Deep Blue Shark Viral Video: ସମୁଦ୍ର ଦୁନିଆର ସବୁଠାରୁ ବିପଜ୍ଜନକ ଶିକାରୀର ଏକ ଭିଡିଓ ଭାଇରାଲ୍ ହୋଇଛି। ଏହି ଶିକାରୀ ହେଉଛି ଗ୍ରେଟ୍ ହ୍ୱାଇଟ୍ ସାର୍କ। ଯାହାର ନାଁ ଶୁଣିବା ପରେ ସମୁଦ୍ରରକ ଅନ୍ୟ ଶିକାରୀ ଭୟଭୀତ ହୋଇଯାଇଥାନ୍ତି। ସଦ୍ୟ ସାର୍କ ସହ ଜଡ଼ିତ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଏକ ବିଶାଳକାୟ ହ୍ୱାଇଟ ସାର୍କ ନଜର ଆସୁଛି। ଯିଏ ମଣିଶକୁ ନିଜର ଶୀକାର କରିବା ପାଇଁ ମଣିଷ ଚାରିପଟେ ଘୂରି ବୁଲୁଛି। ହେଲେ ସମୁଦ୍ର ବୁଡାଳୀଙ୍କ ସାହସକୁ ମଧ୍ୟ ପ୍ରଶଂସା କରିବାକୁ ପଡିବଷ। କାରଣ ସମୁଦ୍ର ବୁଡାଳୀ ଜଣଙ୍କ ଏଭଳି ବିଶାଳକାୟ ସାର୍କ ଦେଖିବା ପରେ ମଧ୍ୟ ଭୟଭୀତ  ହୋଇନାହାଁନ୍ତି। ସମୁଦ୍ର ଭିତରେ ସେ ଖୁସିରେ ପହଁରୁଛନ୍ତି। 


COMMERCIAL BREAK
SCROLL TO CONTINUE READING

ଏହି ଭାଇରାଲ ଭିଡିଓ ମାଧ୍ୟମରେ ଦୃଶ୍ୟମାନ ହେଉଥିବା ଗ୍ରେଟ୍ ହ୍ୱାଇଟ୍ ସାର୍କ (Great White Shark) କୌଣସି ସାଧାରଣ ଗ୍ରେଟ୍ ହ୍ୱାଇଟ୍ ସାର୍କ ନୁହେଁ। କାରଣ ଏହାର ଆକାର ସାଧାରଣ ଗ୍ରେଟ୍ ହ୍ୱାଇଟ୍ ସାର୍କ ଠାରୁ ବହୁତ ବଡ ଦେଖାଯାଉଛି। ଆହୁରି ମଧ୍ୟ, ଏଭଳି ଧରଣର ଶାର୍କର ନିଜସ୍ୱ ସ୍ୱତନ୍ତ୍ର ନାମ ରହିଛି। ତାହା ହେଉଛି "ଡୀପ ବ୍ଲୁ" (Deep Blue Shark)। "ଡୀପ ବ୍ଲୁ" ନାମକ ଏହି ବିଶାଳକାୟ ହ୍ୱାଇଟ ସାର୍କ ଦୁନିଆର ସବୁଠୁ ବିଶାଳକାୟ ଗ୍ରେଟ୍ ହ୍ୱାଇଟ୍ ସାର୍କ ବୋଲି କୁହାଯାଏ। କୁହାଯାଏ ଯେ "ଡୀପ୍ ବ୍ଲୁ" ହ୍ୱାଇଟ ଶାର୍କ (Deep Blue White Shark) ଲମ୍ବା ୨୦ ଫୁଟରୁ ଅଧିକ ଏବଂ ଏହାର ଓଜନ ୫୫୦୦ ପାଉଣ୍ଡ କିମ୍ବା ଏହା ଠାରୁ ଅଧିକ। ଯଦି ଏହାର ବୟସ ବିଷୟରେ କୁହାଯାଏ ତାହେଲେ ଏହାର ବୟସ ପ୍ରାୟ ୫୦ ବର୍ଷ ହେବ। ସାଧାରଣତ  ଗ୍ରେଟ୍ ହ୍ୱାଇଟ୍ ସାର୍କ ୭୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରେ। 



ଏହା ପ୍ରଥମ ଥର ହୋଇନାହିଁ ଯେତେବେଳେ ଲୋକେ "ଡୀପ ବ୍ଲୁ ସାର୍କ" ଆକାର ଦେଖି ଭୟଭୀତ ହୋଇପଡ଼ିଛନ୍ତି। ଏହି ସାର୍କ ସହ ଜଡ଼ିତ ଭିଡିଓ ପୂର୍ବରୁ ଭାଇରାଲ୍ ହୋଇସାରିଛି। ଗତ ୨୦୧୫ ବର୍ଷରେ ଜୀବ ବିଜ୍ଞାନୀ ମାରିକୋ ହୋୟୋସ୍ ପେଡ଼ିଲା ଏହାର ଏକ ଭିଡିଓ ସେୟାର କରିସାରିଛନ୍ତି। କୁହାଯାଏ ଯେ ଜୀବ ବିଜ୍ଞାନୀ ମାରିକୋ ହେଉଛନ୍ତି ସେହି ପ୍ରଥମ ବ୍ୟକ୍ତି ଯିଏ ଡୀପ ବ୍ଲୁ ସାର୍କ ଦେଖିଥିଲେ। ଡୀପ ବ୍ଲୁ ମୋରିକୋଙ୍କ ସହ ମୁହାଁମୁହିଁ ହେବା ବେଳେ ଏପରି ଦେଖୁଥିଲା ୟେ, ସେତେ ଯେପରି ମୋରିକା ହେଉଛନ୍ତି ତାହାର ଜଣେ ପୁରୁଣା ବନ୍ଧୁ। ଡିସକଭରି ଚ୍ୟାନେଲ ଦ୍ୱାରା ପ୍ରାସାରିତ "ସାର୍କ ୱିକ୍ ଶୋ" କାର୍ଯ୍ୟକ୍ରମରେ ପ୍ରଥମ ଥର ପାଇଁ ମୋରିକୋ ଏବଂ ଡୀପ୍ ବ୍ଲୁ ମଧ୍ୟରେ ମୁହାଁମୁହିଁ ହୋଇଥିଲେ। ଯେତେବେଳେ ମୋରିକୋ ଏହି ସାର୍କ ଭିଡ଼ିଓ ସୁଟିଂ କରୁଥିଲେ।