RRTS Rapid Rail Corridors in India: ଦିଲ୍ଲୀ-ମେରଠ ପରେ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଅଧିନସ୍ଥ ଅନ୍ୟ ୨ ମାର୍ଗରେ ଚଳାଚଳ କରିବ ରାପିଡ଼ ରେଳ। ଦିଲ୍ଲୀରୁ ରାଜସ୍ଥାନର ଅଲୱାର ଏବଂ ଦିଲ୍ଲୀରୁ ହରିୟାଣାର ପାନିପତ ପର୍ଯ୍ୟନ୍ତ ରାପିଡ଼ ରେଳ ସେବା ଆରମ୍ଭ କରିବାକୁ ଆରମ୍ଭ ହୋଇଯାଇଛି ଯୋଜନା। ପୂର୍ବରୁ ଦିଲ୍ଲୀ ଠାରୁ ମେରଠ ପର୍ଯ୍ୟନ୍ତ ଚଳାଚଳ କରିବାକୁ ରହିଥିବା ରାପିଡ଼ ରେଳ ପ୍ରକଳ୍ପ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ଏନେଇ ପ୍ରାୟ ୮୦ କିଲୋମିଟର ଲମ୍ବା ଦିଲ୍ଲୀ-ମେରଠ ରାପିଡ ରେଳ କରିଡ଼ର ଯେଉଁଠାରେ ରାପିଡ ରେଳ ଘଣ୍ଟା ପ୍ରତି ୧୬୦ କିଲୋମିଟର ବେଗରେ ଦୌଡ଼ି ପାରିବ ତାହାର ଅନେକ ପରୀକ୍ଷଣ କରାଯାଇ ସାରିଛି। ଏଭଳି ପରିସ୍ଥିତିରେ ଦିଲ୍ଲୀ ଠାରୁ ଅଲୱାର ପର୍ଯ୍ୟନ୍ତ ରାପିଡ୍ ରେଳ ଏବଂ ଦିଲ୍ଲୀ ଠାରୁ ପାନିପତ ପର୍ଯ୍ୟନ୍ତ ରାପିଡ୍ ରେଳ କେଉଁ ମାର୍ଗରେ ଚଳାଚଳ କରିବା ତାହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା।


COMMERCIAL BREAK
SCROLL TO CONTINUE READING

ଖୁବ ଶୀଘ୍ର ସ୍ୱାକ୍ଷରିତ ହୋଇପାରେ ଏମଓୟୁ
ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ପରିବହନ ବ୍ୟବସ୍ଥା ସମଗ୍ର ଦେଶରେ ପ୍ରସିଦ୍ଧ। ଏହାକୁ ଏକ ନୂତନ ସ୍ତରକୁ ଆଣିବା ପାଇଁ ଦିଲ୍ଲୀ ସରକାର ବର୍ତ୍ତମାନ ଦିଲ୍ଲୀ-ଅଲୱାର ଏବଂ ଦିଲ୍ଲୀ-ପାନିପତ ରାପିଡ ରେଳ ଟ୍ରାଞ୍ଜିଟ ସିଷ୍ଟମ କରିଡର ନିର୍ମାଣ ପାଇଁ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ପରିବହନ ନିଗମ ସହ ଏକ ଚୁକ୍ତିନାମା କରିବାକୁ ଯୋଜନା କରୁଛନ୍ତି। 


ଆରଆରଟିଏସ କରିଡର ପ୍ରକଳ୍ପର ମୂଲ୍ୟ କେତେ 
ତିନୋଟି ଆରଆରଟିଏସ କରିଡର ପ୍ରକଳ୍ପର ମୋଟ ମୂଲ୍ୟ ୯୧ ହଜାର କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ଉତ୍ତର ପ୍ରଦେଶ, ହରିୟାଣା ଏବଂ ରାଜସ୍ଥାନ ପ୍ରଭୃତି ରାଜ୍ୟ ଆରଆରଟିଏସ କରିଡ଼ର ପ୍ରକଳ୍ପରେ ସହଯୋଗ କରୁଛନ୍ତି। ଏହି ପ୍ରକଳ୍ପ ବିଷୟରେ ସୂଚନା ଦେଇ ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ଯେ ଦିଲ୍ଲୀ-ଶାହାଜହାଁପୁର-ନୀମରାନା-ବେହରୋଡ଼ କରିଡର ରେ ସଂଶୋଧନ ପାଇଁ ଦିଲ୍ଲୀ ସରକାରଙ୍କ ପରିବହନ ବିଭାଗ ଏକ ଡ୍ରାଫ୍ଟ କ୍ୟାବିନେଟ୍ ନୋଟ୍ ଜାରି କରିଛି। ଯେଉଁଥିରେ ଯୋଜନା ବିଭାଗ, ଆଇନ ବିଭାଗ ଏବଂ ଅର୍ଥ ବିଭାଗ ପାଖରୁ ସେମାନଙ୍କ ପ୍ରତିକ୍ରିୟା ମଗାଯାଇଛି। ଏହି ପ୍ରକଳ୍ପକୁ କ୍ୟାବିନେଟ୍ ଅନୁମୋଦନ ମିଳିବା ପରେ ଉଭୟ କରିଡର ସମ୍ବନ୍ଧରେ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ପରିବହନ ନିଗମ ସହ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇପାରିବ।


