ଭୁବନେଶ୍ୱର: ବାତ୍ୟା 'ଦାନା' ମୁକାବିଲା କରିବା ପାଇଁ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ । ଆଜି ଗଣମାଧ୍ୟମକୁ ନିଜ ପ୍ରତିକ୍ରୟା ଦେଇ ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି ଯେ, କୌଣସି ବି ଲୋକଙ୍କର ଏ ଅଭିଯୋଗ ଆମେ ଶୁଣିବାକୁ ପ୍ରସ୍ତୁତ ନୁହେଁ ଯେ, କେହି ଅସୁବିଧାରେ ଥାଇ କଲ୍ କରିବା ସମୟରେ ଅଫିସର ଫୋନ ଉଠାଇନାହାନ୍ତି ଏପରି କୌଣସି କଥା ହେବ ନାହିଁ । ସେଥିପାଇଁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମୁଁ ଆଶା କରିବି ଲୋକଙ୍କ ଅସୁବିଧା ସମୟରେ କୌଣସି ସ୍ଥାନରେ କୌଣସି ଅଧିକାରୀ ଫୋନ୍ ନଉଠେଇକି କୌଣସି ବାହାନା ନେବେ ତାହା ଚଳିବ ନାହିଁ । ସେ ବାବଦରେ ଅଧିକାରୀମାନଙ୍କୁ ସ୍ପଷ୍ଟ ଭାବେ କୁହାଯାଇଛି । ସମସ୍ତେ ଏକାଠି ହୋଇ ଲୋକଙ୍କ ହିତ ପାଇଁ ସମସ୍ତ ଆବଶ୍ୟକତାକୁ ଯଥା ସମ୍ଭବ ପୂରଣ କରିବେ ।


COMMERCIAL BREAK
SCROLL TO CONTINUE READING

ଆଇନ ମନ୍ତ୍ରୀ ଏକଥା ମଧ୍ୟ କହିଛନ୍ତି ଯେ, ବାତ୍ୟା ଲ୍ୟାଣ୍ଡଫଲ୍ ବେଳକୁ ଯେପରି କିଛି ସମସ୍ୟା ନଥିବ ସେନେଇ ଆଲୋଚନା ହୋଇଛି । ଉଦ୍ଧାର କାର୍ଯ୍ୟରେ ବିଶେଷ କରି ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତରଣ କରିବାକୁ ପ୍ରକ୍ରିୟା ହୋଇସାରିଛି । ଆଜି ଆଉ ଏକ ପର୍ଯ୍ୟାୟରେ ବାତ୍ୟା ସମ୍ପର୍କରେ ସମୀକ୍ଷା ହୋଇଛି ।


ଆପଣଙ୍କୁ କହିରଖୁଛୁ ଯେ, ଭୀଷଣ ବାତ୍ୟା ରୂପ ନେଇ ଉପକୂଳ ମୁହାଁ ହୋଇଛି ‘ଦାନା’ । ଗତ ୬ ଘଣ୍ଟାରେ ୧୦ କିମି ବେଗରେ ଗତି କରୁଛି । ପାରାଦୀପର ଦକ୍ଷିଣପୂର୍ବକୁ ୧୫୦ କିମି ଦୂରରେ ବାତ୍ୟା ରହିଥିବା ସମୟରେ ଧାମରାର ଦକ୍ଷିଣ ଦକ୍ଷିଣ-ପୂର୍ବର ୧୮୦ କିମି ଦୂରରେ ଅବସ୍ଥିତ ଏବଂ ସାଗର ଦ୍ବୀପର ଦକ୍ଷିଣକୁ ୨୫୦ କିମି ଦୂରରେ ରହିଛି । ଆଜି ମଧ୍ୟରାତି ଓ କାଲି ସକାଳ ମଧ୍ୟରେ ଲ୍ୟାଣ୍ଡଫଲ୍‌ ହୋଇପାରେ । ଭିତରକନିକା ଓ ଧାମରା ପାଖରେ ଲ୍ୟାଣ୍ଡଫଲ୍‌ ହେବା ନେଇ ଆକଳନ କରାଯାଉଛି । ଲ୍ୟାଣ୍ଡଫଲ୍‌ ସମୟରେ ପବନର ବେଗ ୧୦୦ରୁ ୧୨୦ କିମି ରହିପାରେ ।


ବାତ୍ୟାକୁ ଦେଖି ଆତଙ୍କିତ ହେବା ଅପେକ୍ଷା ସଜାଗ ରହିବାକୁ ସରକାରୀ ଭାବେ ସୂଚନା ଦିଆଯାଇଛି। ଯେଉଁସବୁ ଜିଲ୍ଲାରେ କ୍ଷୟକ୍ଷତି ଆଶଙ୍କା ଅଧିକ କରାଯାଇଛି ସେଠାରେ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଯଥାସମ୍ଭବ ସତର୍କ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିପର୍ଯ୍ୟୟ ପ୍ରଶମନ ବଳ ମୁତ୍ତୟନ କରାଯିବା ସହ ଖାଦ୍ୟ ସାମଗ୍ରୀ, ଏବଂ ସ୍ୱାସ୍ଥ୍ୟ ସେବା ପାଇଁ ଆବଶ୍ୟକ ସୁବିଧା ମହଜୁଦ କରାଯାଇଛି। ରାଜ୍ୟ ସରକାରଙ୍କ ଅଧିକାରୀ ଓ ମନ୍ତ୍ରୀମାନେ ପ୍ରଭାବିତ ଅଞ୍ଚଳମାନଙ୍କରେ ଉପସ୍ଥିତ ରହି କରିସ୍ଥିତିକୁ ନଜର ରଖିଛନ୍ତି।


ବାତ୍ୟା ପ୍ରସ୍ତୁତି ନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ରିଲିଫ ସେଣ୍ଟରରେ ମହିଳା ପୁଲିସ ମୁତୟନ ହୋଇଛନ୍ତି। ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି। ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ଅଧିକ ସ୍ଥାନାନ୍ତର କରିବାକୁ ପଡ଼ିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।


Also Read- ଭୁବନେଶ୍ବର ଏବଂ ଝାରସୁଗୁଡ଼ାରେ ବିମାନ ବନ୍ଦରରେ ବୋମା ଆତଙ୍କ


Also Read- Surya Gochar: ୧୨ଟି ରାଶି ଉପରେ ବଡ଼ ପ୍ରଭାବ ପକାଇବେ ସୂର୍ଯ୍ୟଦେବ, ଜାଣନ୍ତୁ କାହା ପାଇଁ ଭଲ ଓ ଖରାପ