Odia YouTuber Untalented Guy Arrest:  ପୋଲିସ୍ ଜାଲରେ ଓଡି଼ଆ  ୟୁଟୁବର  ‘ଅନଟାଲେଣ୍ଟେଡ଼ ଗାଏ’ (Untalented Guy) । ସୋସିଆଲ ମିଡିଆରେ  ଅଶ୍ଲୀଳ ଭାଷା ବ୍ୟବହାର କରି କରି ଅନେକ ରିଲ୍ସ ଆଉ ଭିଡିଓ କରୁଥିଲା । ଆଉ ସେଥିରୁ ମଧ୍ୟ କୋଟି କୋଟି ଟଙ୍କା ରୋଜଗାର କରୁଥିଲା। କିନ୍ତୁ ଜଣେ ଫଲୋର୍ସଙ୍କୁ କମେଣ୍ଟକୁ କେନ୍ଦ୍ର କରି ୟୁଟୁବର ଗୁଳି ଚଳାଇଥିବା (firing case) ଅଭିଯୋଗ ହୋଇଛି। ଯାହାକୁ ନେଇ ଏବେ ଆଇନର ଜାଲରେ ଫସିଛନ୍ତି ଓଡି଼ଆ  ୟୁଟୁବର ‘ଅନଟାଲେଣ୍ଟେଡ଼ ଗାଏ’  ଓ ତାଙ୍କ ସହଯୋଗୀ ।  ‘ଅନଟାଲେଣ୍ଟଡ୍ ଗାଏ’ ୟୁଟୁବ୍ ସାଇଟର ମୁଖ୍ୟ ତଥା ମୁଖ୍ୟ ଅଭିଯୁକ୍ତ ଉଦିତ ନାୟକ ଓ ତା’ର ୫ ଜଣ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ୍ (Odia YouTuber Untalented Guy Arrest) । ଏବଂ ସେମାନଙ୍କ ଠାରୁ ଦୁଇଟି  ପିସ୍ତଲ, ସାତଟିଫୋନ ଓ ଦୁଇଟି ମଟର ସାଇକେଲ ଜବତ କରିଛି । ଏବଂ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ବାଲେଶ୍ବର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ରେମୁଣା ଗୋଲେଇ ନିକଟରେ ଏହି ଗୁଳିକାଣ୍ଡ ଘଟିଛି।


COMMERCIAL BREAK
SCROLL TO CONTINUE READING


କଣ ରହିଛି ପୂରା ଘଟଣାକ୍ରମ ଜାଣନ୍ତୁ:


ସୂଚନା ଅନୁସାରେ ଗତ କିଛି ଦିନ ତଳେ, ‘ଅନଟାଲେଣ୍ଟଡ୍ ଗଏ’ ଓରଫ  ଉଦିତ ନାୟକ  ନିଜର ୟୁଟୁବ ସାଇଟରେ ଏକ ଭିଡିଓ ପୋଷ୍ଟ କରିଥିଲେ। ପରେ ଏହି ଭିଡିଓରେ ଜଣେ ଫଲୋର୍ସ ତାଙ୍କୁ କମେଣ୍ଟ କରିଥିଲେ। ଯାହାକୁ ନେଇ ଆରମ୍ଭ ହୋଇଥିଲା ବିବାଦ ।  ପରେ ଏହି ଘଟଣାକୁ ନେଇ ୟୁଟୁବର ରାଗି ଯାଇଥିଲେ। ଏବଂ ପ୍ରତିଶୋଧ ନେବାକୁ ଯୋଜନା କରିଥିଲେ। ପରେ  କମେଣ୍ଟ ମାରିଥିବା ଯୁବକଙ୍କ ଗାଁ ପାଖକୁ ଯାଇଥିଲେ ଉଦିତ ଓ ତା’ର ୫ ଜଣ ସହଯୋଗୀ । ପରେ, ୟୁଟୁବର ଉଦିତ ଓ ତାଙ୍କ ସହଯୋଗୀ ମନ୍ଦାରପୁରର ପିଙ୍କୁ ଦାସ ଓ ନିଆବାଗର ଅମିତ୍ କୁମାର ଦାସ  ମାଡପିଟ୍ କରିବା ସହ ଗୁଳି ଚଳାଇଥିଲେ। ଫଳରେ ଘଟଣାସ୍ଥଳରେ ଗୁରୁତର ହୋଇପଡିଥିଲେ ଉଭୟେ । ଗୁଳିମାଡର ଶଦ୍ଧ ଶୁଣି ସ୍ଥାନୀୟ ଲୋକେ ଧାଇଁ ଆସିଥିଲେ। ଏବଂ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତୀ କରିଥିଲେ। ଉଭୟଙ୍କ ଅବସ୍ଥା ଏବେ ସ୍ଥିର ଥିବା ସୂଚନା ମିଳିଛି । 


Also Read: Marriage Surprize: ପତ୍ନୀଙ୍କୁ ସରପ୍ରାଇଜ୍ ଦେବାକୁ ଘରକୁ ଯାଉଥିଲେ, ଶବ ହୋଇ ଲୁହ ଦେଲେ


Also Read: Ashish Vidyarthi Net Worth : କେତେ କୋଟିର ମାଲିକ ଆଶିଷ ବିଦ୍ୟାର୍ଥୀ? ସେ ଅଧିକ ଧନୀ ନା ତାଙ୍କ ସ୍ତ୍ରୀ ରୂପାଲୀ


ସେପଟେ , ଗୁଳିକାଣ୍ତ ଘଟାଇ ସ୍ଥାନୀୟ ଅଞ୍ଚଳରୁ ଚମ୍ପଟ ମାରିଥିଲେ ଉଦିତ  ଓ ତା’ର ୫ ଜଣ ସହଯୋଗୀ । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଫେରାର ଥିବା ଅଭିଯୁକ୍ତଙ୍କୁ ଗିରଫ କରିଛି ।  ଅଭିଯୁକ୍ତ ଙ୍କୁ ଗିରଫ ପାଇଁ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲେ ବାଲେଶ୍ବର ଏସପି। ଅଭିଯୁକ୍ତ ଉଦିତ ନାୟକ ‘ଅନଟାଲେଣ୍ଟଡ୍ ଗଏ’ ନାମକ ୟୁଟୁବ ସାଇଟରେ ଅଶ୍ଳିଳ ଭାଷାରେ ପୋଷ୍ଟିଂ ଭିଡିଓ ପ୍ରସ୍ତୁତ କରି ବିପୁଳ ଅର୍ଥ ଉପାର୍ଜନ କରୁଥିଲା । ସେ ପୂର୍ବରୁ ଏକ ହତ୍ୟା ଘଟଣାରେ ଅଭିଯୁକ୍ତ ରହିଥିବା ପୋଲିସ କହିଛି। ସେହିପରି ଉଦିତର ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିବା ସହ ‘ଅନଟାଲେଣ୍ଟଡ୍ ଗଏ’ ୟୁଟୁବ ସାଇଟକୁ ବନ୍ଦ କରିବାକୁ ପୋଲିସ୍ ୟୁଟୁବକୁ ଚିଠି କରିଛି। ଏହି ଘଟଣାରେ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ବାଲେଶ୍ବର ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି।