Rules changes from january 2024: ଆଜି ବିଦାୟ ନେବ ପୁରୁଣା ବର୍ଷ । ନୂଆ ଆଶା ଓ ଉଦ୍ଦୀପନା ନେଇ ଆସୁଛି ନୂତନ ବର୍ଷ । ୨୦୨୪କୁ ସ୍ବାଗତ କରିବା ନେଇ ପୁରଠୁ ପଲ୍ଲୀ ସବୁଠି ଉତ୍ସାହ ଓ ସେଲିବ୍ରେସନ୍ । ତେବେ ବର୍ଷ ବଦଳିବା ସହ ବଦଳିବାକୁ ଯାଉଛି ଅନେକ ନିୟମ । ଜାନୁଆରୀ ପହିଲାରୁ ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ନୂଆବର୍ଷରୁ କେଉଁ ସବୁ ନିୟମ ବଦଳିବାକୁ ଯାଉଛି ।


COMMERCIAL BREAK
SCROLL TO CONTINUE READING

* ଜାନୁଆରୀ ୧ ତାରିଖରୁ ଏଲପିଜି ଗ୍ୟାସ ସିଲିଣ୍ଡର, ପେଟ୍ରୋଲ ଓ ଡିଜେଲ ସମେତ ଅନ୍ୟ ଇନ୍ଧନର ମୂଲ୍ୟରେ ବୃଦ୍ଧି ହେବା ନେଇ ସମ୍ଭାବନା ରହିଛି।


*ଜାନୁଆରୀ ପହିଲାଠାରୁ ଏକ ବର୍ଷ ପର୍ଯ୍ୟନ୍ତ ବନ୍ଦ ଥିବା ୟୁପିଆଇ ଆକାଉଣ୍ଟ ଗୁଡ଼ିକୁ ବନ୍ଦ କରିବା ପାଇଁ ନିଷ୍ପତି ନିଆଯାଇଛି । ପେଟିଏମ୍, ଫୋନ ପେ ଓ ଗୁଗୁଲ ପେ ବ୍ୟାଙ୍କ ଭଳି ଥାର୍ଡ଼ ପାର୍ଟି ଆପ ଏହିପରି ୟୁପିଆଇ ଆଇଡ଼ି ଗୁଡ଼ିକୁ ଇନଆକ୍ଟିଭ କରିବ ।


* ଆଇଟିଆର ଦାଖଲ ପାଇଁ ଡିସେମ୍ବର ୩୧ ତାରିଖ ଶେଷ ତାରିଖ ଅଟେ । ଏହାପରେ ଜାନୁଆରୀ ୨ତାରିଖରୁ ଆଇଟିଆର ରିଟର୍ଣ୍ଣ ଫାଇଲ ପାଇଁ ଜୋରିମାନା ଦେବାକୁ ପଡ଼ିବ ।


*ନୂଆବର୍ଷ ଆରମ୍ଭରୁ ପାର୍ସଲ ପଠାଇବା ମହଙ୍ଗା ହେବା ସହ ଅନେକ ବଡ଼ କାର କମ୍ପାନୀ ଗାଡ଼ିର ମୂଲ୍ୟ ବୃଦ୍ଧି କରିବା ପାଇଁ ନିଷ୍ପତି ନେଇଥିବା ସୂଚନା ମିଳିଛି ।


*ମ୍ୟୁଚୁଆଲ ଫଣ୍ତରେ ବିନିଯୋଗ କରୁଥିଲେ କିମ୍ବା ଟ୍ରେଣ୍ତିଂ କରୁଥିଲେ ସେଥିରେ ନୋମିନି ଅପଡ଼େଟ କରିବାକୁ ପଡ଼ିବ । ଏହାପୂର୍ବରୁ ଏହାର ସମୟସୀମା ସେପ୍ଟେମ୍ବର ୩୦ ଥିଲା । ପରେ ଏହାକୁ ୩ ମାସ ଅର୍ଥାତ୍ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।


*ଭାରତ ରିଜର୍ଭ ବ୍ୟାଙ୍କ ଡିସେମ୍ବର ୩୧ ସୁଦ୍ଧା ଲକର ରେନ୍ୟୁ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛି। ନୂଆ ବର୍ଷରେ ନୂଆ ଲକର ନିୟମ ଲାଗୁ ହେବ । ଏଭଳି ପରିସ୍ଥିତିରେ, ଆପଣଙ୍କୁ ଡିସେମ୍ବର ୩୧ ସୁଦ୍ଧା ଅନୁମୋଦନ ଦେବାକୁ ପଡିବ । ନଚେତ୍ ଆପଣ ଲକର ବ୍ୟବହାର କରିବାକୁ ସମର୍ଥ ହେବେ ନାହିଁ ।


*ନୂଆ ବର୍ଷରୁ ନୂତନ ସିମ୍ କାର୍ଡ ପାଇଁ ଡିଜିଟାଲ କେୱାଇସିକୁ ବାଧ୍ଯତାମୂଳକ କରାଯିବ । ଏହାସହ ନୂଆ ବର୍ଷରୁ ବିଦେଶରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଚାକିରି ପାଇଁ ପାଠପଢା ଶେଷ ହେବା ପୂର୍ବରୁ ଭିସା ପାଇଁ ଆବେଦନ କରିବାକୁ ପଡ଼ିବ । ଅର୍ଥାତ୍, କୌଣସି ଦେଶର ଛାତ୍ରଛାତ୍ରୀମାନେ ସେ ପର୍ଯ୍ୟନ୍ତ ନିଯୁକ୍ତି ଭିସା ପାଇପାରିବେ ନାହିଁ ଯେ, ପର୍ଯ୍ୟନ୍ତ ସେମାନଙ୍କର ପାଠପଢା ଶେଷ ହୋଇନାହିଁ ।


Also Read-Fire Mishap: ଗ୍ଲୋଭସ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ତ ,୬ ଶ୍ରମିକ ଜୀବନ୍ତ ଦଗ୍ଧ