Blue Eyes: ପିଲାର ନୀଳ ଆଖି ଦେଖି ଖୁସି ହେଉଥିଲେ ବାପା ମାଆ, ସତ ଜାଣିବା ପରେ ହେଲେ ଆଶ୍ଚର୍ଯ୍ୟ
Advertisement
Article Detail0/zeeodisha/odisha1876010

Blue Eyes: ପିଲାର ନୀଳ ଆଖି ଦେଖି ଖୁସି ହେଉଥିଲେ ବାପା ମାଆ, ସତ ଜାଣିବା ପରେ ହେଲେ ଆଶ୍ଚର୍ଯ୍ୟ

ଅଧିକାଂଶ ଲୋକଙ୍କ ଶରୀରର ଆଖି ରଙ୍ଗ କଳା କିମ୍ବା ଫିକା ବାଦାମୀ ରଙ୍ଗର ଦେଖିବାକୁ ମିଳିଥାଏ । କିନ୍ତୁ ଯଦି କୌଣସି ବ୍ୟକ୍ତିଙ୍କ ଆଖିର ରଙ୍ଗ ଟକେ ଅଲଗା ହୋଇଥାଏ ତେବେ ତାହା ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ (Center of attraction) ପାଲଟିଯାଏ । କୌଚିତ ବ୍ୟକ୍ତିଙ୍କ ଆଖିର ରଙ୍ଗ ନୀଳ, ସବୁଜ କିମ୍ବା ଅନ୍ୟ ରଙ୍ଗର ଦେଖିବାକୁ ମିଳିଥାଏ । ଏପରି ସୁନ

Blue Eyes: ପିଲାର ନୀଳ ଆଖି ଦେଖି ଖୁସି ହେଉଥିଲେ ବାପା ମାଆ, ସତ ଜାଣିବା ପରେ ହେଲେ ଆଶ୍ଚର୍ଯ୍ୟ

Blue Eyes: ଅଧିକାଂଶ ଲୋକଙ୍କ ଶରୀରର ଆଖି ରଙ୍ଗ କଳା କିମ୍ବା ଫିକା ବାଦାମୀ ରଙ୍ଗର ଦେଖିବାକୁ ମିଳିଥାଏ । କିନ୍ତୁ ଯଦି କୌଣସି ବ୍ୟକ୍ତିଙ୍କ ଆଖିର ରଙ୍ଗ ଟକେ ଅଲଗା ହୋଇଥାଏ ତେବେ ତାହା ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ (Center of attraction) ପାଲଟିଯାଏ । କୌଚିତ ବ୍ୟକ୍ତିଙ୍କ ଆଖିର ରଙ୍ଗ ନୀଳ, ସବୁଜ କିମ୍ବା ଅନ୍ୟ ରଙ୍ଗର ଦେଖିବାକୁ ମିଳିଥାଏ । ଏପରି ସୁନ୍ଦର ଏବଂ ଭିନ୍ନ ଆଖି ଥିବା କାରଣରୁ ଉକ୍ତ ବ୍ୟକ୍ତିଙ୍କୁ କିଛି ଲୋକ ଅନେକ ପ୍ରଶଂସା କରିଥାନ୍ତି । ଠିକ୍ ସେମିତି ନୀଳ ଆଖି ଥିବା ଏକ ଶିଶୁକନ୍ୟା ଜଣେ ଦମ୍ପତ୍ତିଙ୍କ ଘରେ ଜନ୍ମ ହୋଇଥିଲା । ଶିଶୁ କନ୍ୟାର ପିତା ମାତା ନିଜ ଝିଅର ଆଖିକୁ ନେଇ ଖୁବ ଖୁସି (Very Happy) ଥିଲେ । ଝିଅର ଆଖି ସୁନ୍ଦର ଦେଖାଯାଉଥିବାରୁ ଅନେକ ପ୍ରଶଂସା ମଧ୍ୟ ମିଳୁଥିଲା । କିନ୍ତୁ ସୁନ୍ଦର ଆଖି ପଛରେ ସତ୍ୟତା ସତେ ଯେମିତି ଉହାଡରେ ଥିଲା । ପିତା ମାତା ଜାଣି ପାରିନଥିଲେ ସେ ବିଷୟରେ ।

ଡେଲି ଷ୍ଟାରରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଯେତେବେଳେ ଝିଅର ମାଆ ଲୁଇସ୍ ବିସ୍ ଝିଅକୁ ଜନ୍ମ ଦେଇଥିଲେ, ସେତେବେଳେ ସେ ପ୍ରଥମେ ନିଜ ଝିଅକୁ ଦେଖିବା ପରେ ତାଙ୍କର ସୁନ୍ଦର ଏବଂ ବଡ ନୀଳ ଆଖି ଦେଖି ଖୁବ ଖୁସି ହୋଇଯାଇଥିଲେ । ଯେହେତୁ ତାଙ୍କ ପରିବାରର କାହାର ନୀଳ ଆଖି ନଥିଲା ସେଥିପାଇଁ ଝିଅଟି ଆଖି ସଭିଙ୍କୁ ଆକର୍ଷିତ କରୁଥିଲା । ଏପରି କି କିଛି ଅଜଣା ବ୍ୟକ୍ତି ମଧ୍ୟ ତାଙ୍କ ଝିଅର ଆଖିକୁ ଦେଖି ଖୁବ ପ୍ରସଂଶା (Good compliments) କରିଥିଲେ ।

