Mansoon Session: ଅଜିବ ହରକତ୍ କରି ବିଦା ହେଲେ ଆପ୍ ସାଂସଦ
Advertisement
Article Detail0/zeeodisha/odisha1793471

Mansoon Session: ଅଜିବ ହରକତ୍ କରି ବିଦା ହେଲେ ଆପ୍ ସାଂସଦ

Parliament Mansoon Session: ଆମ୍ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂଙ୍କୁ ସମଗ୍ର ମୌସୁମୀ ଅଧିବେଶନ(Mansoon Session) ପାଇଁ ରାଜ୍ୟସଭାରୁ ନିଲମ୍ବିତ କରାଯାଇଛି। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ୍ ଧନଖଡ଼(Jagdeep Dhankhad) ଆଜି ଏହା ଘୋଷଣା କରିଛନ୍ତି। 

ସାଙ୍କେତିକ ଫଟୋ: Aap MP Suspended from Rajya sabha

Mansoon Session: ଅଜିବ ହରକତ୍ କରି ବିଦା ହେଲେ ଆପ୍ ସାଂସଦ ଆମ୍ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂଙ୍କୁ ସମଗ୍ର ମୌସୁମୀ ଅଧିବେଶନ(Mansoon Session) ପାଇଁ ରାଜ୍ୟସଭାରୁ ନିଲମ୍ବିତ କରାଯାଇଛି। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ୍ ଧନଖଡ଼(Jagdeep Dhankhad) ଆଜି ଏହା ଘୋଷଣା କରିଛନ୍ତି। ଗୃହ କାର୍ଯ୍ୟ ଚାଲିଥିବା ବେଳେ ସାଂସଦମାନଙ୍କର ପ୍ରଶ୍ନତ୍ତୋର ସମୟରେ ଆପ୍ ସାଂସଦ ସଞ୍ଜୟ ସିଂ(sanjay Singh) ଅଧ୍ୟକ୍ଷଙ୍କ ଆସନ ସାମ୍ନାରେ ଉଚ୍ଚ ସ୍ୱରରେ ନିଜ ପ୍ରଶ୍ନ ରଖିବା ସହ ଗୃହର ନିୟମ ଭଙ୍ଗ କରିଥିବା ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି।  ସେ ସିଟ୍ ଆଡ଼କୁ ହାତ କରି ଉଚ୍ଚ ଆବାଜରେ କିଛି କହିବା ସମୟରେ ଚେୟାରମ୍ୟାନ୍ ଜଗଦୀପ ଧନଖଡ଼ ତାଙ୍କୁ ତାଙ୍କ ଆସନରେ ବସିବାକୁ କହିଥିଲେ।

ମାତ୍ର ସାଂସଦ ଅଧ୍ୟକ୍ଷ ସଞ୍ଜୟ ସିଂ ଅଧ୍ୟକ୍ଷଙ୍କ କଥା ଅବମାନନା କରିବା ସହ ନିଜ ସ୍ଥାନକୁ ଆସିନଥିଲେ ।ସେହି ସମୟରେ ରାଜ୍ୟସଭାର ଅନ୍ୟ ସଦସ୍ୟମାନେ ଏହାକୁ ବିରୋଧ କରି ସହ ସଞ୍ଜୟ ସିଂଙ୍କୁ ଗୃହରୁ ନିଲମ୍ବିତ କରିବାକୁ ଭଏସ୍ ଭୋଟ ଦେଇଥିଲେ । ଏହି ପ୍ରସ୍ତାବ ପରେ ଚେୟାରମ୍ୟାନ୍ କହିଛନ୍ତି ଯେ ସଭା ବିରୋଧରେ ନିୟମ ଉଲ୍ଲଂଘନ କରିଥିବାରୁ ମୌସୁମୀ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ସଞ୍ଜୟ ସିଂଙ୍କୁ ନିଲମ୍ବିତ କରାଯାଇଛି। ଏହା ପରେ ଅଧ୍ୟକ୍ଷ ଗୃହର ପ୍ରକ୍ରିୟାକୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ।

ତେବେ ଏ ନେଇ ସାଂସଦ ପିୟୁସ୍ ଗୋୟଲ କହିଛନ୍ତି ଯେ ସଞ୍ଜୟ ସିଂଙ୍କ ଏଭଳି କାର୍ଯ୍ୟ ଠିକ ନୁହେଁ। ଏହା ଗୃହର ନିୟମ ବିରୁଦ୍ଧ ଅଟେ। ସେ କହିଛନ୍ତି ଯେ ମୁଁ ଅଧ୍ୟକ୍ଷଙ୍କୁ ସଞ୍ଜୟ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରୁଛି। ସଞ୍ଜୟ ସିଂଙ୍କୁ ନିଲମ୍ବନ ପାଇଁ ସରକାର ଏକ ପ୍ରସ୍ତାବ ଘୁଞ୍ଚାଇ ଦେଇଛନ୍ତି ଯେ ତାଙ୍କୁ ସମଗ୍ର ମୌସୁମୀ ଅଧିବେଶନ ପାଇଁ ନିଲମ୍ବନ କରାଯାଉ। ଏହା ଉପରେ ଅଧ୍ୟକ୍ଷ କହିଛନ୍ତି ଯେ ଆପଣ ଏକ ରିଜୋଲ୍ୟୁସନ ଆଣିବା ଉଚିତ୍। ଏହା ଉପରେ ଗୋୟଲ କହିଛନ୍ତି ଯେ ସେ ଏକ ପ୍ରସ୍ତାବ ଆଣିଛନ୍ତି ଯେ ସଞ୍ଜୟ ସିଂଙ୍କୁ ସମଗ୍ର ମୌସୁମୀ ଅଧିବେଶନ ପାଇଁ ନିଲମ୍ବିତ କରାଯାଉ।

AAP ସାଂସଦମାନେ ଏହାକୁ ବିରୋଧ କରିଥିଲେ-

ତେବେ ଅଧ୍ୟକ୍ଷଙ୍କର ଏହି ନିଷ୍ପତ୍ତି ପରେ ଆପ୍ ନେତା ବା ତାଙ୍କ ସହଯୋଗୀମାନେ ଏହାକୁ ବିରୋଧ କରିଥିଲେ ।ସମଗ୍ର ଅଧିବେଶନ ପାଇଁ ସଞ୍ଜୟ ସିଂଙ୍କୁ ନିଲମ୍ବନ କରିବାର ନିଷ୍ପତ୍ତି ଘୋଷଣା ହେବା ମାତ୍ରେ ଆପ୍ ନେତାଙ୍କ ବିରୋଧାଭାସ ଆରମ୍ଭ ହୋଇଯାଇଥିଲା।

Also Read: Twitter Logo: ଟ୍ୱିଟରରେ ୟୁଜର୍ସଙ୍କ ପାଇଁ ବଡ଼ ଖବର, ଉଡ଼ିଯିବ ନୀଳ ପକ୍ଷୀ..

Rapido Driver Arrest: 'ମୁଁ ପଛରେ ବସିଥିଲି, ତା’ପରେ ରାପିଡୋ ଡ୍ରାଇଭର ଗୋଟିଏ ହାତରେ ....', ମହିଳାଙ୍କ ଅଭିଯୋଗ ପରେ ଯୁବକ ଗିରଫ୍