Indian Railways DPC Train: ସେବା ବଦଳରେ ଅବହେଳା ପାଇଁ ଚର୍ଚ୍ଚାକୁ ଆସିଛି ଭାରତୀୟ ରେଳବାଇ। ଉତ୍ତର ପ୍ରଦେଶ ଆମେଠି ଜିଲ୍ଲାରେ ଦେଖିବାକୁ ମିଳିଛି ଏହାର ଉଦାହରଣ। ଯେଉଁଠି ରେଳବାଇର ଡିପିସି ଟ୍ରେନ୍ ରେଳ ଧାରଣାରେ ଖରାପ ହୋଇଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ବିଭାଗୀୟ କର୍ମଚାରୀ ଡିପିସି ଟ୍ରେନ୍ କୁ ଧକ୍କା ମାରି ମେନ ଲାଇନ ଠାରୁ ଲୁପ୍ ଲାଇନ ଆଡ଼କୁ ନେଇ ଯାଇଥିଲେ। ରେଳବାଇ କର୍ମଚାରୀଙ୍କ ଦ୍ୱାରା ଟ୍ରେନ୍ କୁ  ଠେଲିବାର ଭିଡିଓ ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। 


COMMERCIAL BREAK
SCROLL TO CONTINUE READING

ଉତ୍ତର ପ୍ରଦେଶ (Uttar Pradesh) ଆମେଠି ଜିଲ୍ଲାରେ (Amethi District) ଅବସ୍ଥିତ ନିହାଲଗଡ଼ ରେଳ ଷ୍ଟେସନ (Nihalgarh Railway Station) ଠାରେ ଦେଖିବାକୁ ମିଳିଥିଲା ଏଭଳି ଘଟଣା। ଯେଉଁଠାରେ ସୁଲତାନପୁର ଅଧିକାରୀ ଡିପିସି ଟ୍ରେନ୍ (Indian Railways DPC Train) ଯୋଗେ ଲକ୍ଷ୍ନୌ ଅଭିମୁଖେ ଯାତ୍ରା କରୁଥିଲେ। ହେଲେ ହଠାତ୍ ଟ୍ରେନ୍ ଷ୍ଟେସନ ବାହାରେ ଅଟକି ଯାଇଥିଲା। ମେନ ଲାଇନ (DPC Train Trapped in Main Line) ଠାରେ ଟ୍ରେନ୍ ଖରାପ ହୋଇ ଯାଇଥିଲା। ଯେଉଁ କାରଣରୁ ଅନେକ ଟ୍ରେନ୍ ସେବା ମଧ୍ୟ ପ୍ରଭାବିତ ହୋଇଥିଲେ। ଅନେକ ଉଦ୍ୟମ ସତ୍ତ୍ୱେ ଡିପିସି ଟ୍ରେନ୍ ମରାମତି ହୋଇପାରିଲା ନାହିଁ। 



ଯାହା ପରେ ରେଳବାଇ କର୍ମଚାରୀ ଡିପିସି ଟ୍ରେନ୍ କୁ  ମେନ୍ ଲାଇନ ଠାରୁ ଠେଲି ଠେଲି ଲୁପ୍ ଲାଇନ ଆଡ଼କୁ ନେଇଥିଲା। ଲୋକେ ଏହି ଘଟଣାର ଭିଡିଓ ରେକର୍ଡିଂ କରି  ଏହାକୁ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ସେୟାର କରିଥିଲେ। ଯେଉଁଥିରେ ଦେଖିବାକୁ ମିଳୁଛି ଯେ କିପରି କିଛି ଲୋକ ଏକ ଟ୍ରେନ୍ କୁ ଠେଲୁଛନ୍ତି। ଏହି ଘଟଣାରେ ପ୍ରତିକ୍ରିୟା ରଖି ଆରପିଏଫ ଇନ୍ସପେକ୍ଟର ଆର.ଏସ୍ ଶର୍ମା କହିଛନ୍ତି ଯେ ଏହା ହେଉଛି ଏକ ଡିପିସି ଟ୍ରେନ୍। ଯେଉଁଥିରେ ବିଭାଗୀୟ ଅଧିକାରୀ ବସି ଯାଞ୍ଚ କରିଥାନ୍ତି। ଗତକାଲି ଏହି ଟ୍ରେନ ନିହାଲଗଡ ରେଳ ଷ୍ଟେସନ ବାହାରେ (Nihalgarh Railway Station Outer Area) ଖରାପ ହୋଇଯାଇଥିଲା। ଏହା ପରେ ତାକୁ ବିଭାଗୀୟ କର୍ମଚାରୀ ଠେଲି ଠେଲି ଷ୍ଟେସନ ଆଡ଼କୁ ଆଣିଥିଲେ। ପରେ ଟ୍ରେନ ମରାମତି ହୋଇସାରିବା ପରେ ଏହାକୁ ଆଗକୁ ପଠାଯାଇଥିଲା।


ରେଳ ଫାଟକ ହୋଇଗଲା ବନ୍ଦ
ଡିପିସି ଟ୍ରେନ୍ ରେଳବାଇ କର୍ମଚାରୀଙ୍କ ଠେଲି ଠେଲି ନିଆଯିବାର ଭିଡ଼ିଓ ଏବେ ଚର୍ଚ୍ଚାରେ ରହିଛି। ଯେଉଁଥିରେ ଦେଖିବାକୁ ମିଳିଛି ଯେ ରେଳ ଫାଟକ ବନ୍ଦ ହୋଇଯାଛି। ଲୋକେ ରେଳ ଫାଟକର ଉଭୟ ପାର୍ଶ୍ୱରେ ଛିଡ଼ା ହୋଇଛନ୍ତି। ରେଳ ଧାରଣାରେ ଅଟକି ରହିଥିବା ଟ୍ରେନ୍ କୁ ଠେଲି ଠେଲି ଆଗକୁ ନିଆଯାଉଛି। ଏହି ଘଟଣାରେ ଯେଉଁ ଭିଡିଓ ଭାଇରାଲ ହେଉଛି ସେଥିରେ ଲୋକଙ୍କୁ ଏକଥା କହୁଥିବାର ଶୁଣିବାକୁ ମିଳୁଛି ଯେ  ସେମାନେ ଦୀର୍ଘ ସମୟ ଧରି ଅସୁବିଧାର ସାମ୍ନା କରିଥିଲେ। ଫାଟକ ବନ୍ଦ ହଇ ରହିଛି। ଟ୍ରେନ୍ କୁ ଠେଲି ଠେଲି ଆଗକୁ ନିଆଯାଉଛି।