Success Story: ବାପା ଠେଲାରେ ବିକୁଥିଲେ ଆମ୍ୱ, ପୁଅ ଗଢିଦେଲେ ୪ଶହ କୋଟି ଟଙ୍କାର ଆଇସକ୍ରିମ୍ କମ୍ପାନୀ
Success Story: କର୍ଣ୍ଣାଟକରେ ରହୁଥିବା ଜଣେ ଫଳ ବ୍ୟବସାୟୀଙ୍କ ପୁଅ ପ୍ରାକୃତିକ ଆଇସକ୍ରିମ୍ କମ୍ପାନୀ ଆରମ୍ଭ କରିଥିଲେ । ଯାହା ବର୍ତ୍ତମାନ ଏକ ବିରାଟ କମ୍ପାନୀରେ ପରିବର୍ତ୍ତନ ହୋଇଛି ।
Success Story: କଥାରେ ଅଛି ଦରିଦ୍ରରେ ହୋଇ ଜନ୍ମ ହେବା ଆମ ହାତରେ ନଥାଏ କିନ୍ତୁ ଦରିଦ୍ରରେ ମରିବା ଆମ ହାତରେ ଥାଏ । ଯଦି ଆପଣ କୌଣସି ସଫଳତା ପାଇଁ ସ୍ୱପ୍ନ ଦେଖିଛନ୍ତି ତେବେ କଠିନ ପରିଶ୍ରମ ଏବଂ ସଂଘର୍ଷ (Hard work and struggle) ଦ୍ୱାରା ସବୁକିଛି ଆପଣ ହାସଲ କରିପାରିବେ । ଏହିପରି ଏକ ସଫଳତାର କାହାଣୀ ହେଉଛି ନ୍ୟାଚ୍ୟୁରାଲ୍ସ ଆଇସ୍କ୍ରିମ୍ (Naturals Ice Cream) କମ୍ପାନୀ । ଏହି କମ୍ପାନୀଟିକୁ କର୍ଣ୍ଣାଟକର ଗୋଟେ ଗାଁରେ ଜଣେ ଫଳ ବିକ୍ରେତାଙ୍କ ପୁଅ ଆରମ୍ଭ କରିଥିଲେ । ଆଜି ଏହି କମ୍ପାନୀଟି ଧିରେ ଧିରେ ବୃଦ୍ଧି ପାଇ ୪ଶହ କୋଟିରୁ ଅଧିକ ମୂଲ୍ୟର କମ୍ପାନୀ ଭାବରେ ବେଶ୍ ସୁନାମ ଅର୍ଜନ କରିଛି । ଆଜି ଆପଣଙ୍କୁ କମ୍ପାନୀର ମାଲିକ ରଘୁନନ୍ଦନ ଶ୍ରୀନିବାସଙ୍କ ସଫଳତା ବିଷୟରେ କହିବାକୁ ଯାଉଛୁ ।
ରଘୁନନ୍ଦନଙ୍କ ପିତା କର୍ଣ୍ଣାଟକ ସ୍ଥିତ ମାଙ୍ଗାଲୋର ଜିଲ୍ଲାର ଏକ ଗାଁରେ ଆମ୍ବ ବିକ୍ରି କରି ପରିବାର ଚଳାଉଥିଲେ । ରଘୁନନ୍ଦନ ଅନୁଭବ କଲେ ଯେ, ତାଙ୍କ ପିତା ଫଳରେ କମ ଲାଭ କରୁଛନ୍ତି କାରଣ ଅନେକ ଫଳ ନଷ୍ଟ ହୋଇଯାଉଥିଲା । ତେଣୁ ସେ ଏହାକୁ କିପରି ଦୀର୍ଘ ସମୟ ପର୍ଯ୍ୟନ୍ତ ସଂରକ୍ଷଣ କରିହେବ ସେ ବିଷୟରେ ଜାଣିବାକୁ ଚେଷ୍ଟା କଲେ । ରଘୁନନ୍ଦନଙ୍କର ଏକ ବଡ଼ ସ୍ୱପ୍ନ ଥିଲା ତେଣୁ ସେ ବ୍ୟବସାୟ କରିବା ମନୋବୃତ୍ତି ନେଇ ମୁମ୍ବାଇରେ ପହଞ୍ଚିଥିଲେ ।
