ଅବସରପ୍ରାପ୍ତ SBI କର୍ମଚାରୀଙ୍କ ସଫଳତା, NEET ପାସ୍ କରି ଅନ୍ୟପାଇଁ ସାଜିଲେ ଉଦାହରଣ
Advertisement
Article Detail0/zeeodisha/odisha2473895

ଅବସରପ୍ରାପ୍ତ SBI କର୍ମଚାରୀଙ୍କ ସଫଳତା, NEET ପାସ୍ କରି ଅନ୍ୟପାଇଁ ସାଜିଲେ ଉଦାହରଣ

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ଡେପୁଟି ମ୍ୟାନେଜର ଭାବରେ ଅବସର ନେଇଥିବା ବ୍ୟକ୍ତି ଜଣଙ୍କ ଚିକିତ୍ସା କ୍ଷେତ୍ରରେ ଏକ ନୂତନ ଯାତ୍ରା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଅବସରପ୍ରାପ୍ତ SBI କର୍ମଚାରୀଙ୍କ ସଫଳତା, NEET ପାସ୍ କରି ଅନ୍ୟପାଇଁ ସାଜିଲେ ଉଦାହରଣ

NEET: 'ବୟସ ମାତ୍ର ଏକ ସଂଖ୍ୟା ଇଚ୍ଛା ଥିଲେ ସବୁ ସମ୍ଭବ' ଏକଥା ପ୍ରମାଣିତ କରିଛନ୍ତି ୬୪ ବର୍ଷୀୟ ବ୍ୟକ୍ତି । ଜୀବନର କେଉଁ ପର୍ଯ୍ୟାୟରେ ଥାଆନ୍ତୁ ନା କାହିଁକି ଶିକ୍ଷାକୁ ଫେରିବା ଏବଂ ଏକ ନୂଆ କ୍ୟାରିୟର ଗଢିବା ସମ୍ଭବ ବୋଲି ସେ ଅନ୍ୟପାଇଁ ଉଦାହରଣ ସାଜିଛନ୍ତି ।

ଜୟକିଶୋର ପ୍ରଧାନ ନାମକ ଏହି ବ୍ୟକ୍ତି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଡେପୁଟି ମ୍ୟାନେଜର ଭାବରେ ଅବସର ନେଇଛନ୍ତି । ଅବସର ନେବା ପରେ ସେ ଚିକିତ୍ସା କ୍ଷେତ୍ରରେ ଏକ ନୂତନ ଯାତ୍ରା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନୂଆ କିଛି କରିବାକୁ ନିଷ୍ପତ୍ତି ନେଇ ଏହି କଠିନ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ ।

ଜୟକିଶୋରଙ୍କ ପ୍ରସ୍ତୁତି ସମ୍ପର୍ଣ୍ଣ ଭାବେ ବ୍ୟବସ୍ଥିତ ଥିଲା । ସେ ଏକ ଅନଲାଇନ୍ କୋଚିଂ ପ୍ରୋଗ୍ରାମରେ ନାମ ଲେଖାଇଥିଲେ ଯାହାକି NEET ପାଇଁ ଏକ ଗଠନମୂଳକ ମାର୍ଗଦର୍ଶନ ପ୍ରଦାନ କରିଥିଲା । ବ୍ୟକ୍ତିଗତ ଏବଂ ଶିକ୍ଷାଗତ ଜୀବନକୁ ସନ୍ତୁଳନ କରିବାକୁ ଏକ ଚ୍ୟାଲେଞ୍ଜ୍ ନେଇ ସେ ଆଜି ଏହି ସଫଳତା ହାସଲ କରିଛନ୍ତି ।

ପାରିବାରିକ ଦାୟିତ୍ୱ ସହିତ NEET ସିଲାବସ୍ ବିଷୟରେ ଜାଣିବା ଏବଂ ପଢିବା ଏତେ ବି ସହଜ ନଥିଲା । ତଥାପି, ଦୃଢ ଇଚ୍ଛାଶକ୍ତି ଏବଂ ନିଷ୍ଠା ତାଙ୍କୁ ସଠିକ୍ ମାର୍ଗରେ ନେବା ପାଇଁ ସାହାଯ୍ୟ କରିଥିଲା ।

୨୦୨୦ ରେ ଜୟକିଶୋରଙ୍କ କଠିନ ପରିଶ୍ରମ ସଫଳ ହୋଇଥିଲା ଯେତେବେଳେ ସେ NEET ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଥିଲେ । ସମ୍ମାନଜନକ ବୀର ସୁରେନ୍ଦ୍ର ସାଇ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (VIMSAR) ରେ ଏକ ସିଟ୍ ପାଇଥିଲେ। ତାଙ୍କର ଏହି ସଫଳତା ଦୀର୍ଘ ଦିନର ସ୍ୱପ୍ନକୁ ପୂରଣ କରିପାରିଥିଲା ।

ଜାତୀୟ ଚିକିତ୍ସା ଆୟୋଗ ଅଧିନିୟମ, 2019 ଅନୁଯାୟୀ, NEET (UG) ପାଇଁ ପ୍ରାର୍ଥୀମାନଙ୍କ ପାଇଁ କୌଣସି ଉଚ୍ଚ ବୟସ ସୀମା ନାହିଁ । ଏହି ନୀତି ସବୁ ବୟସର ଲୋକଙ୍କୁ ସେମାନଙ୍କର ସ୍ୱପ୍ନକୁ ସାକାର କରିବାକୁ ଉତ୍ସାହିତ କରିଥାଏ ।

Also Read- ସେନାରେ ଯୋଗ ଦେବା ପାଇଁ ସୁବର୍ଣ୍ଣ ସୁଯୋଗ, ପୁରୀରେ ହେବ ନିଯୁକ୍ତି ଶିବିର

Also Read- Ayodhya: ପୁଣି ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ, ଅଯୋଧ୍ୟାରେ ଅବତରଣ