RBI fines Amazon Pay India: କିଛି ନିୟମ ପାଳନ ନକରିବା ପାଇଁ ଆରବିଆଇ (RBI) ଆମାଜନ ପେ (Amazon Pay) ଉପରେ ୩.୦୬ କୋଟି ଟଙ୍କାର ଜରିମାନା ଲଗାଇଛି । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (Reserve Bank of India) ଶୁକ୍ରବାର ଦିନ କହିଛି ଯେ ସେ ପ୍ରିପେଡ୍ ପେମେଣ୍ଟ ଷ୍ଟାଣ୍ଡାର୍ଡ (PPI) ସମ୍ବନ୍ଧୀୟ କେତେକ ନିୟମାବଳୀକୁ ପାଳନ ନକରିବା ପାଇଁ ଆମାଜନ ପେ (ଇଣ୍ଡିଆ) ପିଭି ଲିମିଟେଡ୍ ଉପରେ ୩.୦୬ କୋଟିରୁ ଅଧିକ ଟଙ୍କା ଜରିମାନା ଲାଗୁ କରିଛି । ଆରବିଆଇ ଏକ ବୟାନରେ କହିଛି ଯେ ଆମାଜନ KYC ମାନଦଣ୍ଡ ଉପରେ ଆରବିଆଇ ଦେଇଥିବା ନିର୍ଦ୍ଦେଶକୁ ପାଳନ କରୁନାହିଁ ।


COMMERCIAL BREAK
SCROLL TO CONTINUE READING

ନିର୍ଦ୍ଦେଶଗୁଡିକ ପାଳନ ନକରିବାରୁ କାହିଁକି ଦଣ୍ଡବିଧାନ କରାଯିବ ନାହିଁ ସେ ସମ୍ବନ୍ଧରେ ଦର୍ଶାଇବାକୁ ଆରବିଆଇ ଆମାଜନ ପେକୁ ଏକ ନୋଟିସ୍ ଜାରି କରିଛି । ଆରବିଆଇ କହିଛି ଯେ ତଦନ୍ତରୁ ଜଣାପଡିଛି ଯେ ଆରବିଆଇ ନିର୍ଦ୍ଦେଶ ପାଳନ ନକରିବା ଅଭିଯୋଗ ସତ୍ୟ ବୋଲି ପ୍ରମାଣିତ ହୋଇଛି ।


କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ ଏହି ନିୟମାବଳୀ ନିୟମର ଅଭାବ ଉପରେ ଆଧାରିତ ଓ ଏହାର ଗ୍ରାହକଙ୍କ ସହିତ ଆମାଜନ ପେ (ଭାରତ) ଦ୍ୱାରା ହୋଇଥିବା କୌଣସି କାରବାର କିମ୍ବା ଚୁକ୍ତିନାମାର ବୈଧତା ଉପରେ ପ୍ରଶ୍ନ କରିବା ଉଦ୍ଦେଶ୍ୟ ନୁହେଁ । କହିରଖୁଛୁ ଯେ ଆମାଜନ ପେ ହେଉଛି ଆମାଜନର ଡିଜିଟାଲ ପେମେଣ୍ଟ ସିଷ୍ଟମ ।


ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅନୁଯାୟୀ, ଆମାଜନ ପେ ଇଣ୍ଡିଆ ପ୍ରିପେଡ୍ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟସ (ପିପିଇ) ସମ୍ବନ୍ଧୀୟ ସେହି ନିର୍ଦ୍ଦେଶକୁ ଉଲ୍ଲଂଘନ କରିଛି, ଯାହା ୨୭ ଅଗଷ୍ଟ ୨୦୨୧ ରେ କାର୍ଯ୍ୟକାରୀ ହୋଇଥିଲା ଓ ସମୟ ସମୟରେ ଏହା ଅପଡେଟ୍ ହୋଇଆସୁଛି । ଏହା ବ୍ୟତୀତ କମ୍ପାନୀ ମଧ୍ୟ KYC ନିର୍ଦ୍ଦେଶାବଳୀ ୨୦୧୬ ଅନୁସରଣ କରିନାହିଁ, ଯାହା ୨୫ ଫେବୃଆରୀ ୨୦୧୬ ରେ ଜାରି କରାଯାଇଥିଲା । ଏଗୁଡିକ ମଧ୍ୟ ସମୟ ସମୟରେ ଅପଡେଟ୍ ହେଉଥିଲା ।


ଏହା ବି ପଢ଼ନ୍ତୁ: United States of Kailasa: ପଳାତକ ନିତ୍ୟାନନ୍ଦଙ୍କ ମାୟା ନଗରୀ କୈଳାଶ କେଉଁଠାରେ ଅଛି, ସତରେ ଏହି ଦେଶ ଅଛି ନା ନାହିଁ? ଜାଣନ୍ତୁ ସବୁକିଛି


ଏହା ବି ପଢ଼ନ୍ତୁ: Indian Army: ଅସମ୍ଭବକୁ ସମ୍ଭବ କଲେ ଭାରତୀୟ ସେନା, ୧୪୦୦୦ ଫୁଟ ଉଚ୍ଚରେ ଖେଳିଲେ କ୍ରିକେଟ୍, ଦେଖନ୍ତୁ ଫଟୋ


ଏହା ବି ପଢ଼ନ୍ତୁ: Danielle Wyatt Engaged: ତେନ୍ଦୁଲକରଙ୍କ ପୁଅକୁ ମିଳିଲା ଧୋକା! ଅନ୍ୟ ଜଣେ ନାରୀ ବନ୍ଧୁଙ୍କ ସହ ନିର୍ବନ୍ଧ କରିନେଲେ ତାଙ୍କ ଗର୍ଲଫ୍ରେଣ୍ଡ