Child Swallowed Whistle: ଯଦି ଆପଣ ଭାବୁଥାନ୍ତି ଯେ ଛୋଟ ପିଲା ଖେଳନା ସହିତ କେବଳ ଖେଳିଥାନ୍ତି, ତାହେଲେ ଆପଣ ଭୁଲ। ଖେଳଣା ଏବେ ଛୋଟ ପିଲାଙ୍କ ଲାଗି ଭାରୀ ପଡ଼ିଯାଇଛି। ସଦ୍ୟ ହରିୟାଣାର ନୁହଁ ଜିଲ୍ଲାରେ ଘଟିଯାଇଛି ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଏହି ଘଟଣା ସମ୍ପର୍କରେ ଜାଣିବା ପରେ ଆପଣଙ୍କୁ ସତର୍କ ରହିବା ଆବଶ୍ୟକତା ରହିଛି। ଏକ ନିରୀହ ୪ ବର୍ଷର ବାଳକର ଜୀବନ ହ୍ୱିସିଲ୍ ବିପଦରେ ପଡ଼ି ଯାଇଥିଲା। ହ୍ୱିସିଲ୍ ଗିଳି ଦେବା ପରେ ସମ୍ପୃକ୍ତ ନାବାଳକକୁ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ ମେଡ଼ିକାଲ ଠାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଏଣ୍ଡୋସ୍କୋପି କରି ସେହି ୪ ବର୍ଷ ଶିଶୁର ଶ୍ୱାସନଳୀରୁ ହ୍ୱିସିଲ୍ ବାହାର କରିଥିଲେ।


COMMERCIAL BREAK
SCROLL TO CONTINUE READING

ନିଶ୍ୱାସ ନେବାବେଳେ ପ୍ରତ୍ୟେକ ଥର ବାଜୁଥିଲା ହ୍ୱିସିଲ୍
ଏନେଇ କୁହାଯାଉଛି ଯେ ଇଦ୍ ପୂର୍ବରୁ ସେହି ୪ ବର୍ଷର ବାଳକକୁ ତାଙ୍କ ବାପାମାଆଙ୍କ ଦ୍ୱାରା ହ୍ୱିସିଲ ଲଗାଯାଇଥିବା ଚପଲ ଦିଆଯାଇଥିଲା। ଖେଳୁଥିବାବେଳେ ନିରୀହ ଶିଶୁ ଜଣଙ୍କ ଚପଲରେ ଲାଗିଥିବା ହ୍ୱିସିଲ ଗିଳି ଦେଇଥିଲା। ଯାହା ତାହାର ଶ୍ୱାସନଳୀରେ ଯାଇ ଫସି ଯାଇଥିଲା। ଯେତେବେଳେ ନାବାଳକ ଜଣଙ୍କ ନିଶ୍ୱାସ ନେଉଥିଲା ସେତେବେଳେ ହ୍ୱିସିଲ୍ ବାଜିବାରେ ଲାଗିଥିଲା। 


ଅପରେସନ୍ କରି ଶ୍ୱାସନଳୀରୁ ହ୍ୱିସିଲ କାଢିଲେ ଏମ୍ସ ଡାକ୍ତର 
ହ୍ୱିସିଲ୍ ଗିଳି ଦେଇଥିବା ସେହି ୪ ବର୍ଷ ଶିଶୁକୁ ଶନିବାର-ରବିବାର ମଧ୍ୟରାତ୍ରୀରେ ଦିଲ୍ଲୀ ଏମ୍ସ ମେଡ଼ିକାଲ ଠାରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ଭୋର ପାଞ୍ଚଟା ସମୟରେ ଅପରେସନ୍ କରାଯାଇଥିଲା। ଅପରେସନ୍ ପାଇଁ, ଏକ ଏଣ୍ଡୋସ୍କୋପ୍ ରହିଥିବା କ୍ୟାମେରା, ଆଲୋକ, ଅକ୍ସିଜେନ ନେବା ପାଇଁ ଏକ ଟ୍ୟୁବ୍, ଶ୍ୱାସ ନଳୀରେ ଅଟକି ରହିଥିବା ହ୍ୱିସିଲ୍ ବାହାର କରିବା ପାଇଁ ଆବଶ୍ୟକ ହେଉଥିବା ମେଡ଼ିକାଲ ଉପକରଣ, ଏପରି ଭାବରେ ମୋଟ ଚାରୋଟି ଜିନିଷ ବ୍ୟବହାର ହୋଇଥିଲା।


