Ukraine Drone Attack in Russia: ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବେଳେ ଆସିଛି ଏକ ବଡ଼ ଖବର। କ'ଣ ଯୁଦ୍ଧ ବେଳେ କ'ଣ ସର୍ଜିକାଲ ଷ୍ଟ୍ରାଇକ କରିବା ଭଳି ଶକ୍ତି ପାଇ ଯାଇଛି କି ୟୁକ୍ରେନ? ଏହି ପ୍ରଶ୍ନ ଏବେ ଏଥିପାଇଁ ଉଠିଛି କାରଣ ନିକଟରେ ଋଷିଆ ଉପରେ ପୁଣି ଥରେ ଡ୍ରୋନ୍ ଆକ୍ରମଣ ହୋଇଛି। ଡ୍ରୋନ ଆକ୍ରମଣ କାରଣରୁ ବୋରୋନିଶ୍ ନାମକ ଋଷୀୟ ସହରର ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। କେହି ଜଣେ ବ୍ୟକ୍ତି ନିଜର ମୋବାଇଲ୍ ଫୋନ୍ ସାହାଯ୍ୟରେ ଏହି ଘଟଣାର ଭିଡ଼ିଓ ରେକର୍ଡିଂ କରିଛନ୍ତି। ଯେଉଁଥିରେ ଏକ ଡ୍ରୋନ୍ ଆକାଶରେ ଉଡୁଥିବା ଦେଖାଯାଉଛି। ଯାହା ପରେ ଆକାଶରେ ଉଡୁଥିବା ଡ୍ରୋନ୍ ତଳକୁ ଆସିବା ସହ ଏକ ଆବାସିକ ଅଞ୍ଚଳରେ ଖସିପଡୁଛି। ଡ୍ରୋନ୍ ଖସିଯିବା ମାତ୍ରେ ସେଠାରେ ବହୁତ ଜୋରରେ ଏକ ବିସ୍ଫୋରଣ ହେଉଛି। ସେଠାକାର ଏକ ବିଲ୍ଡିଂ ପରିସରରୁ ନିଆଁର ଏକ ବଲ ଏବଂ ଧୂଆଁ ବାହାରୁଥିବା ଦେଖିବାକୁ ମିଳୁଛି। କୁହାଯାଉଛି ଯେ ଡ୍ରୋନ୍‌ ମାଧ୍ୟମରେ ଗୁଳିଗୋଳା ବର୍ଷଣ କରାଯାଇଥିଲା। ଏହି ଡ୍ରୋନ୍ ଆକ୍ରମଣରେ ୩ ଜଣ ଋଷୀୟ ନାଗରିକ ଆହତ ହୋଇଛନ୍ତି। ଅନ୍ୟପଟେ ଆବାସିକ କୋଠାର ଅନେକ ମହଲା ନଷ୍ଟ ହୋଇଯାଇଥିବା ବେଳେ  ଘରେ ଲାଗିଥିବା କାଚ ଏବଂ ପାଚେରୀ ଭାଙ୍ଗିଯାଇଛି।   


COMMERCIAL BREAK
SCROLL TO CONTINUE READING

ଋଷିଆ ମାଟିରେ ସର୍ଜିକାଲ ଷ୍ଟ୍ରାଇକ କରୁଛି ୟୁକ୍ରେନ
