New Zealand Self Service Petrol Pump Shutdown: ଚଳିତ ବର୍ଷ ଫେବୃଆରୀ ୨୯ ତାରିଖ ଗୁରୁବାର ନ୍ୟୁଜିଲ୍ୟାଣ୍ଡ ଠାରେ ଘଟିଯାଇଥିଲା ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଗୁରୁବାର ଦେଶର ଅନେକ ସ୍ୱୟଂଚାଳିତ ପେଟ୍ରୋଲ ପମ୍ପ ବନ୍ଦ ହୋଇଯାଇଥିଲା। ସେହି ଦିନ ଦେଶର ଅନେକ କମ୍ପାନୀ ସଫ୍ଟୱେୟାର୍ ସହ ଜଡ଼ିତ ସମସ୍ୟାର ସମ୍ନା କରିଥିଲେ। ଯାହା ମୋଟର ଚାଳକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲା। ରାଜଧାନୀ ୱେଲିଂଟନ୍‌ ଠାରେ କିଛି ଷ୍ଟେସନ୍ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଗ୍ରାହକ ସମଗ୍ର ଦେଶରେ ପେମେଣ୍ଟ ଆଉଟେଜ୍- ସାଇଟ୍ ଉପଲବ୍ଧ (Payment Outage Unavailable in New Zealand Petrol Pump) ନାହିଁ ବୋଲି ଲେଖାଯାଇଥିବା ସାଇନ୍ ବୋର୍ଡ ଦେଖିବାକୁ ପାଇଥିଲେ।


COMMERCIAL BREAK
SCROLL TO CONTINUE READING

ନ୍ୟୁଜ ଏଜେନ୍ସି ଏଏଫପି ରିପୋର୍ଟ ଅନୁଯାୟୀ ପେଟ୍ରୋଲ କମ୍ପାନୀ ଗୁଲ ମୁଖପାତ୍ର ଜୁଲିଆନ ଲେସ କହିଛନ୍ତି ଯେ ଏହା ଦେଶର ସମସ୍ତ ଇନ୍ଧନ ବ୍ରାଣ୍ଡ୍ କୁ ପ୍ରଭାବିତ କରୁଥିବା ଏକ ପ୍ରସଙ୍ଗ। ଦେୟ ପ୍ରଦାନକାରୀଙ୍କ ସହିତ ଏକ ସଫ୍ଟୱେର୍ ସମସ୍ୟା ରହିଥିବାର ଜଣାପଡିଛି। କାରଣ ଚଳିତ ବର୍ଷ ଫେବୃଆରୀ ୨୯ ତାରିଖ ହେଉଛି ଏକ ଅଧିବର୍ଷ। ଗୁଲ ପ୍ରତିଦ୍ୱନ୍ଦ୍ୱୀ ଆଲିଏଡ୍ ପେଟ୍ରୋଲିୟମ୍ ମଧ୍ୟ ସମାନ କଥା କହିଛି। ଏନେଇ ଆଲିଏଡ୍ ପକ୍ଷରୁ କୁହାଯାଇଛି ଯେ ମାନବୀୟ ଷ୍ଟେସନ୍ ଧିରେ ଧିରେ ଅନଲାଇନ ସେବା ଆଡ଼କୁ ଫେରି ଆସୁଛି।


ଗ୍ରାହକଙ୍କୁ କ୍ଷମା ମାଗିଲା ଅନ୍ୟ ଏକ କମ୍ପାନୀ
ଅନ୍ୟ ଏକ କମ୍ପାନୀ "Z" ଏପରି ସମସ୍ୟା ପାଇଁ ଗ୍ରାହକଙ୍କୁ କ୍ଷମା ମାଗିଛ। ଏନେଇ କମ୍ପାନୀ ପକ୍ଷରୁ ଗ୍ରାହକଙ୍କ ଉଦ୍ଦେଶ୍ୟରେ କୁହାଯାଇଛି ଯେ ଆମେ ଆପଣଙ୍କୁ ନିଶ୍ଚିତ କରିବାକୁ ଚାହୁଁଛୁ ଯେ ଏହି ସମସ୍ୟାର ଯଥାଶୀଘ୍ର ସମାଧାନ ପାଇଁ ଆମେ ଆମର ତୃତୀୟ ପକ୍ଷ ଦେୟ ପ୍ରଦାନକାରୀଙ୍କ ସହ କାର୍ଯ୍ୟ କରୁଛୁ।


ନ୍ୟୁଜ ଏଜେନ୍ସି ରଏଟର୍ସ ଅନୁଯାୟୀ, ପେମେଣ୍ଟ ସଫ୍ଟୱେୟାର ସମାଧାନ ପ୍ରଦାନ କରୁଥିବା ଇନଭେଙ୍କୋ ଗ୍ରୁପର ମୁଖ୍ୟ କାର୍ଯ୍ୟନିର୍ବାହୀ ଜନ୍ ସ୍କଟ୍ କହିଛନ୍ତି ଯେ ଚଳିତ ବର୍ଷ ଅଧିବର୍ଷ ହୋଇଥିବା କାରଣରୁ ଉତ୍ପନ ହୋଇଥିବା ସଫ୍ଟୱେୟାର୍ ସମସ୍ୟା (Software Glitch on Leap Year) କାରଣରୁ ସମଗ୍ର ବ୍ୟବସ୍ଥା କାମ କରିବା ବନ୍ଦ କରିଦେଇଛି।


ପ୍ରତି ୪ ବର୍ଷରେ ଥରେ ଆସିଥାଏ ଅଧିବର୍ଷ
ଯେଉଁ ବର୍ଷ ଫେବୃଆରୀ ମାସ ୨୮ ଦିନ ପରିବର୍ତ୍ତେ ୨୯ ଦିନ ହୋଇଥାଏ ତାହାକୁ ଅଧିବର୍ଷ (Leap Year) କୁହାଯାଏ। ଯାହା ପ୍ରତି ୪ ବର୍ଷରେ ଥରେ ଆସିଥାଏ। ସେହି ବର୍ଷ ୩୬୫ ଦିନ ପରିବର୍ତ୍ତେ ୩୬୬ ଦିନ ହୋଇଥାଏ। ଚଳିତ ବର୍ଷର ଫେବୃଆରୀ ମାସ ୨୮ ବଦଳରେ ୨୯ ଦିନ ବିଶିଷ୍ଟ ହୋଇଥିବାରୁ ଏହାକୁ ଅଧିବର୍ଷ ବୋଲି କୁହାଯାଉଛି। ଫେବୃଆରୀ ୨୯ ତାରିଖ ଅଧିବର୍ଷ ନାମରେ ସମଗ୍ର ଜଣାଯାଇଥାଏ। 


କାହିଁକି ପ୍ରତି ୪ ବର୍ଷରେ ଥରେ ଆସିଥାଏ ଅଧିବର୍ଷ?
ପୃଥିବୀ ସୂର୍ଯ୍ୟକୁ ପରିକ୍ରମା କରିବାକୁ ୩୬୫ ଦିନ ୬ ଘଣ୍ଟା ସମୟ ନେଇଥାଏ। ଏହି କାରଣରୁ, ପ୍ରତି ୪ ବର୍ଷରେ ଗୋଟିଏ ଦିନ ଅର୍ଥାତ ୨୪ ଘଣ୍ଟା ବୃଦ୍ଧି ହୋଇଥାଏ। ଯାହା ମୋଟାମୋଟି ଭାବରେ ଗୋଟିଏ ଦିନ ହୋଇଯାଏ। ପ୍ରତି ୪ ବର୍ଷରେ ଫେବୃଆରୀ ମାସରେ ଏହି ୨୪ ଘଣ୍ଟା ସମୟକୁ ଯୋଡ଼ି ଦିଆଯାଏ। ଏହା ପରେ ଯାଇ ଫେବୃଆରୀ ମାସ ୨୮ ବଦଳରେ ୨୯ ଦିନ ବିଶିଷ୍ଟ ହୋଇଥାଏ। ଯାହା ଅଧିବର୍ଷ ନାମରେ ଜଣାଯାଏ।


ଆଗକୁ କେବେ ଆସୁଛି ଅଧିବର୍ଷ?
ଗତ ୨୦୨୦ ବର୍ଷରୁ ଆସନ୍ତା ୨୦୫୦ ପର୍ଯ୍ୟନ୍ତ ୨୦୨୮, ୨୦୩୨, ୨୦୩୬, ୨୦୪୦ ୨୦୪୪ ଏବଂ ୨୦୪୮ ବର୍ଷ ଅଧିବର୍ଷ ବିଶିଷ୍ଟ ହେବ।