ନୂଆଦିଲ୍ଲୀ: ଆଉ ହାତ ଗଣତି ଦିନ ପରେ ଆଲୋକର ପର୍ବ ଦୀପାବଳି (Diwali)। କୋରୋନା (Corona) ପାଇଁ ଏହି ଦୀପାବଳିକୁ (Diwali) ପାଳନ କରିପାରିନଥିଲେ ଦେଶବାସୀ। କଟକଣା (Corona Guideline) ମଧ୍ୟରେ ବିଗତ ଦୁଇ ବର୍ଷ ଦୀପାବଳି ପାଳନ ହୋଇଥିଲା। ତେବେ ଚଳିତ ବର୍ଷ କଟକଣାମୁକ୍ତ ଦୀପାବଳି ପାଳନ ହେବାକୁ ଯାଉଛି। ଏହାକୁ ନେଇ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି। ବେଶ ଧୁମଧାମରେ ଚଳିତ ବର୍ଷ ଦୀପାବଳି ପାଳନ କରୁଛନ୍ତି ଦେଶବାସୀ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିସାରିଲେଣି। ନୀତିନିୟମ ଅନୁଯାୟୀ ମଧ୍ୟ ଦୀପାବଳି ପାଳନକରିବାକୁ ଯାଉଛନ୍ତି। 


COMMERCIAL BREAK
SCROLL TO CONTINUE READING

କିନ୍ତୁ ଏହି ପର୍ବ ପାଳନ ସମୟରେ ଆମକୁ ସତର୍କତା ଅବଲମ୍ବନ କରିବାକୁ ହେବ। ଟିକେ ଅନ୍ୟମନସ୍କ ହେଲେ ଦୁର୍ଘଟଣା ଘଟିପାରେ। ଖୁସିର ପର୍ବ ଦୀପାବଳିରେ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ  ମିଶି ବାଣ ଫୁଟାଇଥାନ୍ତି। ଫୁଲଝରି ,ଅନାର,ରକେଟର ଆଲୁଅ ଦୃଷ୍ଟିଶକ୍ତି ଉପରେ ପ୍ରଭାବ ପକାଇଥାଏ। ବାଣର ଧୂଆଁରେ ଶ୍ୱାସ ରୋଗ ଏବଂ ବାଣର ପ୍ରଚଣ୍ଡ ଶବ୍ଦରେ ହୃଦରୋଗୀଙ୍କ ସମସ୍ୟା ହୋଇଥାଏ। ଏଥିପାଇଁ ବାଣ ଫୁଟାଇବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।


ବାଣ ଫୁଟାଇବା ଦ୍ବାରା ବାୟୁମଣ୍ଡଳ ପ୍ରଦୂଷିତ ହୋଇଥାଏ। ଅତ୍ୟଧିକ ଧୂଆଁ ପାଇଁ ଫୁସଫୁସ ରୋଗୀ ଏବଂ ଶ୍ବାସ ରୋଗୀମାନେ କଷ୍ଟ ପାଇଥାନ୍ତି। ଶ୍ବାସରୋଗୀମାନେ ପାଖରେ ଇହ୍ଲେଲର ରଖନ୍ତୁ ଏବଂ ଯଦି ସମ୍ଭବ ମାସ୍କ ଲଗାନ୍ତୁ।


ଶବ୍ଦ ପ୍ରଦୂଷଣ କରୁଥିବା ବାଣ ଫୁଟାନ୍ତୁ ନାହିଁ। ୯୦-୧୧୫ ଡେସିବଲ୍ ତୀବ୍ରତାରେ ବାଣ ଫୁଟିଲେ ଏହା ସହିହେବ। ୧୪୦ଡେସିବଲ ତୀବ୍ରତା କିମ୍ବା ଏହାଠାରୁ ଅଧିକ ତୀବ୍ରତା ବିଶିଷ୍ଟ ଶବ୍ଦ ହେଲେ କାନର ପରଦା ଏବଂ ଏହାର ଭିତର ଅଂଶ ଫାଟିଯିବ। ଜୋର ଶବ୍ଦ କରୁଥିବା ବାଣ ଫୁଟିସାରିଲେ କିଛି ସମୟ ସୁ ସୁ ଶବ୍ଦ ହୋଇଥାଏ। କିଛି ସମୟ ପରେ ଠିକ୍ ନହେଲେ ଇଏନଟି ବିଶେଷଜ୍ଞଙ୍କୁ ଦେଖାନ୍ତୁ। ବାଣର ଧୂଆଁ ଦ୍ବାରା ନାକ ଏବଂ ଗଳାରେ ସମସ୍ୟା ଦେଖାଯାଇଥାଏ।


ଛୋଟଛୁଆମାନଙ୍କୁ ବାଣ ଫୁଟାଇବାକୁ ଏକୁଟିଆ ଛାଡ଼ନ୍ତୁ ନାହିଁ। ଛୋଟପିଲାଙ୍କୁ କେବଳ ଆଲୋକିତ ହେଉଥିବା ବାଣ ଫୁଟାଇବାକୁ ଦିଅନ୍ତୁ। ଶ୍ବାସରୋଗଗ୍ରସ୍ତ ପିଲାମାନଙ୍କୁ ବାଣଠାରୁ ଦୂରେଇ ରଖନ୍ତୁ।


ଦୀପାବଳିରେ ଉଚ୍ଚ ରକ୍ତଚାପଥିବା ବ୍ୟକ୍ତି ଏବଂ ହୃଦରୋଗୀମାନେ ସତର୍କ ରୁହନ୍ତୁ। ବାଣର ଜୋର ଶବ୍ଦରୁ ବଞ୍ଚିବା ପାଇଁ ଘରୁ ବାହାରନ୍ତୁ ନାହିଁ। ହଠାତ୍ ଜୋର ଶବ୍ଦ ଶୁଣିବା ଦ୍ବାରା ରକ୍ତଚାପ ଅନିୟନ୍ତ୍ରିତ ହୋଇଥାଏ। ଏହା ଦ୍ବାରା ହୃଦଘାତର ସମ୍ଭାବନା ଦେଖାଯାଇଥାଏ।


ବାଣ ଦୂରରୁ ଫୁଟାନ୍ତୁ। ବାଣର ନିଆଁ ଦ୍ବାରା ଆଖିର କର୍ଣ୍ଣିଆରେ କ୍ଷତ ସୃଷ୍ଟି ହୋଇଥାଏ। ଏହା ଦ୍ବାରା କର୍ଣ୍ଣିଆରେ ଘା ସୃଷ୍ଟି ହେବ ଏବଂ ଦୃଷ୍ଟିଶକ୍ତି ମଧ୍ୟ ଯାଇପାରେ। ଯଦି ବାଣ ଫୁଟାଇବାବେଳେ ଟିକେ ବାରୁଦ କିମ୍ବା ନିଆଁ ପଡ଼ିଯାଇଥାଏ ତେବେ ଥଣ୍ଡା ପାଣିରେ ୧୫ମିନିଟ ପର୍ଯ୍ୟନ୍ତ ଲଗାତାର ଧୁଅନ୍ତୁ। ଜୋର ଶବ୍ଦ କରୁଥିବା ବାଣଦ୍ବାରା ଆମ ଆଖିପିତୁଳା ମଧ୍ୟ ଫାଟିବାର ସମ୍ଭାବନା ରହିଛି। ଅନାର ଏବଂ ରକେଟ ଛାଡ଼ୁଥିବାବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଯଦି ସମ୍ଭବ ତେବେ ବାଣ ଫୁଟାଇବାବେଳେ ଚଷମା ଲଗାନ୍ତୁ।