Madhu Babu Pension Yojana: ହିତାଧିକାରୀଙ୍କ ପାଇଁ ବଡ଼ ଖୁସି ଖବର,ଏଣିକି ଆକାଉଣ୍ଟରେ ନୁହେଁ, ଏହି ଦିନ ମିଳିବ ନଗଦ ଏତିକି ଟଙ୍କା
Advertisement
Article Detail0/zeeodisha/odisha1706150

Madhu Babu Pension Yojana: ହିତାଧିକାରୀଙ୍କ ପାଇଁ ବଡ଼ ଖୁସି ଖବର,ଏଣିକି ଆକାଉଣ୍ଟରେ ନୁହେଁ, ଏହି ଦିନ ମିଳିବ ନଗଦ ଏତିକି ଟଙ୍କା

Madhu Babu Pension Yojana: ରାଜ୍ୟର ଜନସାଧାରଣଙ୍କ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(Odisha CM Naveen Patnaik) ଅନେକ ଜନହିତକର ଯୋଜନା ଲାଗୁ କରିଛନ୍ତି । ରାଜ୍ୟ ସରକାର ମଧୁବାବୁ ପେନସନ ଯୋଜନା( Madhu Babu Pension Yojana)କ୍ଷେତ୍ରରେ ନୂଆ ଏକ ବଡ ପରିବର୍ତ୍ତନ ଆଣିଛନ୍ତି। ଯାହା ମଧୁବାବୁ ପେନସନ ଭୋଗୀଙ୍କ ପାଇଁ ଏକ ବଡ ଖୁସି ଖବର(MBPY Beneficiaries) । ଏଣିକି ଆକାଉଣ୍ଟରେ ନୁହେଁ, ସିଧା ଘରେ ପହଞ୍ଚିବ ନଗଦ ଟଙ୍କା । ପଢନ୍ତୁ ପୂରା ରିପୋର୍ଟ ।...

ସୌଜନ୍ୟ- ସୋସିଆଲ ମିଡ଼ିଆ

Madhu Babu Pension Yojana: ରାଜ୍ୟର ଜନସାଧାରଣଙ୍କ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(Odisha CM Naveen Patnaik) ଅନେକ ଜନହିତକର ଯୋଜନା ଲାଗୁ କରିଛନ୍ତି । ତେବେ ବିଭିନ୍ନ ଯୋଜନା ସୁବିଧା ପାଇବା କ୍ଷେତ୍ରରେ ହିତାଧିକାରୀଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ତେଣୁ ରାଜ୍ୟ ସରକାର ମଧୁବାବୁ ପେନସନ ଯୋଜନା ( Madhu Babu Pension Yojana)କ୍ଷେତ୍ରରେ ନୂଆ ଏକ ବଡ ପରିବର୍ତ୍ତନ ଆଣିଛନ୍ତି। ଯାହା ମଧୁବାବୁ ପେନସନ ଭୋଗୀଙ୍କ ପାଇଁ ଏକ ବଡ ଖୁସି ଖବର (MBPY Beneficiaries) ।  ଆସନ୍ତା ଜୁନ୍ ମାସରୁ ବନ୍ଦ ହେବ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର(Direct Benefit Transfer )।  ଏଣିକି ନଗଦ ମିଳିବ ମଧୁବାବୁ ପେନସନ ଟଙ୍କା  ( Madhu Babu Pension Yojana)। ଆଉ ବ୍ୟାଙ୍କ ଆକାଉଣ୍ଟକୁ ଯିବନି ଭତ୍ତା ଟଙ୍କା। ପ୍ରତି ମାସରେ ବ୍ୟାଙ୍କ ପରିବର୍ତ୍ତେ ନଗଦ ଦିଆଯିବ ଟଙ୍କା। ବୃଦ୍ଧା ଓ ଦିବ୍ୟାଙ୍ଗଙ୍କୁ ଟଙ୍କା ଉଠାଇବାରେ ଅସୁବିଧା ହେବାରୁ ସରକାର ଏଭଳି ନିସ୍ପତି ନେଇଛନ୍ତି। ଦିବ୍ୟାଙ୍ଗ ଓ ବରିଷ୍ଠ ହିତାଧିକାରୀଙ୍କୁ ଘରେ ଟଙ୍କା ମିଳିବ । ପ୍ରତିମାସ ୧୫ ତାରିଖରେ ଭତ୍ତା ଟଙ୍କା ମିଳିବା ନେଇ ସରକାର ଘୋଷଣା କରିଛନ୍ତି। 