ନୀଳ ଆଖି ପଛରେ ସତ୍ୟତା
ଝିଅକୁ ପ୍ରଶଂସା କରିବା ଏବଂ ବିଶେଷ ଯତ୍ନ ନେବା ପ୍ରକ୍ରିୟା ପ୍ରାୟ ୬ ମାସ ପର୍ଯ୍ୟନ୍ତ ଚାଲିଥିଲା କିନ୍ତୁ ପରେ ଗୋଟିଏ ଖବର ସବୁ ଖୁସିକୁ ବଦଳାଇ ଦେଇଥିଲା । ଝିଅଟିର ନୀଳ ଆଖି ଧିରେ ଧିରେ ଧଳା (White) ହେବାକୁ ଲାଗିଲା । କେବଳ ସେତିକି ନୁହେଁ ଆଖିରେ ଆଲୋକ ପଡ଼ିବା ପରେ ତାଙ୍କୁ ଯନ୍ତ୍ରଣା ହେବାରୁ ସେ ଚିତ୍କାର କରିବାକୁ ଲାଗିଲା । ପରେ ଲୁଇସ୍ ଏବଂ ତାଙ୍କ ସ୍ୱାମୀ କନୋର ବିସ୍ ଡାକ୍ତରଙ୍କ ନିକଟକୁ ପରାମର୍ଶ ପାଇଁ ଯାଇଥିଲେ । ଡାକ୍ତରଙ୍କ ସହ କଥା ହେବା ପରେ ଉଭୟେ ଜାଣିବାକୁ ପାଇଲେ ଯେ ଝିଅଟିକୁ ଦ୍ୱିପାକ୍ଷିକ ଜନ୍ମଗତ ଗ୍ଲୁକୋମା ନାମକ ଏକ ରୋଗ ହୋଇଛି । ଏହା ଏକ ଜେନେଟିକ୍ ସମସ୍ୟା (Genetic problems), ଯେଉଁ କାରଣରୁ ଅପ୍ଟିକ୍ ସ୍ନାୟୁ ଉପରେ ବହୁତ ଚାପ ଥାଏ । ଯଦି ଏହି ରୋଗ ପାଇଁ ତୁରନ୍ତ ଅସ୍ତ୍ରୋପଚାର (Surgery) କରାନଯାଏ ତେବେ ଝିଅଟିର ଦୃଷ୍ଟି ଶକ୍ତି ମଧ୍ୟ ନଷ୍ଟ ହୋଇପାରେ।

ଝିଅଟିର ପିତାମାତାଙ୍କ କହିବା ଅନୁଯାୟୀ, ସେମାନେ ସମସ୍ୟା ବିଷୟରେ ଜାଣିବା ପରେ ତାଙ୍କ ଝିଅର ଅସ୍ତ୍ରୋପଚାର କରିଥିଲେ । ପ୍ରଥମ ଅସ୍ତ୍ରୋପଚାରର ଫଳାଫଳ ସକରାତ୍ମକ ନଥିବା କାରଣରୁ ଅଗଷ୍ଟ ମାସରେ ଝିଅଟିର ଦ୍ୱିତୀୟ ଥର ପାଇଁ ଅସ୍ତ୍ରୋପଚାର କରାଯାଇଥିଲା । ଯାହାର ପରୀକ୍ଷଣ ଏପର୍ଯ୍ୟନ୍ତ କରାଯାଇ ନାହିଁ। ଦମ୍ପତ୍ତିଙ୍କ କହିବା କଥା ହେଉଛି ପିତାମାତାଙ୍କ ପାଇଁ ଏପରି ଲକ୍ଷଣ ଏକ ଚେତାବନୀ ସଦୃଶ୍ୟ । ତେଣୁ ଶିଶୁଙ୍କ ଆଖିରେ କିଛି ପରିବର୍ତ୍ତନ ଦେଖିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ (Doctor's advice) ନେବା ଆବଶ୍ୟକ ।

Also Read- ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ଲାଗି ଗଠନ ହୋଇଥିବା କମିଟିର ପ୍ରଥମ ବୈଠକ ସେପ୍ଟେମ୍ବର ୨୩ରେ

Also Read- Nirmala Sitharaman: ସନାତନ ଧର୍ମ ବିବାଦ ଉପରେ ମୁହଁ ଖୋଲିଲେ କେନ୍ଦ୍ର ଅର୍ଥମନ୍ତ୍ରୀ

Also Read- Ollywood News: ‘ରାମ୍’ ରେ ଦୁଇ ମେଗା ଆକ୍ସନ ସୁପରଷ୍ଟାର ଅରିନ୍ଦମ - ଅନୁଭବ ଏକାଠି