RBI Cancels License: ଦେଶରେ ଆଉ ଏକ ସମବାୟ ବ୍ୟାଙ୍କ ଏକ ବଡ଼ ଧରଣର ଅସୁବିଧାର ସମ୍ମୁଖୀନ ହୋଇଛି । ବାସ୍ତବରେ, ମହାରାଷ୍ଟ୍ରର ଲକ୍ଷ୍ମୀ ସମବାୟ ବ୍ୟାଙ୍କ ଲିମିଟେଡର (Laxmi Cooperative Bank) ଲାଇସେନ୍ସକୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ବାତିଲ କରିଛି । ଏଥିସହ ଏହି ବ୍ୟାଙ୍କକୁ ଦିଆଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ ସେମାନେ ମଧ୍ୟ ସେମାନଙ୍କ ଆକାଉଣ୍ଟଧାରୀଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫେରସ୍ତ କରନ୍ତୁ ।


COMMERCIAL BREAK
SCROLL TO CONTINUE READING

ଭାରତର ରିଜର୍ଭ ବ୍ୟାଙ୍କର ଆଦେଶ ପରେ ବର୍ତ୍ତମାନ ଲକ୍ଷ୍ମୀ ସମବାୟ ବ୍ୟାଙ୍କ କାରବାର କିମ୍ବା ବ୍ୟବସାୟ ସମେତ ଅନ୍ୟାନ୍ୟ ଆର୍ଥିକ କାର୍ଯ୍ୟ କରିବାକୁ ସମର୍ଥ ହେବ ନାହିଁ । ଆରବିଆଇ ଦ୍ୱାରା ଜାରି ଏକ ବୟାନରେ କୁହାଯାଇଛି ଯେ ପ୍ରତ୍ୟେକ ଜମାକାରୀଙ୍କୁ DICGC ଅଧିନିୟମ, ୧୯୬୧ ଅନୁଯାୟୀ ଜମା ବୀମା ଓ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ୍ (DICGC) ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାବି କରିବାର ଅଧିକାର ରହିବ ।


ପର୍ଯ୍ୟାପ୍ତ ପୁଞ୍ଜି ଅଭାବ ଦର୍ଶାଇ ଆରବିଆଇ ଲକ୍ଷ୍ମୀ ସମବାୟ ବ୍ୟାଙ୍କର ଲାଇସେନ୍ସ ବାତିଲ କରିଛି। କେନ୍ଦ୍ରୀୟ ବ୍ୟାଙ୍କ ଦେଇଥିବା ବୟାନରେ କୁହାଯାଇଛି, ଲକ୍ଷ୍ମୀ କୋ-ଅପରେଟିଭ୍ ବ୍ୟାଙ୍କ ଲିମିଟେଡର ଲାଇସେନ୍ସ ବାତିଲ କରାଯାଇଛି,  କାରଣ ତାଙ୍କ ପାଖରେ ପର୍ଯ୍ୟାପ୍ତ ପୁଞ୍ଜି ଓ ରୋଜଗାର ସମ୍ଭାବନା ନାହିଁ ।


କହିରଖୁଛୁ ଯେ DICGC ବୀମା ଯୋଜନା ଅନୁଯାୟୀ ବ୍ୟାଙ୍କଗୁଡିକରେ ଜମା ହୋଇଥିବା ଅର୍ଥର ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମାଭୁକ୍ତ ହୋଇଛି । ଏହି କାରଣରୁ, ଯଦି ବ୍ୟାଙ୍କ ଦେବାଳିଆ ହୋଇଯାଏ କିମ୍ବା ଏହାର ଲାଇସେନ୍ସ ବାତିଲ ହୁଏ, ତେବେ ଗ୍ରାହକମାନେ ଏପରି ଜମା ରାଶି ହରାଇବାର ଆଶଙ୍କା ନାହିଁ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ସମ୍ପୂର୍ଣ୍ଣ ମାଲିକାନା ଥିବା DICGC, ବ୍ୟାଙ୍କ ଜମା ଉପରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା କଭର ପ୍ରଦାନ କରିଥାଏ ।


ଏହା ସହ ବ୍ୟାଙ୍କ ବନ୍ଦ କରିବାକୁ ଓ ବ୍ୟାଙ୍କ ପାଇଁ ଏକ ଲିକ୍ୱିଡେଟର ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଜାରି କରିବାକୁ ଆରବିଆଇ କୋଅପରେଟିଭ୍ କମିଶନର ତଥା ରେଜିଷ୍ଟ୍ରାର୍ ଅଫ୍ କୋଅପରେଟିଭ୍ ସୋସାଇଟିସ୍ (ମହାରାଷ୍ଟ୍ର) କୁ କହିଛି । ଏହାପୂର୍ବରୁ ଜୁଲାଇ ୧୪ ରେ ଆରବିଆଇ ପର୍ଯ୍ୟାପ୍ତ ପୁଞ୍ଜି ଅଭାବ ଓ ରୋଜଗାର ସମ୍ଭାବନା ନ ଥିବାରୁ ଡକ୍ଟର ଶିବାଜିରାଓ ପାଟିଲ ନୀଲାଙ୍ଗେକର ସହରୀ କୋଅପରେଟିଭ ବ୍ୟାଙ୍କ ଲିମିଟେଡର ଲାଇସେନ୍ସ ବାତିଲ କରି ଦେଇଥିଲା । ଏହା ବ୍ୟତୀତ ଗତ ବର୍ଷ ଆରବିଆଇ ମହାରାଷ୍ଟ୍ରର ପାନଭେଲର କାନ୍ରାଲା ନାଗରୀ କୋଅପରେଟିଭ ବ୍ୟାଙ୍କ ଲାଇସେନ୍ସକୁ ବାତିଲ କରି ଦେଇଥିଲା ।


ଅନ୍ୟପକ୍ଷରେ ପୁଣେର ରୁପି ସମବାୟ ବ୍ୟାଙ୍କରେ ଆଜିଠାରୁ ତାଲା ଲାଗିଯିବ । ଏହା ସହିତ ବ୍ୟାଙ୍କର ସମସ୍ତ ସେବା ମଧ୍ୟ ବନ୍ଦ ହୋଇଯିବ । ଆରବିଆଇ ନିର୍ଦ୍ଦେଶାବଳୀକୁ ପାଳନ ନକରିବାରୁ ଆରବିଆଇ ଗତ ମାସରେ ଏହି ବ୍ୟାଙ୍କର ଲାଇସେନ୍ସ ବାତିଲ କରିଦେଇଥିଲା । କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ ବ୍ୟାଙ୍କର ପର୍ଯ୍ୟାପ୍ତ ପୁଞ୍ଜି ନାହିଁ ଓ ରୋଜଗାରର ଆଶା ନାହିଁ ।


ଏହା ବି ପଢ଼ନ୍ତୁ: ଅଶ୍ୱିନୀ ବୈଷ୍ଣବଙ୍କ ମିଟିଂ ସମୟରେ ଶୋଇପଡ଼ିଥିଲେ ଅଧିକାରୀ, ଆଖିପିଛୁଳାକେ ଚାଲିଗଲା ଚାକିରି