ଗର୍ଭଗୃହରେ ପ୍ରବେଶ କଲେ ଶ୍ରୀରାମଲାଲା, ପରମେଶ୍ୱର ଆସନରେ କଲେ ବିରାଜମାନ
Ayodhya Ram Mandir: ଅଯୋଧ୍ୟାରେ ଜନ୍ମସ୍ଥାନ ଉପରେ ନିର୍ମିତ ରାମ ମନ୍ଦିରର ଗର୍ଭଗୃହରେ ଭଗବାନ ରାମଙ୍କ ପ୍ରତିମାର ପ୍ରବେଶ ହୋଇଛି। ଗଣପତି ପୂଜା ସହିତ ରାମଲାଲାଙ୍କୁ ସ୍ଥାପିତ କରାଯାଇଛି। ଏହା ସହିତ ପାଞ୍ଚଶହ ବର୍ଷର ଅପେକ୍ଷା ସମାପ୍ତ ହୋଇଛି।
Ayodhya Ram Mandir Inauguration: ଶ୍ରୀରାମ ଜନ୍ମଭୂମିରେ ରାମଲାଲାଙ୍କ ପ୍ରତିଷ୍ଠା ପାଇଁ ପାଞ୍ଚଶହ ବର୍ଷର ଅପେକ୍ଷା ଗୁରୁବାର ଦିନ ଶେଷ ହୋଇଥିଲା, ଯେତେବେଳେ ନୂତନ ମନ୍ଦିରର ଗର୍ଭଗୃହର କୁର୍ମ ଶୀଳା ଉପରେ ଭଗବାନ ରାମଙ୍କ ପ୍ରତିମା ସ୍ଥାପିତ ହୋଇଥିଲେ। ଶ୍ୟାମ ଶିଳାରେ ନିର୍ମିତ ରାମଲାଲାଙ୍କ ପ୍ରତିମାକୁ ଗର୍ଭଗୃହର ଥିବା ପଥର ଉପରେ ରଖାଯାଇଛି। ପାଞ୍ଚ ବର୍ଷର ବାଳକ ଆକାରରେ ରାମଲାଲାର ଲମ୍ବ ୫୧ ଇଞ୍ଚ ହୋଇଥିବାବେଳେ, ଆଧାର ସହିତ ତାଙ୍କର ଉଚ୍ଚତା ସାତ ଫୁଟ ଦଶ ଇଞ୍ଚ। ପୌଷ ଶୁକ୍ଳ ଅଷ୍ଟମୀ ଦିନ ବୈଦିକ ମନ୍ତ୍ରପାଠ ମଧ୍ୟରେ ମଧ୍ୟାହ୍ନ ୧.୪୧ ପରେ ରାମଲାଲାଙ୍କ ପ୍ରତିମାକୁ ସ୍ଥାପିତ କରାଯାଇଥିଲା। କୁହାଯାଇଥିଲା ଯେ ୧.୪୧ ପର୍ଯ୍ୟନ୍ତ ଭଦ୍ରା ଥିଲେ। ଶାସ୍ତ୍ରରେ ଭଦ୍ରା ସମୟରେ ଶୁଭ କାର୍ଯ୍ୟକଳାପକୁ ବାରଣ କରାଯାଇଛି। ଏହା ସହିତ ଗର୍ଭଗୃହରେ ଅନ୍ୟାନ୍ୟ ରୀତିନୀତି ମଧ୍ୟ ଆରମ୍ଭ ହୋଇଥିଲା।
ଶ୍ରୀରାମ ଜନ୍ମଭୂମି ତିର୍ଥ କ୍ଷେତ୍ରର ଟ୍ରଷ୍ଟି ଓ କର୍ଣ୍ଣାଟକର ପୀଠେଶ୍ୱର ସ୍ୱାମୀ ବିଶ୍ୱ ପ୍ରଶନ୍ନ ତିର୍ଥ କହିଛନ୍ତି ଯେ ରାମଲାଲାଙ୍କ ଆସନରେ ସୁନା ଲଗାଯାଇ ନାହିଁ। ଭବିଷ୍ୟତରେ କରିବାକୁ ନେଇ ପ୍ରସ୍ତୁତି ଚାଲିଛି କିନ୍ତୁ ବର୍ତ୍ତମାନ ପ୍ରାଣ ପ୍ରତିଷ୍ଠା ରୀତିନୀତି ହେଉଛି ମୁଖ୍ୟ ଲକ୍ଷ୍ୟ। ପଥର ଖଣ୍ଡରେ ନିର୍ମିତ ପଦ୍ମଫୁଲର କରକମଳରେ ରାମଲାଲା ଛିଡା ହୋଇଛନ୍ତି। ଏହି କମଳ ଦଳ ଓ ପ୍ରଭାବଳୀ (ଦେବତାଙ୍କର ଆଲୋକିତ ଆଭାମଣ୍ଡଳ) ଯୋଗୁଁ ମୂର୍ତ୍ତିର ଓଜନ ଦେଢ଼ କ୍ୱିଣ୍ଟାଲରେ ପରିଣତ ହୋଇଛି। ସ୍ୱାମୀ ବିଶ୍ୱ ପ୍ରସନ୍ନ ତିର୍ଥ ପ୍ରାଣ ପ୍ରତିଷ୍ଠା ପାଇଁ ବୁଧବାର ଦିନ ଅଯୋଧ୍ୟାରେ ପହଂଚିଥିଲେ ଓ ଗୁରୁବାର ଦିନ ଅନୁଷ୍ଠିତ ଏହି ରୀତିନୀତିରେ ଅଂଶଗ୍ରହଣ କରିଥିଲେ।
ଶ୍ରୀରାମ ଜନ୍ମଭୂମୀର ଗର୍ଭ ଗୃହରେ ରାମଲାଲାର ପ୍ରତିମାକୁ ପ୍ରାଣପ୍ରତିଷ୍ଠା କରିବା ସଂକଳ୍ପ ମଧ୍ୟରେ ସର୍ବପ୍ରଥମ ଗଣପତିଙ୍କୁ ପୂଜା କରାଯାଇଥିଲା। ଏହା ପରେ ବରୁଣ ପୂଜନ, ମାତୃକା ପୂଜନ, ବସୋର୍ଦରା ପୂଜନ ଇତ୍ୟାଦି କାର୍ଯ୍ୟକ୍ରମ କରାଯାଇଥିଲା। କାଶୀର ଶାସ୍ତ୍ରଜ ବିଶେଷଜ୍ଞ ଜ୍ୟୋତିଷ ଶାସ୍ତ୍ରୀ ଦ୍ରାବିଡ଼ ଏବଂ ସାତ ଦିନିଆ ରୀତିନୀତିର ସଂଯୋଜକ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ନିର୍ଦ୍ଦେଶରେ ସମସ୍ତ ବୈଦିକ ରୀତିନୀତି ମୁଖ୍ୟ ଜଜମାନ ଡ଼ ଅନିଲ ମିଶ୍ର ଏବଂ ତାଙ୍କ ପତ୍ନୀ ଉଷା ମିଶ୍ରଙ୍କ ଦ୍ୱାରା କରାଯାଇଥିଲା। ଏହି ସମୟ ମଧ୍ୟରେ ଚତ୍ରୁବେଦ ଉକ୍ତି, ପୁଣ୍ୟହବାଚନ୍, ଶ୍ରୀମଦବାଲ୍ମିକି ରାମାୟଣ, ଶ୍ରୀମଦ୍ ଆଧ୍ୟାତ୍ମ ରାମାୟଣ, ଭୁସୁଣ୍ଡି ରାମାୟଣ ଓ ଆନନ୍ଦ ରାମାୟଣ ମଧ୍ୟ ପାଠ କରାଯାଉଛି।