ପ୍ରାୟ ବର୍ଷେ କାଳରୁ ଉର୍ଦ୍ଧ୍ୱ ସମୟ ଧରି ଜାରି ରହିଛି ଋଷିଆ-ୟୁକ୍ରେନ ଯୁଦ୍ଧ। ମାତ୍ର ଯୁଦ୍ଧ ସମୟରେ ଋଷିଆ ଭିତରେ ଶତ୍ରୁ ଦେଶର ଡ୍ରୋନର ଅନୁପ୍ରବେଶ ଏବଂ ଆକ୍ରମଣ କରିବା ଘଟଣା ଚିନ୍ତାଜନକ। ଋଷୀୟ ଗୁପ୍ତଚର ସଂସ୍ଥା ଦେଶରେ ହୋଇଥିବା ଡ୍ରୋନ ଆକ୍ରମଣ ଘଟଣାର ଯାଞ୍ଚ କରୁଛି। ହେଲେ ପ୍ରାରମ୍ଭିକ ଅନୁସନ୍ଧାନ ଅନୁସାରେ ଡ୍ରୋନ ଆକ୍ରମଣ ପଛରେ ୟୁକ୍ରେନ ହାତ ରହିଥିବା ଋଷିଆ କହିଛି। କିଛି ଦିନ ପୂର୍ବେ ରାଜଧାନୀ ମସ୍କୋ ଠାରେ ଏକ  ଡ୍ରୋନ୍ ଆକ୍ରମଣ ହୋଇଥିଲା। ଯେଉଁଥିରେ ସହରରେ ଅବସ୍ଥିତ ଏକ ଆବାସିକ କୋଠାକୁ ଟାର୍ଗେଟ କରାଯାଇଥିଲା। ଏହି କୋଠା ଋଷୀୟ ଗୁପ୍ତଚର ସଂସ୍ଥାର ଅଧିକାରୀଙ୍କ ଘର ଥିଲା। ଯୁଦ୍ଧ ଆରମ୍ଭ ହେବା ପରେ ଋଷିଆ ଏହାର ସୀମାରେ ବାୟୁ ପ୍ରତିରକ୍ଷା ପ୍ରଣାଳୀ ନିୟୋଜିତ କରିଛି। ହେଲେ ତଥାପି ୟୁକ୍ରେନ ଡ୍ରୋନ୍ ଋଷିଆ ସୀମା ଅତିକ୍ରମ କରିବା ଦେଶର ବିଭିନ୍ନ ସ୍ଥାନରେ ଆକ୍ରମଣ କରୁଛି। 


ଡ୍ରୋନ୍ ଆକ୍ରମଣ ପରେ ସାମ୍ନାକୁ ଆସିଲା ୩ ତଥ୍ୟ 
ଋଷିଆ ରାଜଧାନୀ ମସ୍କୋ ସମେତ ଦେଶର ବିଭିନ୍ନ ସ୍ଥାନରେ କଥିତ ରୂପରେ ୟୁକ୍ରେନ ପକ୍ଷରୁ ଡ୍ରୋନ୍ ଆକ୍ରମଣ କରାଯିବା ଘଟଣା ଏକ ବଡ଼ କଥା। ଏହି ଆକ୍ରମଣ ହେତୁ କେବଳ ଋଷିଆର ଶକ୍ତି ସାମର୍ଥ୍ୟ ଉପରେ ପ୍ରଶ୍ନ ଉଠିଛି। ପ୍ରଥମେ ଦେଶର ରାଷ୍ଟ୍ରମୁଖ୍ୟଙ୍କ କାର୍ଯ୍ୟାଳୟ କ୍ରେମଲିନ୍ ଉପରେ ଡ୍ରୋନ୍ ଆକ୍ରମଣ, ପରେ ରାଜଧାନୀରେ ଋଷୀୟ ଅଧିକାରୀଙ୍କ ଘର ଏବଂ ବର୍ତ୍ତମାନ ଦେଶର ବୋରୋନିଶ୍ ସହରରେ ଡ୍ରୋନ୍ ଆକ୍ରମଣ ପରେ ଅନେକ ଆଲୋଚନା ହେଉଛି। ପ୍ରଥମ କଥା ହେଉଛି ଯେ କ'ଣ ଯୁଦ୍ଧ ବେଳେ ଋଷିଆ ସୀମା ଅତିକ୍ରମ ସର୍ଜିକାଲ ଷ୍ଟ୍ରାଇକ କରିବା ଭଳି ଶକ୍ତି ପାଇଯାଇଛି ୟୁକ୍ରେନ? ଦ୍ୱିତୀୟ କଥା ହେଉଛି ଯେ କ'ଣ ଋଷିଆ ନିଜେ ଜାଣିଶୁଣି ଦେଶରେ ଡ୍ରୋନ୍ ଆକ୍ରମଣ କରୁଛି? ଯାହା ଦ୍ୱାରା ଋଷିଆ ୟୁକ୍ରେନ ବିରୋଧି ଆହୁରି ଜୋରଦାର କରିବାରରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିବାର ବାହାନା ପାଇବ। ତୃତୀୟ କଥା ହେଉଛି ଯେ କ'ଣ ଋଷିଆ ଭିତରେ ଏପରି କୌଣସି ଗୋଷ୍ଠୀ ସକ୍ରିୟ ଅଛି ଯିଏ ରାଷ୍ଟ୍ରପତି ପୁତିନଙ୍କ ବିରୋଧରେ ଏପରି ଆକ୍ରମଣ କରୁଛି।


