିର୍ବାଚନ ହେବାକୁ ଯାଉଥିବା ଏହି ଦୁଇ ରାଜ୍ୟରୁ ସେ କାହିଁକି ଦୂରେଇ ରହିଛନ୍ତି? 


COMMERCIAL BREAK
SCROLL TO CONTINUE READING

ବର୍ତ୍ତମାନ ବୋଧହୁଏ କଂଗ୍ରେସ ଏହି ଚିନ୍ତାର ସମାଧାନ ପାଇଛି । ରାହୁଲ ଗାନ୍ଧୀଙ୍କ ବଦଳରେ ପ୍ରିୟଙ୍କା ଗାନ୍ଧୀ ଉଭୟ ରାଜ୍ୟରେ ନିର୍ବାଚନ ପ୍ରଚାରରେ ଅଂଶ କରିବେ । ଏହି ପରି ଭାବରେ କଂଗ୍ରେସର ରଣନୀତି ହେଉଛି ଯେ ରାହୁଲ ଗାନ୍ଧୀ ଭାରତ ଯୋଡ଼ୋ ଯାତ୍ରା ମାଧ୍ୟମରେ ସାରା ଦେଶରେ ମାହୋଲ ସୃଷ୍ଟି କରିବେ ଓ ପ୍ରିୟଙ୍କା ଗାନ୍ଧୀ ପ୍ରଚାର ଅଭିଯାନର କମାଣ ସମ୍ଭାଳିବେ । 


ଜଣେ ମହିଳା ନେତ୍ରୀ ହୋଇଥିବାରୁ ପ୍ରିୟଙ୍କା ଗାନ୍ଧୀଙ୍କୁ ଟାର୍ଗେଟ କରିବା ବିଜେପି ଓ ଅନ୍ୟ ଦଳ ପାଇଁ କଷ୍ଟକର ହେବ । ଏହା ବ୍ୟତୀତ ଦଳ ପ୍ରିୟଙ୍କା ଗାନ୍ଧୀଙ୍କୁ ମଧ୍ୟ ଉପଯୋଗ କରିବାକୁ ଚାହୁଁଛି । ନଭେମ୍ବର ଶେଷ କିମ୍ବା ଡିସେମ୍ବର ଆରମ୍ଭରେ ଗୁଜରାଟ ଓ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ହୋଇପାରେ ବୋଲି ସମ୍ଭାବନା ରହିଛି । ସେହି ସମୟରେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଜାରି ରହିବ, ଯାହା ୫ ମାସ ଧରି ଚାଲିବ । ଏଭଳି ପରିସ୍ଥିତିରେ ପ୍ରିୟଙ୍କା ଗାନ୍ଧୀ ରାହୁଲ ଗାନ୍ଧୀଙ୍କ ସବୁଠାରୁ ଉପଯୁକ୍ତ ବିକଳ୍ପ ହୋଇପାରନ୍ତି ।


ଗୁଜୁରାଟର ବରିଷ୍ଠ କଂଗ୍ରେସ ନେତା ଅର୍ଜୁନ ମୋଢୱାଡିଆ କହିଛନ୍ତି ଯେ, ପ୍ରିୟଙ୍କା ଗାନ୍ଧୀ ରାଜ୍ୟରେ ପ୍ରଚାର କରିବେ । ସେ ଶୀଘ୍ର ଗୁଜୁରାଟରେ ପହଞ୍ଚି ପାରନ୍ତି । ବାସ୍ତବରେ ଗୁଜୁରାଟରେ କଂଗ୍ରେସ ଏକ ଚିନ୍ତାଜନକ ପରିସ୍ଥିତି ଦେଇ ଗତି କରୁଛି । ରାଜ୍ୟରେ ହାର୍ଦ୍ଦିକ ପଟେଲଙ୍କ ସମେତ ଅନେକ ନେତା ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ଏଭଳି ପରିସ୍ଥିତିରେ କଂଗ୍ରେସ ସମ୍ମୁଖରେ ଚ୍ୟାଲେଞ୍ଜ ହେଉଛି ତାର କାର୍ଯ୍ୟକର୍ତ୍ତାଙ୍କ ମନୋବଳ ବଢ଼ାଇବା ଓ ଜନସାଧାରଣଙ୍କ ମଧ୍ୟରେ ନିଜର ସ୍ଥିତି ଦେଖାଇବା । ଏହା ବ୍ୟତୀତ ହିମାଚଳ ପ୍ରଦେଶରେ କଂଗ୍ରେସର ରାସ୍ତା ମଧ୍ୟ ସହଜ ନୁହେଁ ।


ଭେଟେରାନ ନେତା ୬ ଥରର ସିଏମ ବୀରଭଦ୍ର ସିଂଙ୍କ ଅନୁପସ୍ଥିତିରେ କଂଗ୍ରେସ ଏଠାରେ ପ୍ରଥମ ଥର ପାଇଁ ନିର୍ବାଚନ ମୈଦାନରେ ଓହ୍ଲାଇବାକୁ ଯାଉଛି । ଏଭଳି ପରିସ୍ଥିତିରେ କଂଗ୍ରେସ ବୀରଭଦ୍ରଙ୍କ ପତ୍ନୀ ପ୍ରତିଭା ସିଂଙ୍କୁ ରାଜ୍ୟର କମାଣ ପ୍ରଦାନ କରିଛି । ଏବେ ଏହା ଦେଖିବାକୁ ପଡ଼ିବ ଯେ ରାହୁଲ ଗାନ୍ଧୀଙ୍କ ଅପେକ୍ଷା ପ୍ରିୟଙ୍କାଙ୍କ ସକ୍ରିୟତା ଦଳ ପାଇଁ କେତେ ଲାଭଦାୟକ ହେଉଛି । ଉଭୟ ରାଜ୍ୟରେ ନିର୍ବାଚନ ମଧ୍ୟ କଂଗ୍ରେସର ନବନିର୍ବାଚିତ ଜାତୀୟ ଅଧ୍ୟକ୍ଷଙ୍କ ପାଇଁ ପ୍ରଥମ ଅଗ୍ନି ପରୀକ୍ଷା ହେବ ।


ଅଧିକ ପଢ଼ନ୍ତୁ:-ଏହି ଜିଓ ଗ୍ରାହକମାନଙ୍କୁ ମିଳିବ ମାଗଣା 5G ସେବା, ସାମ୍ନାକୁ ଆସିଲା ଟେରିଫ୍ ଲଞ୍ଚର ଡିଟେଲ୍ସ


ଅଧିକ ପଢ଼ନ୍ତୁ:-କାହା ସମ୍ମାନରେ ଏମିତି ମୁଣ୍ଡ ନୁଆଁଇଲେ ପ୍ରଧାନମନ୍ତ୍ରୀ ମୋଦି? ଏହି ମହିଳାଙ୍କ ପରିଚୟ ବହୁତ ଖାସ୍


ଅଧିକ ପଢ଼ନ୍ତୁ:-ଗେହଲୋଟ ବନାମ ପାଇଲଟ: ରାଜସ୍ଥାନ କଂଗ୍ରେସରେ ଝଡ଼ ପୂର୍ବର ନୀରବତା!