Naked Beaches in India: ଯେତେବେଳେ ଲୋକଙ୍କୁ ସମୁଦ୍ର କୂଳ ପରିଭ୍ରମଣ କରିବା କଥା କୁହାଯାଏ, ସେତେବେଳେ ସେମାନେ ଗୋଆ ବେଳାଭୂମୀ ପରିଦର୍ଶନ କରିବାକୁ ଆଗ୍ରହୀ ହୋଇ ଉଠିଥାନ୍ତି। ହେଲେ ଗୋଆ ବ୍ୟତୀତ ଦେଶରେ ଏପରି ଅନେକ ଅନନ୍ୟ ବେଳାଭୂମି ଅଛି, ଯାହା ବିଷୟରେ ଆପଣ ଜାଣନାହାଁନ୍ତି। ଏହି ସମୁଦ୍ର କୂଳ ବିଷୟରେ ଏକ ଅନନ୍ୟ ବିଷୟ ହେଉଛି ଯେ ଏଠାକୁ ଆସୁଥିବା ଲୋକ ଉଲଗ୍ନ ହୋଇ ସମୁଦ୍ର କୂଳରେ ବୁଲିଥାନ୍ତି। ଅର୍ଥାତ୍ ଯଦି ଆପଣ ଏଠାକୁ ଆସନ୍ତି ତାହେଲେ ଆପଣ ଲୋକଙ୍କୁ ବିନା ପୋଷାକ ପରିଧାନାରେ ବୁଲୁଥିବାର ଦେଖିବାକୁ ପାଇବେ। ଅନେକ ବିଦେଶୀ ପର୍ଯ୍ୟଟକ ମଧ୍ୟ ଏହି ବେଳାଭୂମି ପରିଦର୍ଶନ କରିବାକୁ ଭାରତ ଆସିଥାନ୍ତି।


COMMERCIAL BREAK
SCROLL TO CONTINUE READING

ବିଦେଶରେ ଅବସ୍ଥିତ ରହିଥିବା ବେଳାଭୂମିରେ ଲୋକେ ସ୍ୱଳ୍ପ ବସ୍ତ୍ର ପରିଧାନ କରି ବୁଲିବା ଏକ ସାଧରଣ କଥା। ହେଲେ ଭାରତରେ ମଧ୍ୟ ଏପରି ବେଳାଭୂମୀ ରହିଛି। ଯେଉଁଠାରେ ଆପଣ ଲୋକଙ୍କୁ ବିନା ପୋଷାକ ପରିଧାନରେ ବୁଲୁଥିବାର ନଜର ଆସିବେ। ଏହି ବେଳାଭୂମି ପରିଦର୍ଶନ କରିବାକୁ ଅନେକ ବିଦେଶୀ ପର୍ଯ୍ୟଟକ ଭାରତ ଆସିଥାନ୍ତି। ଦେଶରେ ଏପରି ତିନୋଟି ନଗ୍ନ ବେଳାଭୂମି ରହିଛି। ତାହା ଲକ୍ଷାଦ୍ୱୀପସ୍ଥିତ ଆଗତୀ ଦ୍ୱୀପ ସମୁଦ୍ର ତଟ, କର୍ଣ୍ଣାଟକ ଓମ୍ ବିଚ୍ ଏବଂ କେରଳ ମରାରୀ ବିଚ।


Also Read: Gambia on Foreign Tourist: 'କେବଳ ଶାରିରୀକ ସମ୍ବନ୍ଧ ବନାଇବା ଆମ ଦେଶକୁ ଆସନାହିଁ'


 


