Taj Mahal For Mother: ତାମିଲନାଡୁରେ ଜଣେ ବ୍ୟବସାୟୀ ମାଆଙ୍କ ସ୍ମୃତିରେ ଦ୍ୱିତୀୟ ତାଜମହଲ ନିର୍ମାଣ କରିଛନ୍ତି, ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ବ୍ୟବସାୟୀ କହିଛନ୍ତି ଯେ ମା' ତାଙ୍କ ପାଇଁ ପୂରା ଦୁନିଆ ଥିଲେ । ଯେତେବେଳେ ସେ ଦେହାନ୍ତ କଲେ, ସେ ଭାଙ୍ଗି ପଡ଼ି ଥିଲେ। ସେ ନିଜ ମା’ଙ୍କ ସ୍ମୃତିକୁ ବଞ୍ଚାଇ ରଖିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଧଳା ପଥରରେ ତାଜମହଲର ଏକ ପ୍ରତିକୃତି ନିର୍ମାଣ କରିଛନ୍ତି। ମୋଗଲ ସମ୍ରାଟ ଶାହା ଜାହାନ ତାଙ୍କ ପତ୍ନୀ ମମତାଜଙ୍କ ସ୍ମୃତିରେ ପ୍ରେମର ପ୍ରତୀକ ଭାବରେ ତାଜମହଲ ନିର୍ମାଣ କରିଥିଲେ। ଏବେ ଏକ ପୁଅ କୋଟି କୋଟି ଟଙ୍କା (Money) ଖର୍ଚ୍ଚ କରି ତାଙ୍କ ମାଆଙ୍କ ସ୍ମୃତିରେ ଦ୍ଵିତୀୟ ତାଜମହଲ ନିର୍ମାଣ କରିଛନ୍ତି । ଏହି ଘଟଣା ତାମିଲନାଡୁର ତିରୁଭରୁର ଜିଲ୍ଲାର, ଯେଉଁଠାରେ ଅମରୁଦ୍ଦିନ ଶେଖ ଦାଉଦ ନାମକ ଜଣେ ବ୍ୟକ୍ତି ତାଙ୍କ ମା'ଙ୍କ ସ୍ମୃତିରେ ଦ୍ଵିତୀୟ ତାଜମହଲ ନିର୍ମାଣ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ତାମିଲନାଡୁର ତିରୁଭରୁର ଜିଲ୍ଲାରେ ତିଆରି ହୋଇଥିବା ଭବ୍ୟ ତାଜମହଲର ପରି ଭିଡିଓ (video) ଅନେକଙ୍କୁ ଚକିତ କରିଛି। ୨୦୨୦ ମସିହାରେ, ଅମରୁଦ୍ଦିନ ଅସୁସ୍ଥତା କାରଣରୁ ତାଙ୍କ ମା ଜୟଲାନି ବିୱିଙ୍କୁ ହରାଇଥିଲେ, ସେ ଏହି କଷ୍ଟରୁ ମୁକ୍ତି ପାଇବାକୁ ଚେଷ୍ଟା କରୁଥିଲେ, କାରଣ ତାଙ୍କ ପାଇଁ ମା ହିଁ ସବୁକିଛି ଥିଲେ। ଅମରୁଦ୍ଦିନ କହିଛନ୍ତି, ୧୯୮୯ ରେ ଏକ କାର ଦୁର୍ଘଟଣାରେ ବାପା ଚାଲିଯିବା ପରେ ତାଙ୍କ ମା' ପାଞ୍ଚ ସନ୍ତାନଙ୍କୁ ଏକାକୀ ପାଳି ପୋଷି ମଣିଷ କରିଥଲେ । ଯେଉଁଥିଲାଗି ଅମରୁଦ୍ଦିନଙ୍କ ପାଇଁ ମା ଶକ୍ତି ଏବଂ ପ୍ରେମର ଏକ ଉଦାହରଣ ଥିଲେ। ଯେତେବେଳେ ଅମରୁଦ୍ଦିନଙ୍କ ପିତାଙ୍କର ମୃତ୍ୟୁ ହୋଇଥିଲା, ସେତେବେଳେ ତାଙ୍କ ମାଙ୍କୁ ମାତ୍ର ୩୦ ବର୍ଷ ହୋଇଥିଲା । ଅମରୁଦ୍ଦିନ କହିଛନ୍ତି, ଆମ ସମାଜରେ ପୁନଃର୍ବିବାହ ଏକ ସାଧାରଣ କଥା ହୋଇଥିଲେ ମଧ୍ୟ, ମା' 'ବାପାଙ୍କୁ ହରାଇବା ପରେ  ପୁନର୍ବାର ବିବାହ ନକରିବାକୁ ନିଷ୍ପତ୍ତି ନେଇଥିଲେ। ମୁଁ ଏବଂ ମୋ ଭଉଣୀମାନେ ସେତେବେଳେ ବହୁତ ଛୋଟ ଥିଲୁ । ଆମ ପରିବାରର ସୁରକ୍ଷା ପାଇଁ ମୋ ମା ବହୁତ ସଂଘର୍ଷ କରିଥିଲେ । ସେ ଆମର ମେରୁଦଣ୍ଡ ସାଜିଥିଲେ ଏବଂ ଆମ ପିତାଙ୍କ ସ୍ଥାନ ମଧ୍ୟ ପୂରଣ କରିଥିଲେ ।


