Bihar Caste Census: ପ୍ରଥମେ ପାଠ୍ୟକ୍ରମ ଆଉ ଏବେ ଜନଗଣନାରୁ ବାଦ ପଡ଼ିଛନ୍ତି ମୋଗଲ। ଏକଥା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ। ହେଲେ ଏହା ସତ୍ୟ। ଗତ ୧୫ ତାରିଖରୁ ବିହାରରେ ଆରମ୍ଭ ହୋଇଯାଇଛି ଜାତିଗତ ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ। ଏହି ପରିପ୍ରେକ୍ଷୀରେ ଜାତିଗତ ଜନଗଣନା ପାଇଁ ବିଭିନ୍ନ ଜାତି ଲାଗି ସଂକେତ ମଧ୍ୟ ଜାରି କରାଯାଇଛି। ହେଲେ ଏହା ମଧ୍ୟରେ ବିହାର ମୁସଲମାନଙ୍କ ଅଗ୍ରଣୀ ଜାତି କୁହାଯାଉଥିବା ମୋଗଲ ଜାତି ବାବଦରେ ସର୍ବାଧିକ ଆଲୋଚନା ହୋଇଛି। ଜାତିଗତ ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ ତାଲିକାରୁ ମୋଗଲ ଜାତି ନିଖୋଜ ହୋଇଯାଇଛି। ଯେତେବେଳେ ମୋଗଲ ଇତିହାସ ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ ପାଠ୍ୟକ୍ରମରୁ ଅଦୃଶ୍ୟ ହୋଇଯାଇଛି। ଏଭଳି ପରିସ୍ଥିତିରେ, ମୋଗଲ ଇତିହାସ ଏବଂ ଜାତି ପ୍ରସଙ୍ଗ ଚର୍ଚ୍ଚାର ପରିସର ମଧ୍ୟରେ ରହିଛି। 


COMMERCIAL BREAK
SCROLL TO CONTINUE READING

ଜାତିଗତ ଜନଗଣନା ତାଲିକାରେ ମୋଗଲ ଜାତିର ଅନ୍ତର୍ଭୂକ୍ତ ନହେବା କାରଣରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ଏନେଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପାଖକୁ ଏକ ଚିଠି ଲେଖାଯାଇଛି। ଏଭଳି ପରିସ୍ଥିତିରେ ବିହାର ଭଳି ଏକ ଜନବହୁଳ ରାଜ୍ୟରେ ମୋଗଲ ଜାତିର ଜନସଂଖ୍ୟା କେତେ ତାହା ବୁଝିବା ଆବଶ୍ୟକ? ଜାତିସଂଘକୁ ଏହି ତାଲିକାରେ ଅନ୍ତର୍ଭୂକ୍ତ ନକରିବା ପଛରେ ରାଜନୀତି କ’ଣ ଏବଂ ବିହାର ସରକାରଙ୍କ ଦ୍ୱାରା ରାଜ୍ୟରେ ହେଉଥିବା ଜାତିଗତ ଜନଗଣନା ତାଲିକାରେ ମୋଗଲ ନାମକୁ କାହିଁକି ଅନ୍ତର୍ଭୂକ୍ତ କରିନାହାଁନ୍ତି?


ବିହାରରେ ହେଉଥିବା ଜାତିଗତ ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ ଶନିବାର ଠାରୁ ଆରମ୍ଭ ହୋଇଛି। ଏହି ଜନଗଣନା ବିହାରର ସମସ୍ତ ଜିଲ୍ଲାରେ ଆସନ୍ତା ମେ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଜାତିଗତ ଜନଗଣନା ବେଳେ ରାଜ୍ୟର ପ୍ରତ୍ୟେକ ପରିବାର ସଦସ୍ୟଙ୍କ ଘରକୁ ଯାଇ ସେମାନଙ୍କ ଜାତି, ଧର୍ମ, ଶିକ୍ଷାଗତ ଯୋଗ୍ୟତା ଏବଂ ଆୟ ସମ୍ବନ୍ଧୀୟ ପ୍ରଶ୍ନ ପଚରାଯିବ। ଏନେଇ ମିଳିଥିବା ଖବର ଜନଗଣନା ବେଳେ ଲୋକଙ୍କୁ ମୋଟ ୧୭ ପ୍ରଶ୍ନ ପଚରାଯିବ। ଏଥିପାଇଁ ଜିଲ୍ଲାପାଳଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତ କରାଯାଇଛି।