ଲକ୍ଷାଦ୍ୱୀପ ଆଗତୀ ଦ୍ୱୀପ ସମୁଦ୍ର ତଟ


ଟପଲେସ୍ ବିଚ୍ ଭାବରେ ସମଗ୍ର ଦେଶରେ ବହୁତ ପ୍ରସିଦ୍ଧ ହେଉଛି ଆଗତୀ ଦ୍ୱୀପ ସମୁଦ୍ର ତଟ। ଏହି ବେଳାଭୂମି ଲକ୍ଷାଦ୍ୱୀପ ଠାରେ ଅବସ୍ଥିତ। ଯେଉଁଠାରେ ଲୋକେ ବିନା ପୋଷାକରେ ସମୁଦ୍ର କୂଳରେ ଶୋଇ ରହିଥାନ୍ତି। ଏଠାକୁ ଯିବା ପରେ ଆପଣ କେବଳ ସମୁଦ୍ରର ମନୋରମ ଦୃଶ୍ୟ ଦେଖିବାକୁ ପାଇବେ ନାହିଁ ବରଂ ଏଠାରେ ପ୍ରକୃତିର ଶାନ୍ତି ମଧ୍ୟ ଆପଣଙ୍କୁ ଶାନ୍ତି ପ୍ରଦାନ କରିବ। ଯଦି ଆପଣ ଆପଣଙ୍କ କର୍ମମୟ ଜୀବନର ଚାପକୁ ନେଇ ବ୍ୟତିବ୍ୟସ୍ତ ହୋଇଗଲେଣି, ତାହେଲେ ଆପଣ ଥରେ ଲକ୍ଷାଦ୍ୱୀପ ଆଗତୀ ଦ୍ୱୀପ ସମୁଦ୍ର ତଟ ପରିଦର୍ଶନ କରିଆସନ୍ତୁ। 


କର୍ଣ୍ଣାଟକ ଓମ୍ ବିଚ୍
ଏହି ବେଳାଭୂମି ବିଷୟରେ ବହୁତ କମ୍ ଲୋକ ଜାଣନ୍ତି। ଓମ୍ ବେଳାଭୂମି ମଧ୍ୟ ଦେଶର ଏକ ନଗ୍ନ ବେଳାଭୂମି। ଯେଉଁଠାକୁ ଲୋକ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ଆସିଥାନ୍ତି। ଏଠାରେ ଆପଣ ସାଧାରଣତଃ ଲୋକଙ୍କୁ ବିନା ପୋଷାକରେ ବୁଲୁଥିବା ଦେଖିବାକୁ ପାଇବେ। ଏହି ବେଳାଭୂମି ଓମ୍ ଆକାରରେ ଅଛି। ସେଥିପାଇଁ ଏହାକୁ ଓମ୍ ବିଚ୍ ନାମରେ ନାମିତ କରାଯାଇଛି। ଏହି ସମୁଦ୍ର କୂଳରେ ଆପଣଙ୍କୁ ମିଠା ପାଣିର ଝରଣା ମଧ୍ୟ ମିଳିଯିବ। ଯାହା ଦେଖିବାକୁ ବହୁତ ସୁନ୍ଦର।


କେରଳ ମରାରୀ ବିଚ୍, 
ଯେଉଁମାନେ ସମୁଦ୍ର କୂଳ ପରିଦର୍ଶନ କରିବାକୁ ପସନ୍ଦ କରନ୍ତି ସେମାନଙ୍କ ପାଇଁ ମରାରୀ ବିଚ୍ ଏକ ନୂଆ ନାମ ନୁହେଁ। କେରଳରେ ଅବସ୍ଥିତ ଏହି ବେଳାଭୂମି ବହୁତ ସୁନ୍ଦର। ଏଠାରେ ଆପଣ ଦୂରରୁ ଦୂରରୁ ଲୁଣି ଜଳର ନୀଳ ସମୁଦ୍ର ଦେଖିପାରିବେ। କେରଳର ଏହି ବେଳାଭୂମି ବହୁତ ଶାନ୍ତିପୂର୍ଣ୍ଣ। ମଝିରେ ମଝିରେ ମଧ୍ୟ ଲୋକ ବିନା ପୋଷାକରେ ଆପଣଙ୍କୁ ଦେଖାଯାନ୍ତି। ଏଠାରେ ଟପଲେସ୍ ହୋଇ ଯିବାକୁ କୌଣସି ପ୍ରତିବନ୍ଧକ ନାହିଁ। ଯଦି ଆପଣ ଆପଣଙ୍କ ମନ କରୁଥିବା ଧାଁ ଧପଡ଼ ଶେଷ କରିବାକୁ ଚାହୁଁଛନ୍ତି, ତାହେଲେ ଆପଣ ଥରେ କେରଳ ମରାରୀ ବିଚ୍ ପରିଦର୍ଶନ କରି ଆସନ୍ତୁ।