ଛୋଟ ପିଲାଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ଅନେକ ଜିନିଷ 
ଡାକ୍ତରଙ୍କ ମତରେ, କିଛି ଜିନିଷ ଛୋଟ ପିଲାଙ୍କ ପାଇଁ ସାଂଘାତିକ ପ୍ରମାଣିତ ହୋଇପାରେ। ଯେପରିକି କଦଳୀ, ବାଦାମ, ସାର୍ଟ ବଟନ୍, ସୁରକ୍ଷା ପିନ, ଚୀନ ନିର୍ମିତ ଖେଳନା ବ୍ୟାଟେରୀ, ହେୟାର ପିନ ଏବଂ ମାଳିର ମୋତି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଖେଳନା ବ୍ୟାଟେରୀ ଛୋଟ ପିଲାଙ୍କ ପାଇଁ ସବୁଠାରୁ ଅଧିକ ବିପଜ୍ଜନକ। ଯଦି ବ୍ୟାଟେରୀ ଶ୍ୱାସନଳୀ ଭିତରକୁ ଚାଲିଯାଏ, ତାହେଲେ  ସମାପ୍ତ ବ୍ୟାଟେରୀ ଭିତରେ ଏତେ ପରିମାଣରେ ବିଦ୍ୟୁତ ରହିଥାଏ ଯେ ଯାହା ଶ୍ୱାସନଳୀକୁ ପୋଡିଦିଏ ଏବଂ ଖାଦ୍ୟ ନଳୀ ପାଖରେ ପହଞ୍ଚି ଉଭୟ ନଳୀକୁ ଏକାଠି କରି ଦେଇଥାଏ। 


ପ୍ରତିବର୍ଷ ଏମ୍ସ ମେଡ଼ିକାଲ ଠାରେ ପହଞ୍ଚିଥାନ୍ତି ୧୦୦ ପିଲା 
ଦିଲ୍ଲୀ ଏମ୍ସ ମେଡ଼ିକାଲ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପ୍ରତିବର୍ଷ ହାରାହାରି ୧୦୦ ଜଣ ପିଲା ଚିକିତ୍ସିତ ହେବା ପାଇଁ ଆସିଥାନ୍ତି। ଯେଉଁମାନେ କିଛି ନା କିଛି ଜିନିଷ ଗଳି ଦେଇଥାନ୍ତି। ଏପରି ପିଲାଙ୍କୁ ପ୍ରାୟତଃ ଏମରଜେନ୍ସି ୱାର୍ଡ ଠାରେ ଭର୍ତ୍ତି କରାଯାଇଥାଏ। ଏଭଳି ପରିସ୍ଥିତି ଜୀବନ ପ୍ରତି ବିପଦଜ୍ଜନକ ହୋଇପାରେ। ଛୋଟ ପିଲାଙ୍କୁ ସାଧାରଣତ କାଜୁଆଲିଟି ୱାର୍ଡ ଠାରୁ ଅପରେସନ୍ ଥିଏଟର ପର୍ଯ୍ୟନ୍ତ ନିଆଯାଏ। ଅପରେସନ୍ ଥିଏଟର ଠାରେ ପହଞ୍ଚିବା ପରେ ଚିକିତ୍ସିତ ହେବାକୁ ଆସିଥିବା ସମସ୍ତ ଛୋଟ ପିଲାଙ୍କ ଚିକିତ୍ସା ସଫଳ ହୋଇଥାଏ।