ପ୍ରଥମ ଷ୍ଟୋରର କାହାଣୀ
ରଘୁନନ୍ଦନ ନିଜର ପ୍ରଥମ ଆଇସକ୍ରିମ ବ୍ରାଣ୍ଡ୍ (Icecream brand) ନ୍ୟାଚୁରାଲ୍ସ ୧୯୮୪ ମସିହା ଫେବୃଆରୀ ୧୪ତାରିଖରେ ଲଞ୍ଚ କରିଥିଲେ । ସେ ମୁମ୍ବାଇର ଜୁହୁ ସହରରେ ତାଙ୍କର ପ୍ରଥମ ଷ୍ଟୋରଟିଏ ଖୋଲିବାରେ ସକ୍ଷମ ହୋଇଥିଲେ । ସେହି ସମୟରେ ନ୍ୟାଚୁରାଲରେ କେବଳ ୪ ଜଣ କର୍ମଚାରୀ ନିଯୁକ୍ତ ହୋଇଥିଲେ । ପ୍ରଥମ ଷ୍ଟୋରରେ ୧୦ଟି ସ୍ୱାଦର ଆଇସକ୍ରିମ ଉପଲବ୍ଧ ଥିଲା । ପ୍ରଥମେ ଷ୍ଟୋର ଖୋଲିବା ସମୟରେ ରଘୁନନ୍ଦନଙ୍କ ମନରେ ସାମାନ୍ୟ ଭୟ ଥିଲା । କାରଣ ସେ ଜାଣି ନଥିଲେ ଲୋକମାନେ ଆଇସକ୍ରିମର ସ୍ୱାଦକୁ ପସନ୍ଦ କରିବେ କି ନାହିଁ । ତେଣୁ ସେ ପାଭ ଭାଜିକୁ ମୁଖ୍ୟ ଆଇଟମ ଭାବରେ ରଖିଲେ ଏବଂ ଏକ ଆଡ୍-ଅନ୍ ଉତ୍ପାଦ ଭାବରେ ଆଇସକ୍ରିମ ବିକ୍ରି କରିବା ଆରମ୍ଭ କଲେ । ଲୋକମାନେ ଏହାକୁ ପସନ୍ଦ କରିବା କାରଣରୁ ପରେ ସେ ୧୨ ଟି ସ୍ୱାଦର ଆଇସକ୍ରିମ ସହିତ ଏକ ଆଇସକ୍ରିମ୍ ପାର୍ଲର ଖୋଲିଥିଲେ ।
ବ୍ୟବସାୟର ଯାତ୍ରା ।
ରଘୁନନ୍ଦନର ଏହି ବ୍ରାଣ୍ଡ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନ୍ୟାଚୁରାଲ୍ସ ଆଇସ୍କ୍ରିମରେ କୌଣସି ରାସାୟନିକ ଜିନିଷ ବ୍ୟବହାର କରାଯାଏନାହିଁ । ସେ ୪୦ ବର୍ଷ ପର୍ଯ୍ୟନ୍ତ ନିଜର ବ୍ରାଣ୍ଡରେ ଏହି ବିଶେଷତା ବଜାୟ ରଖିଥିଲେ । ଏହି କାରଣରୁ ଆଇସକ୍ରିମ ବ୍ୟବସାୟରେ ଦ୍ରୁତ ଅଭିବୃଦ୍ଧି ଦେଖିବାକୁ ମିଳିଥିଲା । ବର୍ତ୍ତମାନ ନେଚ୍ୟୁରାଲ୍ସ ଦେଶର ଶ୍ରେଷ୍ଠ ୧୦ ବ୍ରାଣ୍ଡରେ ସାମିଲ୍ ହୋଇପାରିଛି । ରଘୁନନ୍ଦନଙ୍କ ପ୍ରଥମ ଆଇସକ୍ରିମ ପାର୍ଲରଟି ମାତ୍ର ୨ଶହ ବର୍ଗଫୁଟରେ ନିର୍ମାଣ କରାଯାଇଥିଲା । ଯେଉଁଥିରେ ୧ ବର୍ଷ ମଧ୍ୟରେ ପ୍ରାୟ ୫ ଲକ୍ଷ ଟଙ୍କା କାରବାର ହୋଇଥିାଲ । ୨୦୨୦ ଆର୍ଥିକ ବର୍ଷରେ ନ୍ୟାଚୁରାଲ୍ସ ଆଇସକ୍ରିମର ବ୍ୟବସାୟ ବୃଦ୍ଧି ପାଇ କାରବାର ୩ ଶହ କୋଟିରେ ପହଞ୍ଚିଥିଲା । ୨୦୨୨ ମସିହାରେ ଏହି କାରବାର ବଢି ୪୦୦ କୋଟି ଟଙ୍କାରେ ପହଞ୍ଚିଥିଲା ।
ଆଇସକ୍ରିମରେ ବ୍ୟବହୃତ ଉପକରଣ
ରଘୁନନ୍ଦନ କହିଛନ୍ତି ଯେ, ସେ ନିଜ ମା’ଙ୍କଠାରୁ ଆଇସକ୍ରିମର ସ୍ୱାଦ ବୃଦ୍ଧି କରିବାର କୌଶଳ ଶିଖିଛନ୍ତି। ସେ ଏକ ସାକ୍ଷାତକାରରେ କହିଥିଲେ ଯେ, ତାଙ୍କ ବ୍ରାଣ୍ଡର USP ହେଉଛି ଫଳ, ଚିନି, କ୍ଷୀର । ଏଥିସହ ନିଜ ମାଆଙ୍କୁ ମଧ୍ୟ କ୍ରେଡିଟ୍ ଦେଇଥିଲେ । ରଘୁନନ୍ଦନ ନ୍ୟାଚୁରାଲର ମାର୍କେଟିଂ ଟ୍ୟାଗଲାଇନ ରଖିଛନ୍ତି ‘ଟେଷ୍ଟ୍ ଦ ଅରିଜିନାଲ୍’ । ବର୍ତ୍ତମାନ କେବଳ ଆଇସକ୍ରିମ ନୁହେଁ ତା ସହିତ ହାଲୱା ଏବଂ ଲଡୁ ଭଳି ମିଠା ମଧ୍ୟ ନାଚୁରାଲ୍ସ କମ୍ପାନୀ ଗ୍ରାହକଙ୍କ ପାଇଁ ପ୍ରସ୍ତୁତ କରୁଛି । ପ୍ରତିଟି ଜିନିଷ ବିନା କେମିକାଲରେ ତିଆରି କରାଯାଉଛି ।
Also Read- ୨୭ ବର୍ଷ ହେବ ନବରାତ୍ରୀରେ ୨୧ଟି କଳସକୁ ଛାତିରେ ରଖି ସାଧନା କରନ୍ତି ଏହି ବ୍ୟକ୍ତି, ୯ ଦିନରେ ଥରେ ବି ଉଠନ୍ତି ନାହିଁ
Also Read- ନବରାତ୍ରୀ ସପିଂରେ ସାମିଲ କରନ୍ତୁ ଏହି ୬ଟି ଜିନିଷ, ଅର୍ପଣ କଲେ ପ୍ରସନ୍ନ ହେବେ ଦେବୀ ଭଗବତୀ