Satyendra Jain Video in Tihar Jail: ଶନିବାର ଦିନ ସକାଳେ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନାଙ୍କ (Satyendra Jain) ମସାଜ ଭିଡ଼ିଓ ଭାଇରାଲ ହେବା ପରେ ତିହାର ଜେଲକୁ ନେଇ ଏକ ହଙ୍ଗାମା ସୃଷ୍ଟି ହୋଇଛି । ବିଜେପି ଆମ୍ ଆଦମୀ ପାର୍ଟି ଉପରେ ଏହାକୁ ନେଇ ଟାର୍ଗେଟ କରିବା ଆରମ୍ଭ କରିଛି । ଅନ୍ୟପକ୍ଷରେ ସତ୍ୟେନ୍ଦ୍ର ଜୈନଙ୍କ ଆଇନଗତ ଟିମ୍ ଏ ବାବଦରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ED) ବିରୋଧରେ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ଏହାକୁ ନେଇ କୋର୍ଟ ସତ୍ୟେନ୍ଦ୍ର ଜୈନଙ୍କ ଭିଡିଓ ଲିକ ସମ୍ପର୍କରେ ଇଡିକୁ ଏକ ନୋଟିସ ପଠାଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ବାସ୍ତବରେ କୋର୍ଟରେ ଭିଡିଓ ଲିକ୍ ନକରିବାକୁ ଇଡି ପକ୍ଷରୁ ଏକ ଆଫିଡେଭିଟ୍ ଦିଆଯାଇଥିଲା । ଏହା ସତ୍ତ୍ୱେ ଆଜି ଏକ ଭିଡିଓ ସୋସିଆଲ ମିଡିଆରେ ଲିକ୍ ହୋଇଛି । ଆମେ ଆପଣଙ୍କୁ କହିରଖୁଛୁ ଯେ ଆମ୍ ଆଦମୀ ପାର୍ଟି (ଏଏପି) ନେତା ସତ୍ୟେନ୍ଦ୍ର ଜୈନଙ୍କ ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହୋଇଛି, ଯେଉଁଥିରେ ସେ ତିହାର ଜେଲରେ ବେଡ଼ ଉପରେ ଶୋଇଥିବାର ଓ ଜଣେ ତାଙ୍କ ପାଦକୁ ମାଲିସ୍ କରୁଥିବା ଦେଖିବାକୁ ମିଳିଛି । ଅର୍ଥ ହେରଫେର ଅଭିଯୋଗରେ ୫୮ ବର୍ଷୀୟ ଜୈନ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି ।


ଅନ୍ୟପକ୍ଷରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଶନିବାର ଦିନ ତିହାର ଜେଲରୁ AAP ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଭିଡିଓ ବିଜେପି ଲିକ୍ କରିଥିବା ଅଭିଯୋଗ କରିଛନ୍ତି ଓ ଜୈନଙ୍କ ମେରୁଦଣ୍ଡରେ ଆଘାତ ଲାଗିଥିବାରୁ ସେ ଫିଜିଓଥେରାପି ନେଉଛନ୍ତି ବୋଲି ଦାବି କରିଛନ୍ତି । ବିଜେପିକୁ ଶସ୍ତା ଟ୍ରିକ ଅବଲମ୍ବନ କରୁଥିବା ଅଭିଯୋଗ କରି ସିସୋଦିଆ କହିଛନ୍ତି ଯେ ଜୈନ ଜେଲରେ ପଡ଼ି ଯାଇଥିଲେ ।


ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ଯେ ସତ୍ୟେନ୍ଦ୍ର ଜୈନଙ୍କ ମେରୁଦଣ୍ଡରେ ଆଘାତ ଲାଗିଛି । ଏପରିକି ତାଙ୍କର ଦୁଇଟି ଅସ୍ତ୍ରୋପଚାର କରାଯାଇଥିଲା । ହସ୍ପିଟାଲରୁ ଡିସଚାର୍ଜ ହେବାପରେ ଡାକ୍ତରମାନେ ତାଙ୍କୁ ଫିଜିଓଥେରାପି ପାଇଁ ପରାମର୍ଶ ଦେଇଥିଲେ ଓ ସେହି ଭିଡିଓଗୁଡିକରେ ସେ ଫିଜିଓଥେରାପି ଚାଲିଥିବାର ନଜର ଆସିଛନ୍ତି । ସିସୋଦିଆ ଏହା ମଧ୍ୟ କହିଛନ୍ତି ଯେ ମିଥ୍ୟା ମାମଲାରେ ଜୈନ ଜେଲରେ ଅଛନ୍ତି ଓ ବିଜେପି ତାଙ୍କ ଅସୁସ୍ଥତାକୁ ନେଇ ପରିହାସ କରୁଛି ।


ସେ କହିଛନ୍ତି ଯେ ବିଜେପି ଏମସିଡି ଓ ଗୁଜୁରାଟ ନିର୍ବାଚନରେ ​​ହାରିବାକୁ ଯାଉଛି, ତେଣୁ ସେମାନେ ଏଭଳି ଶସ୍ତା କୌଶଳ ଅବଲମ୍ବନ କରୁଛନ୍ତି । ସେମାନେ ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନ୍ (ଏମସିଡି) ନିର୍ବାଚନ ପ୍ରସଙ୍ଗ ଉପରେ ଲଢ଼ିବା ଉଚିତ୍ । ବରିଷ୍ଠ AAP ନେତା ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ବିଜେପି ଯାହା ଚାହିଁବ ତାହା କରିପାରିବ, କିନ୍ତୁ ତାଙ୍କ ଦଳ ବିଜୟୀ ହେବ । ସେ ଆହୁରି ମଧ୍ୟ ପ୍ରଶ୍ନ କରି କହିଛନ୍ତି ଯେ ଭିଡିଓ ଲିକ୍ ନକରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।


ଏହା ବି ପଢ଼ନ୍ତୁ: Zomato Layoff: ଚାକିରୀରୁ ଛଟେଇ କରିବାକୁ ଘୋଷଣା କଲା ଜୋମାଟୋ, ଜାଣନ୍ତୁ କେତେ କର୍ମଚାରୀ 'ବଳି' ପଡିବେ?