Three Chariots Reaches at Srigundicha Temple: ଗତକାଲି ରଥଯାତ୍ରାର ନୀତିକାନ୍ତି ବେଶ ସଅଳ ହୋଇଥିଲା। ନିର୍ଦ୍ଧାରିତ ସମୟ ଠାରୁ ପ୍ରାୟ ଏକ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିଲା ରଥଟଣା। ମାତ୍ର ରଥଟଣା ସମୟରେ କୌଣସି ତ୍ରୁଟି ରହିଥିବା କାରଣରୁ ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିନଥିଲା। ମାତ୍ର ରାତି ହେବା ସତ୍ତ୍ୱେ ଲାଇଟ୍ ଲଗାଇ କେବଳ ତାଳଧ୍ଵଜ ରଥକୁ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ଵାର ନିକଟରେ ପହଞ୍ଚା ଯାଇପାରିଥିଲେ। 


COMMERCIAL BREAK
SCROLL TO CONTINUE READING

ନନ୍ଦିଘୋଷ ରଥ ମାଉସୀ ମାଆ ମନ୍ଦିର ନିକଟରେ ଏବଂ ଦେବୀଦଳନ ରଥ ବଡଶଙ୍ଖ ନିକଟରେ ଅଟକି ରହିଥିଲେ। ବୁଧବାର ସକାଳ ପ୍ରାୟ ନଅଟା ସମୟରେ ଆରମ୍ଭ ହୋଇଥିବା ରଥଟଣା। କଡା ସୁରକ୍ଷା ବଳୟ ମଧ୍ୟରେ ରଥ ଟାଣିଥିଲେ ଭକ୍ତ। ପ୍ରଥମେ ଦେବୀଦଳନ ରଥ ଏବଂ ପରେ ପୂର୍ବାହ୍ନ ୯:୪୫ ସମୟରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶ୍ରୀଗୁଣ୍ଡିଚା ମନ୍ଦିର ଚକଡାରେ ଲାଗିଥିଲା। ଶ୍ରୀଗୁଣ୍ଡିଚା ମନ୍ଦିରରେ ତିନି ରଥ ପହଞ୍ଚିବା ପରେ ପୋଲିସ ତିନି ରଥକୁ କର୍ଡନ କରିବା ସହ ସୁରକ୍ଷା ପ୍ରଦାନ କରିଥିଲେ। ସକାଳୁ ରଥାରୂଢ ଶ୍ରୀଜୀୟୁଙ୍କ ନିକଟରେ ମଙ୍ଗଳ ଆଳତୀ, ମଇଲମ, ଅବକାଶ ନୀତି ହେବା ପରେ ଆରମ୍ଭ ହୋଇଥିଲା ରଥଟଣା। ତିନିରଥରେ ଗୋପାଳବଲ୍ଲଭ, ସକାଳ ଧୂପ ଆଦି ସମସ୍ତ ନିତିକାନ୍ତି କରାଯାଇ ରାତିରେ ମହାପ୍ରଭୁ ମାନଙ୍କର ପହୁଡ ହେବ। ସେପଟେ ଆସନ୍ତା କାଲି ଜନ୍ମବେଦୀକୁ ବିଜେ କରିବେ ମହାପ୍ରଭୁ। ସେପଟେ ୨୩ରେ ମିଳିବ ମହାପ୍ରଭୁଙ୍କ ଆଡପ ଅବଢା। 


ସେପଟେ ରଥଟଣାରେ ବିରାଟ ତ୍ରୁଟି କାରଣରୁ ତିନି ରଥ ଟଣାରେ ବିଭ୍ରାଟ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ରଥ ମୋଡ ନିୟନ୍ତ୍ରଣରେ ସମସ୍ଯା କାରଣରୁ ତିନି ରଥ ସନ୍ଧ୍ୟା ପୂର୍ବରୁ ପହଞ୍ଚିବା ସମ୍ଭବ ହୋଇ ପାରିନଥିଲା। ଲାଇଟ୍ ଲଗାଇ ତାଳଧ୍ଵଜ ରଥକୁ ଆଗକୁ ନିଆଯାଇଥିଲେ ମଧ୍ୟ ଅନ୍ୟ ଦୁଇ ରଥ ଅଟକି ରହିଥିଲେ। ତେବେ କର୍ଡନ ମଧ୍ୟରେ ବିନା କର୍ଡନ ପାସ୍ ଧାରକ ଏବଂ ସାଧାରଣ ଭକ୍ତଙ୍କ ଗହଳି କାରଣରୁ ଏଭଳି ସମସ୍ଯା ଉପୁଜିଥିବା ଅଭିଯୋଗ ହୋଇଥିଲା। 


ଏନେଇ ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର କହିଛନ୍ତି କିଛି ତ୍ରୁଟି ତ ରହିଛି, ହେଲେ ବନ୍ଧୁ ମହାନ୍ତି କିମ୍ବା ଦାସିଆ ବାଉରୀଙ୍କ ଭଳି କୌଣସି ଭକ୍ତଙ୍କ ପାଇଁ ରଥ ଅଟକି ଯାଇଥିଲା। ଆଜି ଦିନ ତିନିଟା ସୁଦ୍ଧା ସନ୍ଧ୍ୟା ଧୂପ ସରିବା ପରେମହାପ୍ରଭୁଙ୍କର ଆଡପ ପହଣ୍ଡି କରାଯିବ। ଏହା ପରେ ମହାପ୍ରଭୁ ନିଦ୍ରାରେ ଯିବେ। ସେପଟେ ରଥଟଣାରେ କେଉଁଠି ତ୍ରୁଟି ରହିଲା ତାହାର ତର୍ଜମା ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।