Anju Nasrullah Love Story:ପ୍ରେମ ପାଇଁ ସୀମା ଡେଇଁଲେ ଅଞ୍ଜୁ,ଫେସବୁକ୍ ପ୍ରେମୀକଙ୍କ ପାଇଁ ଭାରତ ଛାଡ଼ି ଏବେ ପାକିସ୍ତାନରେ..
Anju Nasrullah Love Story: ଏବେ ଦେଶରେ ପାକିସ୍ତାନୀ ମହିଳା(Pakistani Woman) ସୀମା ହାଇଦର(Seema Haider)ଙ୍କ ବିବାଦ ଥମି ନଥିବା ବେଳେ ଅଞ୍ଜୁ ନାମ୍ନୀ ଜଣେ ଭାରତୀୟ ପ୍ରେମ ପାଗେଳୀନିଙ୍କ ଚର୍ଚ୍ଚା ଜୋର ଧରିଛି ।ରାଜସ୍ଥାନର ଭିୱାଡିରେ ରହୁଥିବା ଜଣେ ୩୫ ବର୍ଷିୟ ମହିଳା ଅଞ୍ଜୁ ନିଜ ଫେସବୁକ୍ ପ୍ରେମିକ ନସରୁଲ୍ଲାହଙ୍କ ପ୍ରେମରେ ପଡି ଭାରତ ଛାଡ଼ି ପାକିସ୍ତାନ ପଳାଇଛନ୍ତି।
Sima Haider case repeat: ଭାରତୀୟ ଯୁବକ ସଚିନଙ୍କ ପ୍ରେମରେ ପାଗଳ ହୋଇ ଯେପରି ପାକିସ୍ତାନୀ ମହିଳା ନିଜ ୪ ସନ୍ତାନଙ୍କୁ ଧରି ଭାରତକୁ ଚାଲି ଆସିଛନ୍ତି ସେହିପରି ଏବେ ଜଣେ ଭାରତୀୟ ମହିଳା ପାକିସ୍ତାନୀ ଯୁବକଙ୍କ ପ୍ରେମରେ ପଡ଼ି ଭାରତ ଛାଡ଼ି ପହଞ୍ଚିଛନ୍ତି ପାକିସ୍ତାନରେ ।ଏବେ ଦେଶରେ ପାକିସ୍ତାନୀ ମହିଳା(Pakistani Woman) ସୀମା ହାଇଦର(Seema Haider)ଙ୍କ ବିବାଦ ଥମି ନଥିବା ବେଳେ ଅଞ୍ଜୁ ନାମ୍ନୀ ଜଣେ ଭାରତୀୟ ପ୍ରେମ ପାଗେଳୀନିଙ୍କ ଚର୍ଚ୍ଚା ଜୋର ଧରିଛି ।
ରାଜସ୍ଥାନର ଭିୱାଡିରେ ରହୁଥିବା ଜଣେ ୩୫ ବର୍ଷିୟ ମହିଳା ଅଞ୍ଜୁ ନିଜ ଫେସବୁକ୍ ପ୍ରେମିକ ନସରୁଲ୍ଲାହଙ୍କ ପ୍ରେମରେ ପଡି ଭାରତ ଛାଡ଼ି ପାକିସ୍ତାନ ପଳାଇଛନ୍ତି। ଅଞ୍ଜୁ ଏବେ ପାକିସ୍ତାନର ଖୈବର ପଙ୍ଖତୁନଖ୍ୱାରେ ଥିବା କହିଛି ପୋଲିସ୍ । ସେଠାରେ ମେଡିସିନ ରିପ୍ରେଜେଣ୍ଟେଟିଭ୍ ଥିବା ନସରୁଲ୍ଲାହଙ୍କ ସହ ରହିବା ପାଇଁ ଅଞ୍ଜୁ ସ୍ଥିର କରିଛନ୍ତି । ତେବେ ଅଞ୍ଜୁ(Anju) ପାକିସ୍ତାନ ଯିବା ପାଇଁ ମେ ୪ରେ ପାକିସ୍ତାନୀ ଭିସା କରାଇଥିଲେ। ଏହି ଭିସାର ଅବଧି ୯୦ ଦିନ ରହିଥିବା ବେଳେ ସେ ୱାଘା ବର୍ଡର ଦେଇ ପାକିସ୍ତାନରେ ପ୍ରବେଶ କରିଥିବା ଜଣାପଡ଼ିଛି ।
