PM Modi Birthday: ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଆଜି ଜନ୍ମଦିନ । ପିଏମ ମୋଦୀ ଆଜି ତାଙ୍କର ୭୩ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ବିଶେଷ ଦିନ ଅବସରରେ ଅନେକ ରାଜନେତା ବ୍ୟବସାୟୀ ସାଧାରଣ ଲୋକଙ୍କ ସହିତ ବଲିଉଡ ଷ୍ଟାର (Bollywood star) ମଧ୍ୟ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହୃଦୟରୁ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି। ଆଜି ବଲିଉଡର ସୁପରଷ୍ଟାର ଶାହାରୁଖ ଖାନ (shah rukh khan) ପିଏମ ମୋଦୀଙ୍କୁ ବିଶେଷ ଦିନରେ ଶୁଭ ଅଭିନନ୍ଦନ ଜଣାଇଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (x) ମାଧ୍ୟମରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି କିଙ୍ଗ୍ ଖାନ । ଶାହାରୁଖ କହିଛନ୍ତି ଯେ, ପିଏମ ମୋଦୀଙ୍କ ନିରନ୍ତର କାର୍ଯ୍ୟ ଅଭ୍ୟାସକୁ ମନେ ରଖିଛନ୍ତି । ଏଥିସହ ୯ ବର୍ଷ କାର୍ଯ୍ୟ ମଧ୍ୟରେ ଆଜି ପର୍ଯ୍ୟନ୍ତ ଗୋଟିଏ ବି ଛୁଟି (leave) ନେଇ ନାହାଁନ୍ତି।


COMMERCIAL BREAK
SCROLL TO CONTINUE READING

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିଷ୍ଠାପର କାର୍ଯ୍ୟ ପାଇଁ ଶାହାରୁଖ ଖାନ ଅନେକ ଥର ପ୍ରଶଂସା କରିଛନ୍ତି। ତେଣୁ ସେ, ନିଜସ୍ୱ ଶୈଳୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜନ୍ମଦିନରେ ଢେରସାରା ଅଭିନନ୍ଦନ ଜଣାଇଛନ୍ତି। ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଶାହରୁଖ ଏକଥା ମଧ୍ୟ ଲେଖିଛନ୍ତି ଯେ, "ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା । ସେ ସର୍ବଦା ସୁସ୍ଥ ରହିବା ସହିତ ଖୁସିର ସହିତ ଦିନ କାଟନ୍ତୁ । ଶାହାରୁଖ ପିଏମଙ୍କୁ ଏକଥା ମଧ୍ୟ କହିଛନ୍ତି ଯେ, ମୁଁ ଆଶା କରୁଛି ଆପଣ ନିଜ କାମରୁ କିଛି ସମୟ ବାହାର କରି ମଜା କରିବେ। ଆପଣଙ୍କୁ କହି ରଖିବାକୁ ଚାହୁଁ ଯେ, ନିକଟରେ ହୋଇଥିବା ଆରଟିଆଇ ପ୍ରଶ୍ନ (RTI Question) ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ, ଗତ ୨୦୧୪ ମସିହାରେ ପିଏମ ମୋଦୀ ପ୍ରଥମ ଥର ପାଇଁ କାର୍ଯ୍ୟଭାର ଗ୍ରହଣ କରିଥିଲେ । ପିଏମ ହେବା ପରେ ଗତ ୯ ବର୍ଷ ମଧ୍ୟରେ କାର୍ଯ୍ୟ କ୍ଷେତ୍ରରେ ଗୋଟିଏ ବି ଛୁଟି ନେଇ ନାହାଁନ୍ତି। ଏକ ପ୍ରଶ୍ନର ଉତ୍ତରରେ ପିଏମଓ କହିଥିଲେ ଯେ, "ପ୍ରଧାନମନ୍ତ୍ରୀ ସବୁବେଳେ ନିଜ କର୍ତ୍ତବ୍ୟ ସମ୍ପାଦନ କରିଥାନ୍ତି ।


Post- 



ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଇଁ ଦେଶର ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରୁଛି ବିଜେପି । ଦେଶ ବିଦେଶରୁ ପ୍ରଧାନମନ୍ତ୍ରୀଙ୍କୁ ଛୁଟୁଛି ଶୁଭେଚ୍ଛାର(Birthday wish) ସୁଅ । ଅନେକ ବିଦେଶୀ ନେତା ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ଓ ବିଜେପି ନେତା(BJP Leader) ଟ୍ୱିଟ୍ କରି ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି । ବିଜେପି ଶାସିତ ଅଂଚଳରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ରାଷ୍ଟ୍ରପତି ଦୌପଦୀ ମୁର୍ମୁ(President Draupadi Murmu) ଶୁଭେଚ୍ଛା ବାର୍ତ୍ତାରେ ଲେଖିଛନ୍ତି ଯେ, ‘ଆପଣ ନିଜର ଦୃଢ଼ ନେତୃତ୍ୱ ଓ ଦୂର ଦୃଷ୍ଟି ବଳରେ ଏହି ଅମୃତ କାଳରେ ଭାରତର ବିକାଶଧାରାକୁ ଆହୁରି ପ୍ରଶସ୍ତ କରନ୍ତୁ। ମୋର ପ୍ରାର୍ଥନା ଯେ, ଆପଣ ସବୁବେଳେ ସୁସ୍ଥ ଏବଂ ଖୁସିରେ ରହି ଦେଶବାସୀଙ୍କୁ ଆପଣଙ୍କ ନେତୃତ୍ୱର ଲାଭ ଉଠାଇବାକୁ ଦିଅନ୍ତୁ।  ତେବେ ଆଜି ନିଜ ଜନ୍ମଦିନରେ ତାଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ମୋଦୀ ଅନେକ ଜନ ମଙ୍ଗଳ କାର୍ଯ୍ୟ (Public welfare work) କରିଛନ୍ତି ।


Also Read- Blue Eyes: ପିଲାର ନୀଳ ଆଖି ଦେଖି ଖୁସି ହେଉଥିଲେ ବାପା ମାଆ, ସତ ଜାଣିବା ପରେ ହେଲେ ଆଶ୍ଚର୍ଯ୍ୟ


Also Read- Nirmala Sitharaman: ସନାତନ ଧର୍ମ ବିବାଦ ଉପରେ ମୁହଁ ଖୋଲିଲେ କେନ୍ଦ୍ର ଅର୍ଥମନ୍ତ୍ରୀ


Also Read- Ollywood News: ‘ରାମ୍’ ରେ ଦୁଇ ମେଗା ଆକ୍ସନ ସୁପରଷ୍ଟାର ଅରିନ୍ଦମ - ଅନୁଭବ ଏକାଠି