ମା’ଙ୍କ ଦେହାନ୍ତ ପରେ ଭାଙ୍ଗି ପଡ଼ିଥିଲେ ଅମରୁଦ୍ଦିନl


୨୦୨୦ ମସିହାରେ ମା’ଙ୍କ ମୃତ୍ୟୁ ପରେ ଅମରୁଦ୍ଦିନ୍ କହିଥିଲେ, 'ମୁଁ ବିଶ୍ୱାସ କରି ପାରିନଥିଲି ଯେ ମାଆ ଆଉ ଏ ଦୁନିଆରେ ନାହାଁନ୍ତି ।  ପରେ ମୁଁ ଅନୁଭବ କଲି ଯେ ସେ ଆମ ସହିତ ଅଛନ୍ତି ଓ ସବୁବେଳେ ରହିଥିବେ ମଧ୍ୟ । ତିରୁଭରୁରରେ ଆମର କିଛି ଜମି ଥିଲା ।  ମୁଁ ମୋ ଭାଇଭଉଣୀଙ୍କୁ କହିଲି ଯେ ମୁଁ ସାଧାରଣ ସମାଧି ପରିବର୍ତ୍ତେ ଆମ ମା’ଙ୍କୁ ଏହି ଜମିରେ କବର ଦେବାକୁ ଚାହୁଁଛି । ଅମରୁଦ୍ଦିନ କହିଛନ୍ତି, 'ମୁଁ ସେମାନଙ୍କୁ କହିଥିଲି ଯେ ମୁଁ ନିଜର କୃତଜ୍ଞତା ଓ ପ୍ରେମର ଅଭିବ୍ୟକ୍ତି ଭାବରେ ମା'ଙ୍କ ପାଇଁ ଏକ ସ୍ମାରକୀ ନିର୍ମାଣ କରିବାକୁ ଚାହୁଁଛି। ମୋ ପରିବାର ଏଥିପାଇଁ ସହଜରେ ସ୍ଵୀକୃତି ଦେଇଥିଲେ । ସେ ଆହୁରି ମଧ୍ୟ କହିଛନ୍ତି, 'ମୁଁ ମୁଁ ପ୍ରତ୍ୟେକ ପିଲାଙ୍କୁ କହିବାକୁ ଚାହୁଁ ଥିଲି କି ସେମାନଙ୍କର ପିତାମାତା ଅମୂଲ୍ୟ, ଆଜିକାଲି ପିତାମାତା ଓ ପିଲାମାନେ ଅଲଗା ରୁହନ୍ତି। କିଛି ପିଲା ସେମାନଙ୍କର ବୃଦ୍ଧ ପିତାମାତାଙ୍କର ମଧ୍ୟ ଯତ୍ନ ନିଅନ୍ତି ନାହିଁ । ଏହା ଠିକ ନୁହେଁ।  ଅମରୁଦ୍ଦିନ ନିଷ୍ପତ୍ତି ନେଇଥିଲେ ଯେ ସେ ତାଙ୍କ ମା ପାଇଁ ଏକ ସ୍ମାରକ ନିର୍ମାଣ କରିବେ | ଏହା ପରେ ସେ 'ଡ୍ରିମ୍ ବିଲଡର୍ସ'ଙ୍କ ନିକଟକୁ ଯାଇ ତାଙ୍କୁ ପ୍ରସିଦ୍ଧ ତାଜମହଲର ପ୍ରତିକୃତି ନିର୍ମାଣ କରିବାକୁ ପରାମର୍ଶ ଦେଇଥିଲେ । ଯଦିଓ ସେମାନେ ପ୍ରଥମେ ଏହି ପ୍ରସ୍ତାବକୁ ଗ୍ରହଣ କରିନଥିଲେ, କିନ୍ତୁ ପରେ ଏଥିରେ ରାଜି ହୋଇଥିଲେ, କାରଣ ସେମାନେ ବିଶ୍ବାସ କରିଥିଲେ, ମା'ଙ୍କ ତାଙ୍କ ପାଇଁ କେତେ ସ୍ବତନ୍ତ୍ର । ତାଜମହଲ ପରି ନିର୍ମାଣ କାର୍ଯ୍ୟ ୩ ଜୁନ୍ ୨୦୨୧ ରେ ଆରମ୍ଭ ହୋଇଥିଲା।


Also read- ବାସର ରାତିକୁ ଅପେକ୍ଷା କରିଥିଲା ବର: ଏମିତି ଚକମା ଦେଲା କନ୍ୟା