Ramadan In Winter: ଇସଲାମ ଧର୍ମ ପାଇଁ ରମଜାନ ମାସ ଅତ୍ୟନ୍ତ ପବିତ୍ର। ରମଜାନ ମାସରେ ମୁସଲିମ ଉପବାସ ରଖିଥାନ୍ତି। ଯାହାକୁ ରୋଜା କୁହାଯାଏ। ଚଳିତ ବର୍ଷ ପବିତ୍ର ରମଜାନ ମାସ ମାର୍ଚ୍ଚ ୨୩ ତାରିଖରୁ ଆରମ୍ଭ ହୋଇଥିଲା। ଯାହା ଅପ୍ରେଲ ୨୧ ତାରିଖରେ ଶେଷ ହୋଇଥିଲା। ଅପ୍ରେଲ ୨୧-୨୨ ତାରିଖରେ ଇଦ ଉଲ ଫିତର ପାଳନ ସହିତ ଶେଷ ହୋଇଛି ଚଳିତ ବର୍ଷର ରମଜାନ। ସାଧାରଣତଃ ରମଜାନ ପ୍ରତି ବର୍ଷ କେବଳ ଥରେ ଆସିଥାଏ। ହେଲେ ଆସନ୍ତା ୨୦୩୦ ବର୍ଷରେ ରମଜାନ ମାସ ୨ ଥର ଆସିବ। ଜଣେ ଜ୍ୟୋତିର୍ବିଜ୍ଞାନୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏଠାରେ ଆମେ ଆପଣଙ୍କୁ କହିରଖୁଛୁ ଯେ ଆମେ ବ୍ୟବହାର କରୁଥିବା କ୍ୟାଲେଣ୍ଡର ଗ୍ରେଗୋରିଆନ୍ କ୍ୟାଲେଣ୍ଡର ଅର୍ଥାତ ଇଂରାଜୀ କ୍ୟାଲେଣ୍ଡର ନାମରେ ଜଣାଶୁଣା। ଯାହାକୁ ଖ୍ରୀଷ୍ଟୀୟ କ୍ୟାଲେଣ୍ଡର ମଧ୍ୟ କୁହାଯାଏ। ହେଲେ ରମଜାନ ପାଇଁ ଇସଲାମୀୟ କ୍ୟାଲେଣ୍ଡର ବ୍ୟବହୃତ ହୋଇଥାଏ।


COMMERCIAL BREAK
SCROLL TO CONTINUE READING

ଇସଲାମୀୟ କ୍ୟାଲେଣ୍ଡର ଅନୁସାରେ ସ୍ଥିର ହୋଇଥାଏ ରମଜାନ  
ଯେଉଁ କ୍ୟାଲେଣ୍ଡର ଦ୍ୱାରା ରମଜାନ ମାସ ସ୍ଥିର କରାଯାଏ, ତାହାକୁ ଇସଲାମୀୟ ହିଜରୀ କ୍ୟାଲେଣ୍ଡର କୁହାଯାଏ। ଯାହା ଚନ୍ଦ୍ର ସମୟ ଉପରେ ଆଧାରିତ। ଇସଲାମୀୟ କ୍ୟାଲେଣ୍ଡର ଇଂରାଜୀ କ୍ୟାଲେଣ୍ଡର ଅପେକ୍ଷା କମ୍ ଦିନ ବିଶିଷ୍ଟ ହୋଇଥାଏ। ଜ୍ୟୋତିର୍ବିଜ୍ଞାନୀଙ୍କ ଅନୁଯାୟୀ, ପ୍ରତି ୩୩ ବର୍ଷରେ ଥରେ, ଏପରି ଏକ ସମୟ ଆସିଥାଏ ଯେତେବେଳେ ଗ୍ରିଗୋରୀୟ କ୍ୟାଲେଣ୍ଡର ଅନୁଯାୟୀ ବର୍ଷକୁ ୨ ଥର ରମଜାନ ପାଳନ କରାଯାଇଥାଏ। ଇସଲାମୀୟ କ୍ୟାଲେଣ୍ଡର ଅନୁଯାୟୀ ଆସନ୍ତା ୨୦୩୦ ବର୍ଷରେ ରମଜାନ ସେହି ବର୍ଷ ଜାନୁଆରୀ ୫ ତାରିଖରୁ ଆରମ୍ଭ ହେବ। ଏହା ବ୍ୟତୀତ ରମଜାନ ମଧ୍ୟ ଚଳିତ ବର୍ଷ ଡିସେମ୍ବର ମାସରେ ପାଳନ କରାଯିବ। ଆପଣଙ୍କୁ କହିରଖୁଛି ଯେ ହିଜରୀ କ୍ୟାଲେଣ୍ଡର ଅନୁଯାୟୀ ଗୋଟିଏ ବର୍ଷରେ ୩୫୪-୩୫୫ ଦିନ ବିଶିଷ୍ଟ ହୋଇଥାଏ। ଅନ୍ୟ ପକ୍ଷରେ ଇଂରାଜୀ କ୍ୟାଲେଣ୍ଡର ଅନୁସାରେ ଗୋଟିଏ ବର୍ଷ ପ୍ରାୟ ୩୬୫ ଦିନ ବିଶିଷ୍ଟ ହୋଇଥାଏ। 


ପୂର୍ବରୁ ମଧ୍ୟ ପାଳିତ ହୋଇସାରିଛି ୨ ଥର ରମଜାନ 
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୧୯୯୭ ମସିହାରେ ରମଜାନ୍ ୨ ଥର ପାଳନ କରାଯାଇଥିଲା। ଏହା ପୂର୍ବରୁ ୧୯୬୫ ମସିହାରେ ରମଜାନ ମାସରେ ୨ ଥର ରୋଜା ରଖାଯାଇଥିଲା। ରମଜାନ ମାସକୁ ଭଲ କାମର ମାସ କିମ୍ବାା ଭଲ କାର୍ଯ୍ୟର ସମୟ ବୋଲି କୁହାଯାଏ। ଏହି ମାସରେ, ଯେଉଁମାନେ ଇସଲାମ ଧର୍ମରେ ବିଶ୍ୱାସ କରନ୍ତି ସେମାନେ ଆଲ୍ଲାଙ୍କ ଉପାସନା କରିଥାନ୍ତି ଏବଂ ଦୁର୍ବଳ ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ ସହଯୋଗ କରିଥାନ୍ତି।