ପ୍ରକଳ୍ପ ମୂଲ୍ୟ
ଦେଶର ସର୍ବୋଚ୍ଚ ନ୍ୟାୟାଳୟକୁ ଦିଆଯାଇଥିବା ସୂଚନାରେ ସେମାନଙ୍କୁ ପ୍ରଦାନ କରାଯାଇଥିବା ଦେୟ ସୂଚୀ ଅନୁଯାୟୀ ଦିଲ୍ଲୀ ସରକାରଙ୍କୁ ୬ ବର୍ଷ ମଧ୍ୟରେ ଉଭୟ କରିଡର ପାଇଁ ସେମାନଙ୍କ ଅବଦାନ ଭାବରେ ୬୧୯୯ କୋଟି ଟଙ୍କା ଦେବାକୁ ହେବ। ଦିଲ୍ଲୀ-ମେରଠ ଆରଆରଟିଏସ କରିଡ଼ର ଏହାର ଅଂଶ ଭାବରେ ୧୧୮୦ କୋଟି ଟଙ୍କା (୮୦ କୋଟି ଟଙ୍କାର ଜିଏସଟି) ପ୍ରଦାନ କରିସାରିଛି।


ଦିଲ୍ଲୀ-ପାନିପତ ଆରଆରଟିଏସ କରିଡ଼ର ମାର୍ଗ 
ଯଦି ଦିଲ୍ଲୀ ଠାରୁ ପାନିପତ ଆରଆରଟିଏସ କରିଡ଼ର ମାର୍ଗ ବିଷୟରେ କୁହାଯାଏ ତାହେଲେ ଏହାର ମୋଟ ଦୂରତା ହେଉଛି ୧୦୩ କିଲୋମିଟର। ଦିଲ୍ଲୀ ଠାରୁ ସରାୟ କାଲେ ଖାନ ଠାରୁ ପାନିପତ ଉତ୍ତର ପର୍ଯ୍ୟନ୍ତ ମୋଟ ୧୬ ଷ୍ଟେସନ୍ ରହିବ। ଏହି ଷ୍ଚେସନ ମଧ୍ୟରୁ କିଛି ଅଣ୍ଡର ଗ୍ରାଉଣ୍ଡ ଆଉ କିଛି ଏଲିଭେଟେଡ଼ (Underground and Elevated) ରହିବ। ସରାୟ କାଲେ ଖାନ, ଇନ୍ଦ୍ରପ୍ରସ୍ଥ, କାଶ୍ମୀରୀ ଗେଟ ଅଣ୍ଡର ଗ୍ରାଉଣ୍ଡ ଷ୍ଟେସନ ହେବ। ବୁରାରୀ କ୍ରସିଂ, ମୁକରବା ଚୌକ୍, ଆଲିପୁର, କୁଣ୍ଡଲି, କେଏମପି ଇଣ୍ଟରଚେଞ୍ଜ, RGEC, ମୁର୍ଥଳ, ବରହି, ଗନଗୌର, ସମଲାଖାଁ, ପାନିପାତ ଦକ୍ଷିଣ, ପାନିପାଟ ଉତ୍ତର ଏବଂ ଡିପୋ ଠାରେ ଷ୍ଟେସନ ନିର୍ମାଣ କରାଯିବ।


ଦିଲ୍ଲୀ-ଶାହାଜହାଁପୁର-ନୀମରାନା-ବେହରୋଡ଼ ଆରଆରଟିଏସ କରିଡ଼ର ମାର୍ଗ 
ସରାୟ କାଲେ ଖାଁ ଠାରୁ INA (ଅଣ୍ଡର ଗ୍ରାଉଣ୍ଡ), ମୁନିରକା (ଅଣ୍ଡର ଗ୍ରାଉଣ୍ଡ), ଏରୋସିଟି (ଅଣ୍ଡର ଗ୍ରାଉଣ୍ଡ), ଉଦ୍ୟୋଗ ବିହାର, ସେକ୍ଟର-୭, ରାଜୀବ ଚୌକ୍ (ଗୁରୁଗ୍ରାମ ପାର୍ଶ୍ୱ), ଖେଡକି ଦୌଲା (ଅଣ୍ଡର ଗ୍ରାଉଣ୍ଡ), ମାନେସର, ପଞ୍ଚନଗାଓଁ, ବିଳାସପୁର ଚୌକ୍, ଧାରୁହେଡ଼ା ଡିପୋ, MBIR, ରେୱାଡ଼ି, ବାୱାଲ ଠାରୁ ଶାହାଜହାଁପୁର-ନୀମରାନା-ବେହରୋଡ଼ ଦେଇ ଅଲୱାର ନିକଟରେ ପହଞ୍ଚିବ।