Weather Update: ତାତିରୁ ମିଳିଲା ତ୍ରାହି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଛି (Southwest Monsoon Enters Odisha)। ଅସହ୍ୟ ଗରମରୁ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ମିଳିଛି। ଗୁରୁବାର ଦିନ ରାଜ୍ୟର ମାଲକାନଗିରି ସହ କୋରାପୁଟ ଓ ଗଜପତି ଜିଲ୍ଲାର କେତେକ ଭାଗରେ ମୌସୁମୀ ପ୍ରବେଶ କରିଛି। ତେବେ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି । ଆସନ୍ତା ଦୁଇ ଦିନ ମଧ୍ୟରେ ସାରା ଓଡି଼ଶାକୁ ମୌସୁମୀ ବାୟୁ ଛୁଇଁବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି (IMD)। ଗତକାଲି(ଗୁରୁବାର) ରାଜଧାନୀ ଭୁବନେଶ୍ୱରରେ  ୯୦.୪ ମିମି ବର୍ଷା ରେକର୍ଡ କରାଯାଇଛି । ଏହାସହ କଟକରେ ମଧ୍ୟ ବର୍ଷା ହୋଇଛି। ଭୁବନେଶ୍ୱରର ଓଲ୍ଡ ଟାଉନ୍‌‌, ଏୟାରପୋର୍ଟ,ଖଣ୍ଡଗିରି ଅଞ୍ଚଳରେ ବର୍ଷା ହୋଇଥିବା ବେଳେ ମାଉସୀମା ମନ୍ଦିର ଅଞ୍ଚଳ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମା ହୋଇଥିଲା। କଟକର ଅନେକ ସ୍ଥାନରେ ଘଡଘଡି ସହ ବର୍ଷା ହୋଇଛି।


COMMERCIAL BREAK
SCROLL TO CONTINUE READING

Also Read: Rath Yatra 2023: ଜନ୍ମବେଦୀରେ ତିନି ଠାକୁର, ଆଜିଠୁ ଭକ୍ତଙ୍କୁ ମିଳିବ ଆଡ଼ପ ଅବଢା


Also Read: Mangal Gochar 2023: ସିଂହ ରାଶିକୁ ଚଳନ କରିବେ ମଙ୍ଗଳ , ସତର୍କ ରୁହନ୍ତୁ ଏହି ୫ଟି ରାଶିର ଲୋକେ!


 



ଆଜି ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଗଞ୍ଜାମ ଓ କନ୍ଧମାଳରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି।  ଏହା ସହ ଆଉ କେତେକ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ମୌସୁମୀର ଆଗମନକୁ ଲକ୍ଷ୍ୟ ରଖି ଚାଷୀ ଭାଇମାନଙ୍କୁ ଚାଷ କାର୍ଯ୍ୟ ଆରମ୍ଭ ପାଇଁ ସୂଚନା ଜାରି କରାଯାଇଛି । ଆଗାମୀ ୫ ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମାଧ୍ୟମ ଧରଣର ବର୍ଷା ସହ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ମଧ୍ୟ ରହିଛି। ରାଜ୍ୟରେ ଆଗାମୀ ୫ ଦିନ ଯାଏଁ ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜିଠାରୁ ୨୮ ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ୪ ଜିଲ୍ଲାରେ ଅତି ପ୍ରବଳ ଓ ୧୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ କହିଛି । ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲା ଗୁଡ଼ିକ ହେଲା, ଖୋର୍ଦ୍ଧା, ପୁରୀ,ଗଞ୍ଜାମ ଓ ଗଜପତି । ଏହି ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ସମ୍ଭାବନା ରହିଛି ।


ତେବେ, ଆମେ ଏଠାରେ ଆପଣଙ୍କୁ କହି ରଖିବୁ ଯେ, ଚଳିତ ଥର ଖରା ଦିର୍ଘ ୪୦ ବର୍ଷର ରେକର୍ଡ ଭାଙ୍ଗିଥିଲା ।  ଖରାର ପ୍ରକୋପରୁ ରକ୍ଷା ପାଇବା ପାଇଁ ଲୋକେ ଜରୁରୀ କାମ ନଥିଲେ ଘରୁ ବାହାରୁ ନାହାଁନ୍ତି । ସକାଳ ୮ଟା ପରଠୁ ରାସ୍ତା ଖାଁ ଖାଁ ଲାଗୁଛି। ଘରୁ ପଦାକୁ ଯିବା ସମୟରେ ଲୋକେ ମୁଣ୍ତରେ ଗାମୁଛା, କଳା ଚଷମା, ଟୋପି ଆଦି ବ୍ୟବହାର କରୁଛନ୍ତି। ଥଣ୍ତା ପାଣି ଓ ସରବତ ପିଇବା ପାଇଁ ଲୋକେ ଲସି ଦୋକାନରେ ଭିଡ ଜମାଉଛନ୍ତି। ଆଉ କେତେକ ଲୋକେ ଗଛ ମୂଳେ ଆଶ୍ରୟ ନେଉଛନ୍ତି । ଅନ୍ୟପଟେ ବାରମ୍ବାର ବିଦ୍ୟୁତ୍ କାଟ ଯୋଗୁଁ ଲୋକେ ଗରମରେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି ।