Draft DPDP Rules: ପିତାମାତା ହଁ କହିଲେ ହିଁ ସୋସିଆଲ ମିଡିଆ ଚଲାଇ ପାରିବେ ଛୁଆ, ଆସିଲା ନୂଆ ଗାଇଡଲାଇନ
Draft DPDP Rules: ପିଲାଙ୍କ ସୋସିସିଆଲ ମିଡିଆ ବ୍ୟବହାରକୁ ଦୃଷ୍ଟିରେ ରଖି ନୂଆ ଡ୍ରାଫ୍ଟ ବା ଚିଠା ଆଇନ୍ ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର। ଏହି ଅନୁସାରେ, ୧୮ ବର୍ଷରୁ କମ୍ ବୟସର ପିଲାମାନେ ସୋସିଆଲ୍ ମିଡିଆ ଆକାଉଣ୍ଟ ଖୋଲିବା ପୂର୍ବରୁ ସେମାନଙ୍କ ପିତାମାତାଙ୍କ ସହମତି ଜରୁରୀ।
Draft DPDP Rules: ପିଲାଙ୍କ ସୋସିସିଆଲ ମିଡିଆ ବ୍ୟବହାରକୁ ଦୃଷ୍ଟିରେ ରଖି ନୂଆ ଡ୍ରାଫ୍ଟ ବା ଚିଠା ଆଇନ୍ ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର। ଏହି ଅନୁସାରେ, ୧୮ ବର୍ଷରୁ କମ୍ ବୟସର ପିଲାମାନେ ସୋସିଆଲ୍ ମିଡିଆ ଆକାଉଣ୍ଟ ଖୋଲିବା ପୂର୍ବରୁ ସେମାନଙ୍କ ପିତାମାତାଙ୍କ ସହମତି ଜରୁରୀ। ଡିଜିଟାଲ୍ ପର୍ସନାଲ୍ ଡାଟା ପ୍ରୋଟେକ୍ସନ୍ ୨୦୨୩ ଅଧିକ ଏହି ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଥିବା ଶୁକ୍ରବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ବିଜ୍ଞପ୍ତି ଜାରୁ କରି କହିଛି। ଏହି ଚିଠା ଆଇନ୍ ଉପରେ ଜନସାଧାରଣ ସେମାନଙ୍କ ଆପତ୍ତି ଏବଂ ପରାମର୍ଷ ମାଇଗଭ୍ ଡଟ୍ ଇନ୍ ଓ୍ବେବସାଇଟ୍ ଯୋଗେ ଦେଇପାରିବେ।
ଫେବୃଆରୀ ୧୮ ପରେ ଲୋକଙ୍କ ପରାମର୍ଶ ଉପରେ ବିଚାର କରାଯିବ। ଡ୍ରାଫ୍ଟ ଆଇନରେ ପିଲା ଏବଂ ଦିବ୍ୟାଙ୍ଗଙ୍କ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଲାଗି କଡା ବ୍ୟବସ୍ଥା କରାଯାଇଛି। ଏହା ଅନୁସାରେ, କମ୍ପାନୀ ଗୁଡିକ ବ୍ୟକ୍ତିଗତ ଡାଟା ଟ୍ରାନ୍ସଫର କରିବା ଲାଗି ସରକାରଙ୍କ ଅନୁମତି ଲୋଡିବେ। ଡାଟା ଫିଡୁସିଆରିଜ୍ ( ବ୍ୟକ୍ତିଗତ ତଥ୍ୟ ପ୍ରକ୍ରିୟାକରଣର ଉଦ୍ଦେଶ୍ୟ ଏବଂ ମାଧ୍ୟମ ନିର୍ଣ୍ଣୟ କରୁଥିବା କୌଣସି ବ୍ୟକ୍ତି ବା ବ୍ୟକ୍ତି ସମୁହ) ବ୍ୟକ୍ତିଗତ ତଥ୍ୟକୁ କୌଣସି ପ୍ରକାରରେ ପ୍ରୋସେସିଂ କରାଇବା ପୂର୍ବରୁ ସମ୍ପୃକ୍ତ ନାବାଳକ ବା ନାବାଳିକାଙ୍କ ଆକାଉଣ୍ଟଧାରୀଙ୍କ ପିତାମାତାଙ୍କ ଅଭିଭାବକଙ୍କ ଅନୁମତି ନେବେ। କନସେଣ୍ଟ ବା ସହମତି ଭେରିଫାଏ କରିବା ପାଇଁ ଫିଡୁସିଆରିମାନେ ସରକାରଙ୍କ ଦ୍ବାରା ଜାରି ହୋଇଥିବା ପରିଚୟ ପତ୍ର ଯେପରିକି ଡିଜି ଲକର ସହ ଲିଙ୍କ୍ ହୋଇଥିବା ଆଇଡି କିମ୍ବା ଡିଜିଟାଲ୍ ଆଇଡେଣ୍ଟିଟି ଟୋକନ୍ ବ୍ୟବହାର କରିବା ବାଧ୍ୟତାମୂଳକ। ତେବେ, ଶିକ୍ଷାନୁଷ୍ଠାନ ଏବଂ ଶିଶୁ ମଙ୍ଗଳ ଅଧିକାରୀ ସଂସ୍ଥା ଗୁଡିକର ଏହି ଆଇନରୁ କିଛି ମାତ୍ରାରେ ଛାଡ ମିଳିପାରେ।
ଅତିରିକ୍ତ ଭାବେ ଏହି ଆଇନ୍ ପିଲାଙ୍କ ଡାଟା ସୁରକ୍ଷିତ ରଖିବା ଲାଗି ଉପଭୋକ୍ତାଙ୍କ ଅଧିକାର ପରିସର ବଢାଯାଉଛି। ଯେପରିକି ଉପଭୋକ୍ତାମାନେ ସେମାନଙ୍କ ଡାଟା ଡିଲେଟ୍ କରିବାକୁ କହିପାରିବେ। ଏବଂ ଡାଟା ବ୍ୟବହାର କରିବା ପଛର କାରଣ ମଧ୍ୟ କମ୍ପାନୀକୁ ପଚାରିବେ। ଏହାଦ୍ବାରା ଉପଭୋକ୍ତାଙ୍କ ଡାଟା ବ୍ୟବହାରରେ ସ୍ପଷ୍ଟତା ରହିପାରିବ। ଆଇନ ଇଲଘଂନ କଲେ ଡାଟା ଫିଡୁସିଆରିଜମାନଙ୍କ ପାଇଁ ୨୫୦ କୋଟି ପର୍ଯ୍ୟନ୍ତର ଜରିମାନା ଧାର୍ଯ୍ୟ କରାଯାଇଛି। ଏହି ଚିଠା ଆଇନ୍ ପ୍ରତ୍ୟକଙ୍କ ପାଇଁ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶାବଳୀ ସ୍ଥିର କରି ଇ-କର୍ମସ ସଂସ୍ଥା, ଅନଲାଇନ୍ ଗେମ୍ ଇଣ୍ଟରମିଡିଆରିଜ୍ , ସୋସିଆଲ୍ ମିଡିଆ ମଧ୍ୟସ୍ଥି ସମେତ ଡିଜିଟାଲ୍ ଇଷ୍ଟରମିଡିଆରିଜ୍ ବା ମଧ୍ୟସ୍ଥିଙ୍କୁ ପରିଭାଷିତ କରିବ। ପ୍ରତ୍ୟକଙ୍କ ପାଇଁ ସ୍ବତନ୍ତ୍ର ମାର୍ଗଦର୍ଶିକା ରହିବ।