ମଧୁବାବୁ ପେନସନ ଯୋଜନାରେ ୨୮ ଲକ୍ଷରୁ ଅଧିକ ହିତାଧିକାରୀ ଅଛନ୍ତି।  ଜାତୀୟ ସାମାଜିକ ସୁରକ୍ଷା ଯୋଜନା କ୍ଷେତ୍ର ଅଧିନରେ  ୨୦ ଲକ୍ଷ ହିତାଧିକାରୀଙ୍କୁ ମିଶାଇଲେ ୪୮ ଲକ୍ଷ ହିତାଧିକାରୀ ଅଛନ୍ତି । ପୂର୍ବରୁ ଡେବିଟ୍ ମାଧ୍ୟମରେ ଭତ୍ତା ଦେବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ। ଏନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶସକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ତା, କହିଛନ୍ତି  ଏନେଇ ହିତାଧିକାରୀମାନଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ଭତ୍ତା ଦିଆଯିବାର ବ୍ୟବସ୍ଥା କରାଯାଇଛି। କାହିଁକିନା ଦିବ୍ୟାଙ୍ଗ ଓ ବୟୋଜ୍ୟୋଷ୍ଠ ଲୋକଙ୍କୁ ବ୍ୟାଙ୍କକୁ ଯାଇ ଟଙ୍କା ଉଠାଇବାରେ ସମସ୍ୟା ହେଉଥିଲା। ଏବେ ବ୍ୟାଙ୍କ ପରିବର୍ତ୍ତେ ସମାନଙ୍କୁ ନଗଦ ଟଙ୍କା ଦିଆଯିବ । ଯେଉଁମାନେ ଭତ୍ତା କେନ୍ଦ୍ରକୁ ଯାଇ ପାରୁନାହାନ୍ତି ସେମାନଙ୍କ ଘରେ ପେନସନ ପହଞ୍ଚାଯିବ । 

ଏହାବି ପଢନ୍ତୁ : Gold Rate: ସୁନା ଦରରେ ବୃହତ ହ୍ରାସ, ନିବେଶ ପାଇଁ ସୁବର୍ଣ୍ଣ ସୁଯୋଗ !

ଏହାବି ପଢନ୍ତୁ : Shukra Gochar 2023: ଦୀର୍ଘ ଦଶନ୍ଧି ପରେ ପଡ଼ୁଛି ଏହି ମହାସଂଯୋଗ, ଆଜିଠୁ ଖୋଲିଲା ଏହି ତିନି ରାଶିର ଭାଗ୍ୟ, ବର୍ଷିବ ଟଙ୍କା!

ତେବେ ଭତ୍ତା ଟଙ୍କା ବଣ୍ଟନରେ ,ପଞ୍ଚାୟତର ନିର୍ବାଚିତ ପ୍ରତିନିଧିଙ୍କୁ ସାମିଲ କରାଯିବ। ସବୁ ବ୍ଲକରେ ଆଧାର ଲିଙ୍କ୍ ଟିମ୍ ରହିଛି। ଏହି କ୍ରମରେ ସମସ୍ତ ହିତାଧିକାରୀଙ୍କ ଆଧାର ଲିଙ୍କ୍ ହେବ । ପଞ୍ଚାୟତରାଜି ସଂସ୍ଥାକୁ ଭତ୍ତା ବଣ୍ଟନରେ ସାମିଲ କରାଯିବ। ବରିଷ୍ଠ ନାଗରିକଙ୍କ ଆଖି ସମସ୍ୟା ଓ ହାତ ଥରିବା କାରଣରୁ ସେମାନଙ୍କ ଆଧାର ଲିଙ୍କ୍ ହୋଇପାରୁନି। ତେଣୁ ପ୍ରତି ପଞ୍ଚାୟତର ପ୍ରତି ଗାଁକୁ ଯାଇ ଆଧାର ଲିଙ୍କ୍ କରିବାକୁ ନିର୍ଦ୍ଦେଶ ହୋଇଛି। ଏନେଇ ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯିବା ସହିତ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏହାବି ପଢନ୍ତୁ : Vande Bharat Express: ଆଜି ପାଇଁ ବାତିଲ ହେଲା ହାୱଡ଼ା- ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍

ଏହାବି ପଢନ୍ତୁ : Puri-Howrah Vande Bharat Express: କାଳବୈଶାଖୀ ଯୋଗୁଁ ବାଟରେ ଅଟକିଲା ବନ୍ଦେ ଭାରତ ଏକ୍ସପ୍ରେସ, ଗଛପଡି ଭାଙ୍ଗିଲା ସାମ୍ନା ପଟ କାଚ,ଅଳ୍ପକେ ବର୍ତ୍ତିଲେ ଲୋକ ପାଇଲଟ୍