Rasagola Price Hike: ମହଙ୍ଗା ହେଲା ପାହାଳ ମିଠା, କାଲିଠୁ ଆଉ ୫ଟଙ୍କାରେ ମିଳିବନି ରସଗୋଲା
Rasagola Price Hike: ଆତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ପାଉଥିବା ବେଳେ ଆଉ ଏଥିରୁ ବାଦ୍ ପଡିନି ରସଗୋଲା (Rasagola)। ରସଗୋଲାର (Pahala Rasagola) ଦାମ୍ ବି ବୃଦ୍ଧି ହୋଇଛି । ଆସନ୍ତାକାଲି ଠାରୁ ନୂଆ ଦର ଲାଗୁ ହେବ ବୋଲି ସୂଚନା ମିଳିଛି। ଛେନା ଦର ବୃଦ୍ଧି ହେବା ଯୋଗୁଁ ପାହାଳ ରସଗୋଲାର (Rasagola Price Hike) ଦର ମଧ୍ୟ ବୃଦ୍ଧି ହୋଇଛି। ଛେନାର ଅହେତୁକ ଦର ବୃଦ୍ଧି ହେତୁ ଦିର୍ଘ ଦୁଇ ଦିନ ହେଲା ପାହାଳରେ(Pahala Rasagola) ଥିବା ସମସ୍ତ ମିଠା ଦୋକାନ ଗୁଡିକ ବନ୍ଦ ଥିବା ଦେଖିବାକୁ ମିଳିଥିଲା । ନୂଆ ଦର ହିସାବରେ ପାହାଳ ବଜାରରେ ମିଳୁଥିବା ୫ ଟଙ୍କିଆ ମିଠା ୬ ଟଙ୍କା ହୋଇଥିବା ବେଳେ ... ପଢନ୍ତୁ ଏହି ରିପୋର୍ଟ ।...
Rasagola Price Hike: ହୁ ହୁ ହୋଇ ବଢୁଛି ଦରଦାମ । ଗ୍ରାହକଙ୍କ ପକେଟ ଖାଲି କରୁଛି ଏହି ଦରଦାମ୍ ବୃଦ୍ଧି। ଆତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ପାଉଥିବା ବେଳେ ଆଉ ଏଥିରୁ ବାଦ୍ ପଡିନି ରସଗୋଲା (Rasagola)। ରସଗୋଲାର (Pahala Rasagola) ଦାମ୍ ବି ବୃଦ୍ଧି ହୋଇଛି । ଆସନ୍ତାକାଲି ଠାରୁ ନୂଆ ଦର ଲାଗୁ ହେବ ବୋଲି ସୂଚନା ମିଳିଛି। ଛେନା ଦର ବୃଦ୍ଧି ହେବା ଯୋଗୁଁ ପାହାଳ ରସଗୋଲାର (Rasagola Price Hike) ଦର ମଧ୍ୟ ବୃଦ୍ଧି ହୋଇଛି। ଛେନାର ଅହେତୁକ ଦର ବୃଦ୍ଧି ହେତୁ ଦିର୍ଘ ଦୁଇ ଦିନ ହେଲା ପାହାଳରେ(Pahala Rasagola) ଥିବା ସମସ୍ତ ମିଠା ଦୋକାନ ଗୁଡିକ ବନ୍ଦ ଥିବା ଦେଖିବାକୁ ମିଳିଥିଲା । ନୂଆ ଦର ହିସାବରେ ପାହାଳ ବଜାରରେ ମିଳୁଥିବା ୫ ଟଙ୍କିଆ ମିଠା ୬ ଟଙ୍କା ହୋଇଥିବା ବେଳେ ୧୦ ଟଙ୍କାରେ ମିଳୁଥିବା ମିଠା ୧୨ ଟଙ୍କା ହୋଇଛି। ସେହିପରି ୨୦ ଟଙ୍କିଆ ମିଠା ବର୍ତ୍ତମାନ ୨୫ ଟଙ୍କାରେ ବିକ୍ରି ହେବ ବୋଲି ପାହାଳ ମିଠା ବ୍ୟବସାୟୀ ସଂଘ ପକ୍ଷରୁ ନିଷ୍ପତି ହୋଇଛି। ଏହି ନୂଆ ଦର ଆସନ୍ତାକାଲି ଠାରୁ ଲାଗି ହେବ। ରସଗୋଲା ସହିତ ଛେନା ଗଜା ଓ ଛେନାପୋଡର ଦର ମଧ୍ୟ ବୃଦ୍ଧି ପାଇଥିବା ଜଣାପଡିଛି। ଛେନା ଗଜା କିଲୋ ପିଛା ଦର ୨୨୦ ଟଙ୍କା ଓ ଛେନାପୋଡ଼ କିଲୋ ପିଛା ୨୮୦ ଟଙ୍କାରେ ଆସନ୍ତାକାଲି ଠାରୁ ବିକ୍ରି ହେବାକୁ ସ୍ଥିର ହୋଇଛି।
ମେ ପହିଲାରୁ ଓମଫେଡ୍ କ୍ଷୀର ଲିଟର ପିଛା ୪ ଟଙ୍କା ବୃଦ୍ଧି ପାଇଛି । ତଦନୁଯାୟୀ ପାହାଳ ବଜାରକୁ ଛେନା ଯୋଗାଣ କରୁଥିବା ମଦମ ମୋହନ ଦୁଗ୍ଧଜାତ ବ୍ୟବସାୟୀ ସଂଘ ଛେନା କିଲୋ ପ୍ରତି ୨୦ ଟଙ୍କା ବୃଦ୍ଧି କରିବା ପାଇଁ ପାହାଳ ରସଗୋଲା ବ୍ୟବସାୟୀ ସଂଘକୁ କଟକ ଜିଲ୍ଲା ଦୁଗ୍ଧଜାତ ସଂଘ ସଭାପତି ସୁବାଶ ଚନ୍ଦ୍ର ବେହେରା ଓ ସମ୍ପାଦକ ପ୍ରଦୀପ କୁମାର ବେହେରା ଲିଖିତ ଭାବେ ଜଣାଇଥିଲେ। ଏହି ଲିଖିତ ତଥ୍ୟ ଆଧାରରରେ ପାହାଳ ମିଠା ବ୍ୟବସାୟୀ ସଂଘ ସଭାପତି ଅକ୍ଷୟ କୁମାର ଲେଙ୍କାଙ୍କ ଅଧ୍ୟକ୍ଷତାରେ ଶ୍ରୀଶ୍ରୀରାଧାବଲ୍ଲଭ ମନ୍ଦିର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସର୍ବସମ୍ମତିକ୍ରମେ ଦରବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯିବା ସହ ଶନିବାରଠାରୁ ସୋମବାର ପର୍ଯ୍ୟନ୍ତ ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏଥିରେ ଶରତ ବେହେରା, କାର୍ତ୍ତିକ ବେହେରା, ଲୋକନାଥ ସାହୁ, ପବନୀ ସାହୁ, ଦୁଃଖୀଶ୍ୟାମ ସାହୁ, ଚିତ୍ତରଞ୍ଜନ ବେହେରା, ରାଜକିଶୋର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏବଂ ମଙ୍ଗଳବାର ଠାରୁ ନୂଆ ଦରରେ ମିଠା ବିକ୍ରି ହେବା ପାଇଁ ନିସ୍ପତି ନିଆ ଯାଇଥିଲା। ପାହାଳ ବଜାରରେ ଥିବା ୭୦ରୁ ଊର୍ଦ୍ଧ୍ବ ମିଠା ଦୋକାନକୁ ମଦନ ମୋହନ ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘ ଦୈନିକ ପ୍ରାୟ ୪ ଟନ୍ରୁ ଊର୍ଦ୍ଧ୍ବ ଛେନା ଯୋଗାଇଥାଏ। ଏହି ଛେନାରୁ ପ୍ରସ୍ତୁତ ମିଠା ଏଠାରେ ବିକ୍ରିବଟା ହେବା ସହ ରାଜ୍ୟର ୨୦ରୁ ଊର୍ଦ୍ଧ୍ବ ସହରକୁ ଯାଇଥାଏ। ପାହାଳ ମିଠାର ସ୍ବତନ୍ତ୍ର ଚାହିଦା ଥିବାରୁ ବିବାହ, ବ୍ରତ ଭଳି ବିଭିନ୍ନ ମାଙ୍ଗଳିକ କାର୍ଯ୍ୟରେ ମଧ୍ୟ ଖୋଜା ପଡ଼େ। କିନ୍ତୁ ଆସନ୍ତା ୨୩ ତାରିଖରୁ କେଜି ପିଛା ଛେନା ଦର ୨୦ ଟଙ୍କା ବୃଦ୍ଧି ପାଇବାକୁ ଥିବାରୁ ମିଠା ଦର ବୃଦ୍ଧି କରିବାକୁ ବ୍ୟବସାୟୀ ସଂଘ ବାଧ୍ୟ ହୋଇଛି।
Also Read: ଜାଣିଛନ୍ତି କି ଟ୍ରେନର ନାମକରଣ କିପରି ହୁଏ ?
ନିକଟରେ, ପଶ୍ଚିମବଙ୍ଗ ଓ ଓଡ଼ିଶା ମଧ୍ୟରେ ଲାଗି ରହିଥିବା ରସଗୋଲା ବିବାଦକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ଏହି ବିବାଦରେ ଓଡି଼ଶାର ଜିତାପଟ ହୋଇଛି। ଓଡ଼ିଶା ରସଗୋଲାକୁ ମିଳିଛି ଜିଆଇ ଟ୍ୟାଗ୍ ବା ଜୋଗ୍ରାଫିକାଲ୍ ଇଣ୍ଡିକେସନ୍ସ ଟ୍ୟାଗ୍ ମାନ୍ୟତା ମିଳିଛି। ଜିଆଇ ମାନ୍ୟତା ନେଇ ଚେନ୍ନାଇ ଜିଆଇ ରେଜିଷ୍ଟ୍ରାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଜିଆଇ ମାନ୍ୟତା ପାଇଁ ୨୦୧୮ରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆବେଦନ କରାଯାଇଥିଲା। ତଥ୍ୟ ପ୍ରମାଣକୁ ଆଧାର କରି ଓଡ଼ିଶାର ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିଛି। ଓଡ଼ିଶାର ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ରସଗୋଲାର ନିବିଡ଼ ସମ୍ପର୍କ ରହିଛି। ଓଡ଼ିଶାର ପରମ୍ପରା ସହିତ ରସଗୋଲା ଜଡ଼ିତ ବୋଲି ଏଥିରେ ସୂଚିତ ହୋଇଛି। ଓଡ଼ିଶା ରସଗୋଲା ଜିଆଇ ମାନ୍ୟତା ପାଇବା ଫଳରେ ଏହା ବିଦେଶକୁ ରପ୍ତାନୀ କରିବାର ପଥ ସହଜ ଓ ସୁଗମ ହୋଇଛି। ଏଥିସହିତ ରସଗୋଲା ବ୍ୟବସାୟୀଙ୍କ ଅର୍ଥନୈତିକ ଅଭିବୃଦ୍ଧିରେ ଏହା ସହାୟକ ହୋଇପାରିବ। ଏହା ରାଜ୍ୟର ଛେନା ଉତ୍ପାଦନକାରୀ ଚାଷୀ ଏବଂ ରସଗୋଲା ଉତ୍ପାଦନକାରୀଙ୍କ ନିରନ୍ତର ବିକାଶରେ ସହାୟକ ହେବା ସହ ରାଜ୍ୟକୁ ଆସୁଥିବା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରିବ।