United Airlines Flight Loses Tyre: ମାର୍ଚ୍ଚ ୭ ତାରିଖ ଗୁରୁବାର ଯୁକ୍ତରାଷ୍ଟ୍ର ଆମେରିକାର ସାନଫ୍ରାନ୍ସିସ୍କୋ ଅନ୍ତର୍ଜାତୀୟ ବିମାନବନ୍ଦରରେ ଘଟିଯାଇଥିଲା ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଯାହାକୁ କେହି କଳ୍ପନା କରିପାରିବେ ନାହିଁ। ପ୍ରାୟ ୨୩୫ ଜଣ ଯାତ୍ରୀ ଯାତ୍ରା କରୁଥିବା ଏକ ଆମେରିକୀୟ ବିମାନର ଟାୟାର ଉଡ଼ାଣ ଭରିବା ସମୟରେ ଆକାଶରେ ଖସି ପଡ଼ିଥିଲା। ଏହି ଘଟଣା ୟୁନାଇଟେଡ୍ ଏୟାରଲାଇନ୍ସ ବିମାନ ସହ ଘଟିଥିଲା। ଗୁରୁବାର  ଏକ ୟୁନାଇଟେଡ୍ ଏୟାରଲାଇନ୍ସ ବିମାନ ଉଡ଼ାଣ ଭରିବା ସମୟରେ ଏହାର ଟାୟାର ଖସି ପଡ଼ିଥିଲା। 


COMMERCIAL BREAK
SCROLL TO CONTINUE READING

ଏହି ବିମାନ ଜାପାନ ଓସାକା ସହର (Osaka City Japan) ଅଭିମୁଖେ ଯାତ୍ରା କରୁଥିଲା। ବିମାନ ଉଡ଼ାଣ (San Francisco Osaka Flight) ଭରିବାର କିଛି ସମୟ ପରେ ଏହାର ଟାୟାର ଖସି ଯିବାର ଭିଡିଓ ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ ହେବାରେ ଲାଗିଥିଲା। ଯେଉଁଥିରେ ଦେଖିବାକୁ ମିଳିଛି ଯେ ଉଡ଼ାଣ ଭରିବାର କିଛି ସେକେଣ୍ଡ ପରେ ବିମାନର ବାମ ପାର୍ଶ୍ୱରେ ରହିଥିବା ମୁଖ୍ୟ ଲ୍ୟାଣ୍ଡିଂ ଗିଅର ଆସେମ୍ବଲି (Landing Gear Assembly of Flight) ଠାରେ ଥିବା ୬ ଟାୟାର ମଧ୍ୟରୁ ଗୋଟିଏ ଫାଟି ଯାଇଥିଲା।



ସାନ ଫ୍ରାନ୍ସିସ୍କୋ ଅନ୍ତର୍ଜାତୀୟ ବିମାନବନ୍ଦରରେ (San Francisco International Airport) ଏକ ପାର୍କିଂ ଅଞ୍ଚଳରେ ଟାୟାର ଏକ କାର ପଛ ଭାଗରେ ରହିଥିବା ଝରକା ସହ ଧକ୍କା ହୋଇଥିଲା। ଏହି ଘଟଣାରେ ପ୍ରତିକ୍ରିୟା ରଖି ବିମାନବନ୍ଦର ମୁଖପାତ୍ର ଡଗ୍ ୟାକେଲ କହିଛନ୍ତି ଯେ ଏହି ଘଟଣାରେ କେହି ଆହତ ହୋଇନାହାଁନ୍ତି। ଜାପାନ ଓସାକା ସହର ଅଭିମୁଖେ ଯାତ୍ରା କରୁଥିବା ବିମାନ ଲସ ଏଞ୍ଜେଲସ୍ (San Francisco Osaka Flight Makes Emergency Landing at Los Angeles) ଠାରେ ଜରୁରୀକାଳୀନ ଅବତରଣ କରିଥିଲା। ବିମାନର ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବାର କୁହାଯାଉଛି। ଏହି ବିମାନରେ ୨୩୫ ଜଣ ଯାତ୍ରୀଙ୍କ ସମେତ ୧୦ ଜଣ ବିମାନ କର୍ମଚାରୀ ଏବଂ ୪ ଜଣ ପାଇଲଟ୍ ମଧ୍ୟ ଉପସ୍ଥିତ ରହିଥିଲେ।


ଅନ୍ୟ ପକ୍ଷରେ ଏହି  ଘଟଣାରେ ପ୍ରତିକ୍ରିୟା ରଖି ୟୁନାଇଟେଡ୍ ଏୟାରଲାଇନ୍ସ (United Airlines) ପକ୍ଷରୁ କୁହାଯାଇଛି ଯେ ୭୭୭-୨୦୦ ବିମାନର (United Airlines Flight 777-200) ଦୁଇଟି ମୁଖ୍ୟ ଲ୍ୟାଣ୍ଡି ଗିଅର ଷ୍ଟ୍ରଟ୍ ଉପରେ ୬ ଟାୟାର ରହିଥିଲା। ଏହି ବିମାନକୁ ଖରାପ କିମ୍ବା କ୍ଷତିଗ୍ରସ୍ତ ଟାୟାର ସହିତ ନିରାପଦରେ ଅବତରଣ କରିବା ପାଇଁ ପରିକଳ୍ପନା କରାଯାଇଛି। 


ଉଡ଼ାଣ ବେଳେ ବିମାନ ଚକ ଖସି ପଡ଼ିବା ଘଟଣାର ହେବ ତଦନ୍ତ
ଏହି ଘଟଣାରେ ପ୍ରତିକ୍ରିୟା ରଖି ଯୁକ୍ତରାଷ୍ଟ୍ର ଆମେରିକାର ସଂଘୀୟ ବିମାନ ଚଳାଚଳ ପ୍ରଶାସନ (Federal Aviation Administration USA) ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ ଉଡ଼ାଣ ବେଳେ ବିମାନ ଚକ ଖସି ପଡ଼ିବା ଘଟଣାରେ ତଦନ୍ତ କରାଯିବ। ଏହା ପୂର୍ବରୁ ବିମାନର ଟାୟାର ଫାଟିଥିବାର ଖବର ଆସିଥିଲା। ଗତ ବର୍ଷ ଅଗଷ୍ଟ ମାସରେ ବିମାନବନ୍ଦରରେ ଅବତରଣ କରିବା ସମୟରେ ଦିଲ୍ଲୀ-ମୁମ୍ବାଇ ସ୍ପାଇସଜେଟ ବିମାନ ଟାୟାର ଫାଟି ଯାଇଥିଲା। ହେଲେ ଏହି କୌଣସି ଯାତ୍ରୀ କିମ୍ବା ଚାଳକ ଜଳ ସଦସ୍ୟ ଆହତ ହୋଇନଥିଲେ। ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଅବତରଣ କରିଥିଲେ।