Google Search: ଆପଣଙ୍କୁ କୌଣସି ଜିନିଷର ଉତ୍ତର ଜାଣିବା ଅଛି କିମ୍ବା ଫଟୋ, ଭିଡିଓ ଦେଖିବାର ଅଛି, ଗୁଗୁଲ (Google) ରେ ସବୁକିଛି ମିଳିଯାଇଥାଏ । ଗୁଗୁଲ୍ ହେଉଛି ଏକ ସର୍ଚ୍ଚ ଇଞ୍ଜିନ୍ ପ୍ଲାଟଫର୍ମ (Search Engine Platform), ଯାହା ଲୋକଙ୍କ ପାଇଁ ଜୀବନକୁ ସହଜ କରିଛି । ଗୁଗୁଲରେ କ'ଣ ସର୍ଚ୍ଚ କରାଯାଇଥାଏ, ତାହାକୁ ଜାଣିବା ପାଇଁ ଲୋକମାନଙ୍କୁ ମଧ୍ୟ କୌତୁହଳ ମଧ୍ୟ ରହିଥାଏ । ଏଭଳି ପରିସ୍ଥିତିରେ ଡେଲି ମିରର (Daily Mirror) ର ଏକ ରିପୋର୍ଟ ସାମ୍ନାକୁ ଆସିଛି, ଯେଉଁଥିରେ ଲୋକମାନେ ସର୍ଚ୍ଚ କରୁଥିବା ସେକ୍ସ (Sex) ଶବ୍ଦର ଟ୍ରେଣ୍ଡ ପ୍ରକାଶ ପାଇଛି ।


COMMERCIAL BREAK
SCROLL TO CONTINUE READING

ଡେଲି ମିରର (Daily Mirror) ର ଏହି ରିପୋର୍ଟ ଅନୁଯାୟୀ, ଅଧିକାଂଶ ଲୋକ ଶ୍ରୀଲଙ୍କା (Sri Lanka) ରେ ସେକ୍ସ ଶବ୍ଦ ସର୍ଚ୍ଚ କରିଥିଲେ । ସେକ୍ସ ଶବ୍ଦ ସର୍ଚ୍ଚ କରିବା ଦୃଷ୍ଟିରୁ ଶ୍ରୀଲଙ୍କା ଇଥିଓପିଆକୁ ପଛକୁ ଛାଡିଛି, ଯାହା ୨୦୧୯ ଓ ୨୦୨୦ ବର୍ଷରେ ଏକ ନମ୍ବରରେ ଥିଲା । କୌତୁହଳର ବିଷୟ ହେଉଛି, ଇଣ୍ଟରନେଟ୍ ୟୁଜର୍ସଙ୍କ ସଂଖ୍ୟା ସର୍ବାଧିକ ଥିବା ଚୀନ୍ (China) ଓ ଭାରତ (India) କୁ ଶ୍ରୀଲଙ୍କା ପଛରେ ପକାଇ ଦେଇଛି ।


ଶ୍ରୀଲଙ୍କା ଏକ ଛୋଟ ଦ୍ୱୀପ ଦେଶ । ଏହାର ଜନସଂଖ୍ୟା ୨.୨୧ କୋଟି ଓ ଏହା ଭାରତର ପଡୋଶୀ ଦେଶ । ଏହି ରିପୋର୍ଟରେ ଶ୍ରୀଲଙ୍କାରେ ସେକ୍ସ ଶବ୍ଦ କେଉଁଠାରେ ଅଧିକ ଖୋଜା ଯାଇଥିଲା ସେ ସମ୍ବନ୍ଧରେ ମଧ୍ୟ ସୂଚନା ଦିଆଯାଇଛି । ଶ୍ରୀଲଙ୍କାର ଆଞ୍ଚଳିକ ଅଂଶ ବିଷୟରେ କହିବାକୁ ଗଲେ, ତାମିଲ ପ୍ରାଧାନ୍ୟରେ ଥିବା ଉତ୍ତର ଅଞ୍ଚଳରେ ସେକ୍ସ ଶବ୍ଦ ସର୍ବାଧିକ ଖୋଜା ଯାଇଥିଲା । ଏହା ପରେ ୟୁବା କ୍ଷେତ୍ର ଦୁଇ ନମ୍ବରରେ ଓ ଉତ୍ତର ସେଣ୍ଟ୍ରାଲ୍ କ୍ଷେତ୍ର ଏହି ପ୍ରସଙ୍ଗରେ ତୃତୀୟ ସ୍ଥାନରେ ରହିଛି ।


ଡେଲି ମିରର (Daily Mirror) ର ରିପୋର୍ଟ ଅନୁଯାୟୀ, ଶ୍ରୀଲଙ୍କା ପରେ ଭିଏତନାମରେ ସେକ୍ସ ଶବ୍ଦ ସର୍ବାଧିକ ସର୍ଚ୍ଚ କରାଯାଇଥିଲା । ଭିଏତନାମ (Vietnam) ଦକ୍ଷିଣ ପୂର୍ବ ଏସିଆର ଇଣ୍ଡୋଚାଇନା ଉପଦ୍ୱୀପର ପୂର୍ବ ଭାଗରେ ଅବସ୍ଥିତ । ସେକ୍ସ ଶବ୍ଦ ସର୍ଚ୍ଚ କରିବା କ୍ଷେତ୍ରରେ ବାଂଲାଦେଶ (Bangladesh) ତୃତୀୟ ସ୍ଥାନରେ ରହିଛି । ଭାରତର ଏହି ପଡୋଶୀ ଦେଶ ୧୯୭୧ରେ ଅସ୍ତିତ୍ୱକୁ ଆସିଥିଲା ।


ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସିରାଜ କେତେ କୋଟି ଟଙ୍କାର ମାଲିକ? ଜାଣିଲେ ଆପଣଙ୍କ ଉଡ଼ିଯିବ ହୋସ୍!


ରିପୋର୍ଟ ଦେଖି ଜଣା ପଡିଛି ଯେ, ସେକ୍ସ ଶବ୍ଦ ଖୋଜିବା ଦୃଷ୍ଟିରୁ ଏହି ତିନୋଟି ଦେଶ ଏସୀୟ ଓ ସେମାନେ କ୍ଷେତ୍ରଫଳ ଏବଂ ଜନସଂଖ୍ୟା ଦୃଷ୍ଟିରୁ ମଧ୍ୟ ଛୋଟ । ଅନ୍ୟପକ୍ଷରେ, ଯଦି ଆମେ ଭାରତ (India) ବିଷୟରେ କଥା ହେବା, ସେକ୍ସ ଶବ୍ଦର ସର୍ଚ୍ଚ ତାଲିକାରେ ଭାରତ ଶୀର୍ଷ ଦେଶକୁ ଆସିନାହିଁ । ଏଠାରେ ଏକ ବୃହତ ଜନସଂଖ୍ୟା ବାସ କରନ୍ତି, କିନ୍ତୁ ଏହି ପ୍ରସଙ୍ଗରେ ଏହା ଆଗରେ ନାହିଁ । ଏଥି ସହ ଭାରତର ର଼୍ୟାଙ୍କିଙ୍ଗର ଖୁଲାସା ବି କରାଯାଇ ନାହିଁ ।