ଲାହୋରରେ(Lahore) ପହଞ୍ଚିବା ପରେ ସେ ତାଙ୍କ ସ୍ୱାମୀ (ଅରବିନ୍ଦ) ଙ୍କୁ ଜଣାଇଥିଲେ ଯେ ସେ ଜଣେ ବନ୍ଧୁଙ୍କୁ ଭେଟିବା ପାଇଁ ଲାହୋର ଯାଇଛନ୍ତି ଏବଂ ତିନି ଚାରି ଦିନ ମଧ୍ୟରେ ସେ ଭାରତ ଫେରି ଆସିବା ନେଇ ମଧ୍ୟ ଜଣାଇଥିଲେ। ମାତ୍ର ପରବର୍ତ୍ତୀ ମୂହୁର୍ତ୍ତ ତାଙ୍କ ସ୍ୱାମୀ ଅରବିନ୍ଦ ଗଣମାଧ୍ୟମ ଦ୍ୱାରା ଜାଣିବାକୁ ପାଇଥିଲେ ଯେ ଅଞ୍ଜୁ ତାଙ୍କ ପ୍ରେମିକଙ୍କୁ ଭେଟିବା ପାଇଁ ସୀମା ପାର ହୋଇ ପାକିସ୍ତାନ ଚାଲି ଯାଇଛନ୍ତି । ଏହି ଦମ୍ପତିଙ୍କର ୧୫ ବର୍ଷର ଏକ ଝିଅ ଏବଂ ଏକ ପାଞ୍ଚ ବର୍ଷର ଏକ ପୁଅ ମଧ୍ୟ ଅଛି ।
ଅଞ୍ଜୁଙ୍କ ସ୍ୱାମୀ ଅରବିନ୍ଦ ଆହୁରି ମଧ୍ୟ କହିଛନ୍ତି ଯେ ସେ ପାକିସ୍ତାନରେ ନାସରୁଲ୍ଲା ନାମକ ଜଣେ ବ୍ୟକ୍ତିଙ୍କୁ ଭେଟିବାକୁ ଯାଇଛନ୍ତି ବୋଲି ତାଙ୍କର କୌଣସି ଧାରଣା ନଥିଲା। ସେ କହିଛନ୍ତି ଯେ ବିଦେଶରେ ଚାକିରି ପାଇଁ ଆବେଦନ କରିବାକୁ ଚାହୁଁଥିବାରୁ ୨୦୨୦ ସେ ପାସପୋର୍ଟ ତିଆରି କରିଥିଲେ। ସେ କହିଛନ୍ତି ଯେ ଏହାପୂର୍ବରୁ ସେ କେବେ ସହରରୁ ମଧ୍ୟ ବାହାରି ନଥିଲେ।
ଅଞ୍ଜୁ ୨୦୦୭ରେ ବିବାହ କରିଥିଲେ-
ଖବର ଅନୁଯାୟୀ, ଅଞ୍ଜୁ ଉତ୍ତରପ୍ରଦେଶର କୈଲୋର ଗ୍ରାମରେ ଜନ୍ମଗ୍ରହଣ କରି ରାଜସ୍ଥାନର ଅଲୱାର ଜିଲ୍ଲାରେ ବିବାହ କରି ରହୁଥିଲେ। ସେ ତିନି ଦିନ ପୂର୍ବରୁ ଲାହୋରରେ ପହଞ୍ଚି ବର୍ତ୍ତମାନ ସେ ପାକିସ୍ତାନର ଖାଇବର ପାଖ୍ଟଖନ୍ୱା ର ଉପର ଦିର ଜିଲ୍ଲାରେ ଅଛନ୍ତି। ଅରବିନ୍ଦ ୨୦୦୫ ମସିହାରୁ ଭବାଡିରେ କାମ କରୁଛନ୍ତି ଏବଂ ୨୦୦୭ ରେ ଅଞ୍ଜୁଙ୍କୁ ବିବାହ କରିଥିଲେ। ଅଞ୍ଜୁ ଏକ ଘରୋଇ ସଂସ୍ଥାରେ ମଧ୍ୟ ନିଯୁକ୍ତି ପାଇ ସେଠାରେ କାମ କରୁଥିଲେ ।
ତେବେ ପାକିସ୍ତାନରେ ପହଞ୍ଚିବା ପରେ ଅଞ୍ଜୁ ପ୍ରଥମେ ପୋଲିସ୍ ହେପାଜତରେ ଥିଲେ । ସମସ୍ତ ଡକ୍ୟୁମେଣ୍ଟ୍ ଯାଞ୍ଚ ହେବା ପରେ ତାଙ୍କୁ ରିଲିଜ୍ କରାଯାଇଥିଲା।
Also Read: Mansoon Session: ଅଜିବ ହରକତ୍ କରି ବିଦା ହେଲେ ଆପ୍ ସାଂସଦ