Weather Update: ପାଣିପାଗ ବିଭାଗ ଆସନ୍ତାକାଲିଠାରୁ କେନ୍ଦ୍ରୀୟ ଭାରତ ରାଜ୍ୟରେ ପାଗ ପରିବର୍ତ୍ତନ ହେବ ବୋଲି ପୂର୍ବାନୁମାନ କରିଛି। ୨୬ ଓ ୨୭ ଫେବ୍ରୁଆରୀରେ କେନ୍ଦ୍ରୀୟ ଭାରତରେ ଥିବା ରାଜ୍ୟରେ ବର୍ଷା, ବଜ୍ରପାତ ଓ କୁଆପଥର ବର୍ଷା ହେବାକୁ ନେଇ ଚେତାବନୀ ଦିଆଯାଇଛି। ଏହା ବ୍ୟତୀତ ୨୯ ଫେବ୍ରୁଆରୀରୁ ଉତ୍ତର ଭାରତର ପାହାଡ଼ିଆ ରାଜ୍ୟଗୁଡିକୁ ଏକ ନୂଆ ୱେଷ୍ଚର୍ଣ୍ଣ ଡିଷ୍ଟର୍ବାନ୍ସ କରିବାକୁ ଯାଉଛି, ଯେଉଁଥିପାଇଁ ୧ରୁ ୪ ମାର୍ଚ୍ଚ ପର୍ଯ୍ୟନ୍ତ ବର୍ଷା ହେବ।


COMMERCIAL BREAK
SCROLL TO CONTINUE READING

ଗତ ୨୪ ଘଣ୍ଟା ମଧ୍ୟରେ ପାଣିପାଗ ବିଷୟରେ କଥାବାର୍ତ୍ତା ହେଲେ ଛତିଶଗଡରେ କୁଆପଥର ବର୍ଷା ହୋଇଥିଲା। ଅରୁଣାଚଳ ପ୍ରଦେଶ, ଜମ୍ମୁ କାଶ୍ମୀର, ଲଦ୍ଦାଖ, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶରେ ହାଲୁକା ରୁ ମଧ୍ୟମ ବର୍ଷା ମଧ୍ୟ ରେକର୍ଡ କରାଯାଇଛି। ଏହା ବ୍ୟତୀତ ଓଡି଼ଶା ଉପରେ ପ୍ରବଳ ବର୍ଷା ପରିଲକ୍ଷିତ ହୋଇଥିଲା। ଏଥି ସହିତ ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ଆସାମ, ମେଘାଳୟ, ଉତ୍ତରପ୍ରଦେଶ, ପଶ୍ଚିମ ମଧ୍ୟପ୍ରଦେଶ, ବିଦର୍ଭ, ଛତିଶଗଡ, ସିକ୍କିମ୍, ଗାଙ୍ଗେଟିକ୍ ପଶ୍ଚିମବଙ୍ଗ, ବିହାରରେ ମଧ୍ୟ ହାଲୁକା ଏବଂ ମଧ୍ୟମ ବର୍ଷା ହୋଇଛି।


ପାଣିପାଗ ବିଭାଗ ଅନୁଯାୟୀ, ୨୬ ଫେବ୍ରୁଆରୀରେ ପଶ୍ଚିମ ହିମାଳୟ ଅଞ୍ଚଳରେ ବର୍ଷା ଓ ତୁଷାରପାତ ହେବ। ହିମାଚଳ ପ୍ରଦେଶର ଲଦ୍ଦାଖ, ଜମ୍ମୁ କାଶ୍ମୀରରେ ବର୍ଷା ଦେଖାଯିବ। ଏଥି ସହିତ, ୨୯ ଫେବୃଆରୀରେ ଆସୁଥିବା ନୂଆ ୱେଷ୍ଚର୍ଣ୍ଣ ଡିଷ୍ଟର୍ବାନ୍ସ ଯୋଗୁଁ ୧ ରୁ ୪ ମାର୍ଚ୍ଚ ପର୍ଯ୍ୟନ୍ତ ବର୍ଷା ହେବ। ଏହା ବ୍ୟତୀତ ଅରୁଣାଚଳ ପ୍ରଦେଶରେ ଆସନ୍ତା ଛଅରୁ ସାତ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ପର୍କରେ ସତର୍କ ସୂଚନା ଜାରି କରାଯାଇଥିବାବେଳେ ଓଡ଼ିଶା ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା ମଧ୍ୟ ୨୫, ୨୮ ଓ ୨୯ ଫେବ୍ରୁଆରୀରେ ବର୍ଷା ହେବାକୁ ଯାଉଛି।


ଓଡ଼ିଶା ପାଣିପାଗ (Odisha Weather)
ଓଡି଼ଶାର ବିଭିନ୍ନ ଜିଲ୍ଲାରେ ୨୮ ଫେବ୍ରୁଆରୀ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ ବଜ୍ରପାତ ଜାରି ରହିବ ବୋଲି ଭାରତ ପାଣିପାଗ ବିଭାଗ (ଆଇଏମଡି) ରବିବାର ଦିନ ମଧ୍ୟାହ୍ନ ବୁଲେଟିନରେ ପୂର୍ବାନୁମାନ କରିଛି। ୨୭ ତାରୀଖରେ ନୁଆପଡା, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ବୋଲାଙ୍ଗୀର, ସୁବର୍ଣ୍ଣପୁର, ଅନୁଗୁଳ, କାଳାହାଣ୍ଡି, କନ୍ଦମାଳ, ବୌଦ୍ଧ, ସମ୍ବଲପୁର ଓ ଦେଓଗଡ଼ରେ ହାଲୁକା ରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଛି। ବାକି ରାଜ୍ୟରେ ଶୁଖିଲା ପାଣିପାଗ ପୂର୍ବାନୁମାନ କରାଯାଇଛି।


ଏଥି ସହିତ ଛତିଶଗଡ, ବିଦର୍ଭ ରେ ୨୫ ଫେବ୍ରୁଆରୀରେ, ତେଲେଙ୍ଗାନା ଓ ମରାଠୱାଡା, ୨୫ ଓ ୨୬ ଫେବ୍ରୁଆରୀରେ, ପଶ୍ଚିମବଙ୍ଗରେ ୨୫ ଓ ୨୭ ଫେବ୍ରୁଆରୀରେ, ବିହାକ ୨୭ ଫେବ୍ରୁଆରୀସ ଝାଡଖଣ୍ଡରେ ୨୭ ଫେବ୍ରୁଆରିରେ ବର୍ଷା ଓ କୁଆପଥର ବର୍ଷା ହେବାକୁ ଯାଉଛି। ଏହା ବ୍ୟତୀତ ୨୬ ରୁ ୨୮ ଫେବ୍ରୁଆରୀରେ ପୂର୍ବ ମଧ୍ୟପ୍ରଦେଶରେ ଏବଂ ୨୭ ଫେବ୍ରୁଆରୀରେ ପଶ୍ଚିମ ମଧ୍ୟପ୍ରଦେଶରେ ବର୍ଷା ଓ କୁଆପଥର ବର୍ଷା ହେବ। ଏଥି ସହିତ ୨୬ ଫେବ୍ରୁଆରୀରେ ଛତିଶଗଡରେ ବର୍ଷା ଓ କୁଆପଥର ବର୍ଷା ହେବାର ଚେତାବନୀ ଦିଆଯାଇଛି।