କ୍ରେମଲିନ୍ ଉପରେ ହୋଇଥିଲା ଦୁଃସାହସିକ ଡ୍ରୋନ୍ ଆକ୍ରମଣ
ଦେଶର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କ୍ରେମଲିନ୍ ଉପରେ ହୋଇଥିବା ଡ୍ରୋନ୍ ଆକ୍ରମଣ ପାଇଁ ଋଷିଆ ୟୁକ୍ରେନକୁ ଦାୟୀ କରିଛି। ନିକଟରେ ହୋଇଥିବା ଡ୍ରୋନ୍ ଆକ୍ରମଣ କାରଣରୁ ବୋରୋନିଶ୍ ସହରରେ ଏକ ଆବାସି କୋଠା ନଷ୍ଟ ହୋଇଥାଇପାରେ। ଏହି ଘଟଣାରେ କିଛି ଲୋକ ଆହତ ହୋଇଥାଇ ପାରନ୍ତି। ହେଲେ ଗୋଟିଏ ପରେ ଗୋଟିଏ ଡ୍ରୋନ ଆକ୍ରମଣ ସିଧାସଳଖ ରାଷ୍ଟ୍ରପତି ଭ୍ଲାଦମିର ପୁତିନଙ୍କ ଉପରେ ହମଲା ସହିତ ସମାନ। ଯେଉଁ କାରଣରୁ ଋଷିଆ କମ୍ପି ଉଠିଛି। ଗତ ମେ ୩ ତାରିଖରେ ଋଷିଆ ରାଜଧାନୀ ମସ୍କୋସ୍ଥିତ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କ୍ରେମଲିନ୍ ଉପରେ ହୋଇଥିଲା ଡ୍ରୋନ୍ ଆକ୍ରମଣ। ଏହି ଆକ୍ରମଣ ପରେ ଋଷିଆ ୟୁକ୍ରେନ ନାମ ନେଇଥିଲା। ଋଷିଆ ଅଭିଯୋଗ କରିଛି ଯେ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ହତ୍ୟା କରିବାକୁ ୟୁକ୍ରେନ ଷଡ଼ଯନ୍ତ୍ର କରୁଛି। ମାତ୍ର ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି ପ୍ରତ୍ୟେକ ଥର ଋଷିଆ ପକ୍ଷରୁ କରାଯାଉଥିବା ଆକ୍ରମଣ ଅଭିଯୋଗକୁ ଅସ୍ୱୀକାର କରି ଆସୁଛନ୍ତି। ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବର୍ଷେ ପୂରଣ ହୋଇସାରିଛି। ମାତ୍ର ନିକଟରେ ଋଷିଆରେ ହୋଇଥିବା ଡ୍ରୋନ ଆକ୍ରମଣ ଘଟଣା ୟୁକ୍ରେନର ବଢୁଥିବା ଶକ୍ତିକୁ ଦର୍ଶାଉଛି। ଯାହାକୁ ନେଇ ୟୁକ୍ରେନ ବିରୋରେ ଋଷୀୟ ରାଷ୍ଟ୍ରପତିଙ୍କ କ୍ରୋଧ ଚରମ ସୀମାରେ ପହଞ୍ଚିଛି।