Ram Navmi Celebration Ayodhya: ଚଳିତ ବର୍ଷ ପବିତ୍ର ରାମ ନବମୀକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ରାମଭକ୍ତ । ଚଳିତ ବର୍ଷ ୧୭ ଏପ୍ରିଲରେ ରାମ ନବମୀ ପାଳନ କରାଯିବ । ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହେବା ପରେ ପ୍ରଥମ ଥର ପାଇଁ ପ୍ରଭୁ ଶ୍ରୀରାମଙ୍କ ଏହି ପବିତ୍ର ଉତ୍ସବ ପାଳନ କରାଯିବ । ଏହି ଅବସରରେ ଦେଶ ତଥା ବିଶ୍ୱର କୋଣ ଅନୁକୋଣରୁ ଭକ୍ତମାନେ ଅଯୋଧ୍ୟାକୁ ଆସିବାକୁ ଯୋଜନା କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାମ ମନ୍ଦିରରେ ଦର୍ଶନ ବ୍ୟବସ୍ଥାରେ ମଧ୍ୟ ଅନେକ ପରିବର୍ତ୍ତନ କରାଯାଇଛି। ରାମ ନବମୀ ଅବସରରେ ୧୫ ରୁ ୧୭ ଏପ୍ରିଲ ପର୍ଯ୍ୟନ୍ତ ୨୦ ଘଣ୍ଟା ପାଇଁ ରାମ ମନ୍ଦିର ଖୋଲାଯିବ। ଏହାର ଅର୍ଥ ଏହା ଯେ, ଭକ୍ତମାନେ ପ୍ରଭୁଙ୍କ ଦର୍ଶନ ୨୦ ଘଣ୍ଟା ପର୍ଯ୍ୟନ୍ତ କରିପାରିବେ ।


COMMERCIAL BREAK
SCROLL TO CONTINUE READING

ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର କହିଛନ୍ତି ଯେ, ରାମ ନବମୀ ପାଳନ କରାଯିବା ପାଇଁ ବର୍ତ୍ତମାନ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ପ୍ରଭୁଙ୍କ ସୂର୍ଯ୍ୟ ଅଭିଷେକ କରାଯିବାକୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ସେ କହିଛନ୍ତି ଯେ, ସୂର୍ଯ୍ୟ କିରଣ ସିଧାସଳଖ ପ୍ରଭୁ ଶ୍ରୀରାମଙ୍କ ମଥାରେ ପଡ଼ିବ। ବୈଜ୍ଞାନିକମାନେ ଏହା ଉପରେ କାର୍ଯ୍ୟ କରୁଛନ୍ତି।


ଏଥିସହ ସେ କହିଛନ୍ତି ଯେ, ରାମ ମନ୍ଦିରର ପ୍ରଥମ ଏବଂ ଦ୍ୱିତୀୟ ମହଲା ନିର୍ମାଣ କାର୍ଯ୍ୟ ଚଳିତ ବର୍ଷ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହୋଇଯିବ। ପ୍ରଥମ ମହଲାରେ ରାମ ଦରବାର ପ୍ରତିଷ୍ଠା ହେବ । ରାମ ମନ୍ଦିର ୧ ହଜାର ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ ରହିବ । ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ସମସ୍ତ ଦାୟିତ୍ୱ ଟ୍ରଷ୍ଟକୁ ହସ୍ତାନ୍ତର କରାଯିବ।


ସପ୍ତର୍ଷୀ ମନ୍ଦିର ପାଇଁ ଭିତ୍ତିପ୍ରସ୍ତର ଖନନ କାର୍ଯ୍ୟ ଶେଷ ହୋଇଥିବା ସେ ସୂଚନା ଦେଇଛନ୍ତି। ନିର୍ମାଣରେ ସବୁଠାରୁ ବଡ ଆହ୍ୱନ ଏହା ଯେ, ପରିକ୍ରମା ମାର୍ଗ ନିର୍ମାଣ । ପରିକ୍ରମା ମାର୍ଗରେ କାନ୍ଥର ଲମ୍ବ ୭୫୦ ମିଟର ରହିବ । ଭକ୍ତମାନେ ପ୍ରାୟ ଏକ କିଲୋମିଟର ବୁଲିବା ସହ ପରିକ୍ରମା କରିପାରିବେ । ୨୦୨୪ ଶେଷ ସୁଦ୍ଧା ପରିକ୍ରମା ମାର୍ଗ ସଂପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ସେ କହିଛନ୍ତି ଯେ, ବର୍ତ୍ତମାନ ଉତ୍ତରପ୍ରଦେଶ ସରକାରୀ ନିର୍ମାଣ ନିଗମ ମଧ୍ୟ LNT TCS ସହିତ ରାମ ମନ୍ଦିର ନିର୍ମାଣରେ ଯୋଗ ଦେଇଛି। ରାମ ମନ୍ଦିର ନିର୍ମାଣର ଗତି ଧୀର ହେଉ କି ଦ୍ରୁତ, ଗୁଣବତ୍ତା ଉପରେ କୌଣସି ଆପୋଷ ବୁଝାମଣା ହେବ ନାହିଁ। 


Also Read- Odisha Politics: ବିଜେପି ଛାଡିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି


Also Read- ପୁଣି ମୋ ବସ୍ ଦୁର୍ଘଟଣା, ୨୦ ଯାତ୍ରୀ ଆହତ