ଜାତି ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟରେ ସରକାର ଜାତି କୋଡିଂ କରିବେ। ରାଜ୍ୟର ୨୧୪ ଜାତି ପାଇଁ ଜାତିଗତ କୋଡ଼଼ ମଧ୍ୟ ଜାରି କରାଯାଇଛି। ଅନ୍ୟ ବର୍ଗ ତଥା ଜାତି ପାଇଁ କୋଡ୍ ନମ୍ବର ୨୧୫ ଜାରି କରାଯାଇଛି। ଏହି ଜାତି ତାଲିକାରେ ମୋଗଲ ଜାତି ଅନ୍ତର୍ଭୂକ୍ତ ହୋଇନାହିଁ। ହେଲେ ବିହାରର ଅନେକ ଜିଲ୍ଲାରେ ମୋଗଲ ଜାତିର ଜନସଂଖ୍ୟା ଆଖିଦୃଶିଆ ରହିଛି। ଏଭଳି ପରିସ୍ଥିତିରେ ରାଜ୍ୟର ଦରଭଙ୍ଗା ଜିଲ୍ଲାର ବିଧାୟକ ବିନୟ କୁମାର ଚୌଧୁରୀ ଏହି ପ୍ରସଙ୍ଗ ଉଠାଇଛନ୍ତି।


ବିହାରରେ ମୋଗଲ ଜାତିର ଲୋକମାନେ ସେମାନଙ୍କ ଉପନାମ ଆଗରେ ବେଗ ଶବ୍ଦ ବ୍ୟବହାର କରିଥାନ୍ତି। ବିହାରର ଦରଭଙ୍ଗା, ସମସ୍ତିପୁର, ସୀତାମଢି ଏବଂ ସିୱାନ୍ ସମେତ ଅନେକ ଜିଲ୍ଲାରେ ମୋଗଲ ଜାତିର ଜନସଂଖ୍ୟା ଆଖିଦୃଶିଆ ରହିଛି। ମୋଗଲ ଜାତିର ଲୋକଙ୍କ କହିବା କଥା ଯେ, ସେମାନଙ୍କୁ ମୋଗଲ ଜାତି ନାମରେ ନାମରେ ସରକାରୀ ଦସ୍ତାବିଜ ଏବଂ ପ୍ରମାଣପତ୍ର ମିଳିଥାଏ। ଏଭଳି ପରିସ୍ଥିତିରେ ସେମାନେ କହିଛନ୍ତି ଯେ ବହୁଳ ସଂଖ୍ୟାରେ ବସବାସ କରୁଥିବା ଜାତିର ଲୋକଙ୍କୁ ଅଣଦେଖା କଲେ ସେମାନଙ୍କୁ କ୍ଷତି ସହିବାକୁ ପଡ଼ିବ।


ଜାତି ତାଲିକାରେ ମୋଗଲ ନାମ ଅନ୍ତର୍ଭୂକ୍ତ ନକରିବାର ସମ୍ପୂର୍ଣ୍ଣ ପ୍ରସଙ୍ଗ ସଂରକ୍ଷଣ ସହିତ ଜଡିତ। ଲୋକଙ୍କ ମଧ୍ୟରେ ଏକ ଭୟ ରହିଛି ଯେ ଯଦି ସେମାନଙ୍କୁ ଜାତିଗତ ତାଲିକାରେ ସାମିଲ କରାନଯାଏ ତାହେଲେ ଆର୍ଥିକ ଦୃଷ୍ଟିରୁ ପଛୁଆ ରହିଥିବାରୁ ସେମାନଙ୍କୁ ପ୍ରଦାନ କରାଯାଉଥିବା ୧୦ ପ୍ରତିଶତ ସଂରକ୍ଷଣ ଅଧିକାର ସେମାନଙ୍କ ଠାରୁ ଛଡ଼ାଇ ନିଆଯାଇପାରେ। ହେଲେ ଅଧିକାରୀ କହିଛନ୍ତି ଯେ ଏହି ମାମଲା ସମ୍ପର୍କିତ ଖବର ସେମାନଙ୍କ ନଜରକୁ ଆସିନାହିଁ। ମୋଗଲ ଜାତିର ଲୋକଙ୍କ ଅନ୍ୟ ବର୍ଗରେ ଅନ୍ତର୍ଭୂକ୍ତ କରାଯିବ।