Indore Bus Driver: ସଦ୍ୟ ମଧ୍ୟ ପ୍ରଦେଶ ସତନା ଜିଲ୍ଲାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଏଠାରେ ଏକ ବସ୍ ଡିସପ୍ଲେ ବୋର୍ଡରେ ସୁଖେଜା ନାମକ ଜଣେ ବ୍ୟକ୍ତିଙ୍କ ପାଇଁ ଅଶ୍ରାବ୍ୟ ଭାଷାରେ ଗାଳି ଲେଖାଯାଇଛି। ଏହି ବସ ମାଲିକ ହେଉଛନ୍ତି ସତୀଶ ସୁଖେଜା। ଅକ୍ଟୋବର ୧୬ ତାରିଖ ରବିବାର ଏହି ମାମଲାରେ ଥାନାରେ ଅଭିଯୋଗ କରାଯାଇଛି। ଅଭିଯୋଗରେ ପୂର୍ବତନ ବସ ଡ୍ରାଇଭର ସଲମାନ ଖାନଙ୍କ ଉପରେ ସନ୍ଦେହ ସୃଷ୍ଟି ହୋଇଛି। ଭିଡିଓ ଭାଇରାଲ ହେବା ପରେ ଡ୍ରାଇଭର ସଲମାନ ଫେରାର ହୋଇ ଯାଇଥିବା କୁହାଯାଉଛି। ମଧ୍ୟ ପ୍ରଦେଶ ପୋଲିସ ଏହି ଘଟଣାର ତଦନ୍ତ କରୁଛି।


COMMERCIAL BREAK
SCROLL TO CONTINUE READING

ଭାଇରାଲ ହେଉଥିବା ଭିଡିଓ ରାତି ସମୟର ବୋଲି ଜଣାପଡିଛି। ଯେଉଁଥିରେ ଏକ ବସ ଛିଡା ହୋଇଥିବାର ଦେଖିବାକୁ ମିଳୁଛି। ବସ ସାମ୍ନାରେ ଥିବା ଡିଜିଟାଲ୍ ସ୍କ୍ରିନ୍ ବୋର୍ଡରେ ସୁଖେଜା ନାମରେ  ଗାଳି ଲେଖାହୋଇଛି। ଭିଡିଓ ନିର୍ମାତା ମଧ୍ୟ ହସୁଥିବାର ଶୁଣିବାକୁ ମିଳୁଛି। ହେଲେ ଏହି ଭିଡିଓ କିଏ ବନାଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। 


ଏହି ଘଟଣାରେ ସୁଖେଜା କମ୍ପାନୀ ମ୍ୟାନେଜର ଅନିଲ କୁମାର ପାଠକ କୋଲଗାୱଁ ଥାନାରେ ଅଭିଯୋଗ କରିଛନ୍ତି। ମ୍ୟାନେଜର ପାଠକ ତାଙ୍କ ଅଭିଯୋଗରେ ଏହି କାର୍ଯ୍ୟ ପାଇଁ ପୂର୍ବତନ ଡ୍ରାଇଭର ସଲମାନ ଖାନଙ୍କ ଉପରେ ସନ୍ଦେହ କରୁଛନ୍ତି। ପୂର୍ବତନ ଡ୍ରାଇଭର କମ୍ପାନୀ ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଏପରି କରିଥିବା ଅଭିଯୋଗକାରୀ ଆଶଙ୍କା ପ୍ରକାଶ କରିଛନ୍ତି। ଡ୍ରାଇଭର ବିରୋଧରେ ଅଭିଯୋଗ ଆଣି  ମ୍ୟାନେଜର କହିଛନ୍ତି ଯେ ବସ୍ ନମ୍ବର MP19 P 7782  ଡିସ ପ୍ଲେ ବୋର୍ଡ ପାସୱାର୍ଡ କେବଳ ସଲମାନଙ୍କ ପାଖରେ ଥିଲା। ଅଭିଯୋଗରେ ଆହୁରି ମଧ୍ୟ ଲେଖାଯାଇଛି ଯେ ସନ୍ଦିଗ୍ଧ ଅଭିଯୁକ୍ତ ସଲମାନ ବିଗତ ୬ ମାସ ଧରି ସୁକେଜା କମ୍ପାନୀରେ କାମ କରୁନଥିଲା। ନିଜକୁ ୨୨ ବର୍ଷର କମ୍ପାନୀ କର୍ମଚାରୀ ବୋଲି ବର୍ଣ୍ଣନା କରି ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମ୍ୟାନେଜର।


