Advertisement
Article Detail0/zeeodisha/odisha2486690
Zee OdishaOdisha Trendingଭୁବନେଶ୍ବର ଏବଂ ଝାରସୁଗୁଡ଼ାରେ ବିମାନ ବନ୍ଦରରେ ବୋମା ଆତଙ୍କ

ଭୁବନେଶ୍ବର ଏବଂ ଝାରସୁଗୁଡ଼ାରେ ବିମାନ ବନ୍ଦରରେ ବୋମା ଆତଙ୍କ

ଭୁବନେଶ୍ବର ଏୟାରପୋର୍ଟ ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇ କହିଛନ୍ତି ଯେ, ବୋମା ଥିବା ନେଇ ଏକ ହୋକ୍ସ କଲ୍‌ ରିସିଭ୍‌ ହୋଇଥିଲା ଏବଂ ଟ୍ବିଟର ଜରିଆରେ ଏମିତି ଏକ ସୂଚନା ପହଞ୍ଚିଥିଲା । 

ଭୁବନେଶ୍ବର ଏବଂ ଝାରସୁଗୁଡ଼ାରେ ବିମାନ ବନ୍ଦରରେ ବୋମା ଆତଙ୍କ

ଭୁବନେଶ୍ୱର: ରାଜ୍ୟର ୨ଟି ବିମାନ ବନ୍ଦରକୁ ମିଳିଛି ବୋମା ଧମକ । ଭୁବନେଶ୍ୱର ଏବଂ ଝାରସୁଗୁଡା ବିମାନରେ ବୋମା ଥିବା ନେଇ ଧମକପୂର୍ଣ୍ଣ କଲ୍‌ ଆସିଛି । ବର୍ତ୍ତମାନ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆଲର୍ଟ ଜାରି କରାଯିବା ସହ ବିମାନ ବନ୍ଦରରେ କଡ଼ାକଡି ଯାଞ୍ଚ କରାଯାଉଛି ।

ଭୁବନେଶ୍ବର ଏୟାରପୋର୍ଟ ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇ କହିଛନ୍ତି ଯେ, ବୋମା ଥିବା ନେଇ ଏକ ହୋକ୍ସ କଲ୍‌ ରିସିଭ୍‌ ହୋଇଥିଲା ଏବଂ ଟ୍ବିଟର ଜରିଆରେ ଏମିତି ଏକ ସୂଚନା ପହଞ୍ଚିଥିଲା । ଏୟାର ଆକାଶ ବିମାନରେ ବୋମା ଥିବା ସୂଚନା ମିଳିବା ପରେ ଏନେଇ ଏସ୍‌ଓପି ଫଲୋ କରି ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଛି । ଯାଞ୍ଚ ପରେ କୌଣସିଠାରେ ବୋମା ନଥିବା ଜଣାପଡ଼ିଛି ଏବଂ ବିମାନକୁ ଯାଞ୍ଚ କରି କ୍ଲିୟରାନ୍ସ ଦିଆଯାଇଛି ତେଣୁ କିଛି ସମୟ ମଧ୍ୟରେ ବିମାନଟି ଗନ୍ତବ୍ୟସ୍ଥଳକୁ ଉଡ଼ାଣ କରିବ ବୋଲି ନିର୍ଦ୍ଦେଶକ କହିଛନ୍ତି । 

ଅନ୍ୟପଟେ, ବୋମା ଆତଙ୍କ ପରେ ଝାରସୁଗୁଡ଼ା ବିମାନ ବନ୍ଦରରେ ଖାନତଲାସି ଜାରି ରହିଛି । ବେଙ୍ଗଳୁରୁ-ଝାରସୁଗୁଡ଼ା ଇଣ୍ଡିଗୋ ବିମାନରେ ବୋମା ଗୁଜବ ପରେ ଡଗ୍‌ ସ୍କ୍ବାଡ୍‌ ଦ୍ବାରା ଯାଞ୍ଚ କରାଯାଉଛି ।

Add Zee News as a Preferred Source

Also Read- Surya Gochar: ୧୨ଟି ରାଶି ଉପରେ ବଡ଼ ପ୍ରଭାବ ପକାଇବେ ସୂର୍ଯ୍ୟଦେବ, ଜାଣନ୍ତୁ କାହା ପାଇଁ ଭଲ ଓ ଖରାପ

Also Read- ବାତ୍ୟା ପାଇଁ ଜାରି ହେଲା ହେଲପ ଲାଇନ ନମ୍ବର, ଜାଣନ୍ତୁ ଆପଣଙ୍କ ଜିଲ୍ଲା ପାଇଁ କେଉଁ ନମ୍ୱର

About the Author