ବସ୍ ଡିସପ୍ଲେ ବୋର୍ଡ ରେ ଗାଳି ଲେଖାଯିବା ଘଟଣାରେ ବସ୍ ମାଲିକ ସତୀଶ ସୁକେଜା ପ୍ରତିକ୍ରିୟା ରଖିଛନ୍ତି। ଏନେଇ ସେ କହିଛନ୍ତି ଯେ ଡ୍ରାଇଭର ସଲମାନ ଖାନା ଏକ ଅଧିକ ପାୱାରଯୁକ୍ତ ମୋଟା ଚଷମା ପିନ୍ଧୁଥିଲେ। ଯେଉଁ କାରଣରୁ ସେ ରାତି ସମୟରେ ଚାଲୁଥିବା ବସ୍ ଚଳାଇବା ପାଇଁ ଫିଟ୍ ମନେ ହେଉ ନଥିଲେ। ବସ ଯାତ୍ରୀଙ୍କ ସୁରକ୍ଷା ନଜରରେ ରଖି ତାକୁ ଛୋଟ ଗାଡି ଚଳାଇବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ହେଲେ ସେ ଏପରି ଏକ କାର୍ଯ୍ୟ କରିଥିଲେ ଯାହା ମୁଁ କେବେ ଭାବିନଥିଲି। 


ବସ ମାଲିକଙ୍କ କହିବା ଅନୁସାରେ ତାଙ୍କ କମ୍ପାନୀ ଡ୍ରାଇଭିଂ ଲାଇସେନ୍ସ ଦେଖିବା ପରେ ନିଯୁକ୍ତି ଦେଇଥାଏ। ହେଲେ ସଲମାନ ଖାନ ଡ୍ରାଇଭିଂ ଲାଇସେନ୍ସ ରେ ବିନା ଚଷମା ପିନ୍ଧା ଫଟୋ ରଖିଛି। କେବଳ ମାସେ ପାଇଁ ସେ ସୁଖେଜା କମ୍ପାନୀ ଲାଗି କାମ କରିଥିଲା। କମ୍ପାନୀ ଭାବମୂର୍ତ୍ତି କ୍ଷୁର୍ଣ୍ଣ କରିବା ସଲମାନ ଏପରି କାର୍ଯ୍ୟ କରି ଥାଇପାରେ। ଯେଉଁଥିରେ ସେ ସଫଳ ମଧ୍ୟ ହୋଇଛି। 


ସତୀଶ ସୁକେଜାଙ୍କ କହିବା ଅନୁଯାୟୀ, ଯେତେବେଳେ ସେ ପରିବହନ ବିଭାଗକୁ ମୋଟା ପାୱାର ଚଷମା ପିନ୍ଧୁଥିବା ବ୍ୟକ୍ତିଙ୍କୁ ଡ୍ରାଇଭି ଲାଇସେନ୍ସ  ପ୍ରଦାନ କରାଯିବା କଥା ପଚାରିଥିଲେ, ସେତେବେଳେ  ବିଭାଗ ସଲମାନ ଖାନଙ୍କୁ ଫିଟ୍ ବୋଲି ଦର୍ଶାଇଥିଲେ। ଯେଉଁ ଦିନ ଏହି ଘଟଣା ଘଟିଲା ସେହି ଦିନ ସଲମାନ ଗାଡିର ଥିବାର ବାକି ବସ କର୍ମଚାରୀ ନିଶ୍ଚିତ କରିଛନ୍ତି। ପୋଲିସ ଜେରା ବେଳେ ଏକଥା ଜାଣିବାକୁ ପାଇଛି।  ଯେତେବେଳେ ସଲମାନ  ଖାନଙ୍କୁ ଘଟଣା ବାବଦରେ ପଚରାଗଲା ସେତେବେଳେ  ସେ କିଛି ନ ଜାଣିବା ଭଳି ବ୍ୟବହାର କରିଥିଲା। ଘଟଣା ଘଟିବା ଦିନ ସେ ଗାଡ଼ିରେ ନ ଥିବାର କହିଥିଲା। ସଲମାନ ଅଭିଯୋଗ କରାଯିବା ପରେ ସେ ଫେରାର ହୋଇଯାଇଛି।


ପୂର୍ବରୁ ମୁଁ ବହୁତ ଧର୍ମନିରପେକ୍ଷ ଥିଲି। କେବଳ ଡ୍ରାଇଭର ନୁହେଁ ମୋର ଅନେକ ସାଙ୍ଗ ମଧ୍ୟ ମୁସଲମାନ ଥିଲେ। ହେଲେ ସଲମାନ ଖାନ ଦ୍ୱାରା ଭାଙ୍ଗିଯାଇଥିବା ବିଶ୍ୱାସ ତାଙ୍କୁ ଗଭୀର ଆଘାତ ଦେଇଛି। ବର୍ତ୍ତମାନ ମୁଁ ଧର୍ମନିରପେକ୍ଷ ହେବା ବଦଳରେ ଆହୁରି ସତର୍କ ହୋଇଉଠିଛି। ଆଗକୁ ସବୁକିଛି ଦେଖିବା ପରେ ଯାଇ କାମ କରାଯିବ ବୋଲି କହିଛନ୍ତି ସୁଖେଜା କମ୍ପାନୀ ମାଲିକ।