Sudan violence: ସୁଡ଼ାନରେ ଅର୍ଦ୍ଧସାମରିକ ବାହିନୀ ଓ ପାରାମିଲିଟାରୀ ରାପିଡ୍ ସପୋର୍ଟ ଫୋର୍ସ (Suden army and paramilitary forces) ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିବା ଯୁଦ୍ଧ ରବିବାର ଦ୍ବିତୀୟ ଦିନରେ ପହଁଞ୍ଚିଛି । ସୁଡା଼ନର ରାଜଧାନୀ ଖାର୍ତୁମର ବିଭିନ୍ନ ସ୍ଥାନରେ ଗୁଳି ଓ ବିସ୍ଫୋରଣର ଶଦ୍ଦ ଶୁଣିବାକୁ ମିଳିଥିଲା। ଆଜି ପୂର୍ବାହ୍ନ ସୁଦ୍ଧା ସୁଡ଼ାନର ରାଜଧାନୀରେ ହୋଇଥିବା ସଙ୍ଘର୍ଷରେ ୫୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦୦ ଜଣ ଆହତ ହୋଇଥିବା ସୂଚନା ମିଳିଛି ।


COMMERCIAL BREAK
SCROLL TO CONTINUE READING

ରାଷ୍ଟ୍ରପତିଙ୍କ ସ୍ଥାନ, ଖାର୍ତୁମ ବିମାନ ବନ୍ଦର ଓ ଅନ୍ୟାନ୍ୟ ସୁବିଧା ସୁଯୋଗକୁ ଅର୍ଦ୍ଧସାମରିକ ବାହିନୀ ନିଜ ନିୟନ୍ତ୍ରଣରେ ରଖିଥିବା କହିବା ପରେ ଖାର୍ତୁମର ରାସ୍ତାରେ ବିସ୍ଫୋରଣ ଓ ଗୁଳିବର୍ଷା ହୋଇଥିଲା। ତେବେ, ସେନା ଏହି ଦାବିକୁ ଅସ୍ୱୀକାର କରି ରାଜଧାନୀ ସହ ମ୍ଦୁରମାନ ସହରରେ ସରକାରଙ୍କ ଅର୍ଦ୍ଧସାମରିକ ରାପିଡ୍ ସପୋର୍ଟ ଫୋର୍ସ (RSF)ର ଏକ ଘାଟି ଉପରେ ଆକ୍ରମଣ କରିଥିଲା। ସୁଡ଼ାନର ସେନା ଓ ଅର୍ଦ୍ଧସାମରିକ ବାହିନୀ ମଧ୍ୟରେ ହୋଇଥିବା ହିଂସାତ୍ମକ ସଙ୍ଘର୍ଷରେ ଜଣେ ଭାରତୀୟ ନାଗରିକଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୁଡ଼ାନସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଏକ ଟ୍ୱିଟ୍ କରି କୁହାଯାଇଛି, ଯେ "ସୁଡାନରେ ଡାଲ୍ ଗ୍ରୁପ୍ କମ୍ପାନୀରେ କାର୍ଯ୍ୟରତ ଭାରତୀୟ ନାଗରିକ ଆଲବର୍ଟ ଓଗେଷ୍ଟିନ ଗତକାଲି ଗୁଳି ମାଡ଼ରେ ପ୍ରାଣ ହରାଇଛନ୍ତି”। ଟିଭି ଫୁଟେଜରେ ଅନେକ ଜିଲ୍ଲାରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ସୋସିଆଲ ମିଡିଆ ଭିଡିଓରେ ସାମରିକ ଜେଟ୍ ସହର ଉପରେ ତଳକୁ ଉଡ଼ୁଥିବାର ଦେଖାଯାଇଥିଲା, ଖାଲି ସେତିକି ନୁହେଁ ଜଣେ ବ୍ୟକ୍ତି ମିସାଇଲ୍ ଚଳାଇବାର ଦେଖିବାକୁ ମିଳିଥିଲା।


ଏହି ସମୟରେ ସୁଡାନରୁ ସାଉଦି ଆରବ ଅଭିମୁଖେ ବାହାରୁଥିବା ଏକ ସାଉଦି ଯାତ୍ରୀବାହୀ ବିମାନ ଉପରକୁ ଗୁଳି ମାଡ଼ ହୋଇଥିଲା ।  ଫଳରେ ଏଥିରେ ଅଗ୍ନିକାଣ୍ତ ଘଟିଥିଲା । ସାଉଦି ଆରବ ଜାତୀୟ ବିମାନ ସେବା ପକ୍ଷରୁ କୁହାଯାଇଛି ଯେ, ସାଉଦି ଆରବକୁ ଯାଉଥିବା ଏୟାରବସ୍ A330 ଉପରକୁ ଗୁଳି ଚଳନା କରାଯାଇଥିଲା । ବିମାନରେ ପାଇଲଟ କ୍ରୁଜଙ୍କ ବ୍ୟତୀତ ବହୁ ଯାତ୍ରୀ ମଧ୍ୟ ଥିଲେ। ତେବେ ବିମାନରେ ଥିବା ସମସ୍ତ କ୍ୟାବିନ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ସୁଡ଼ାନର ସାଉଦି ଦୂତାବାସରେ ପହଞ୍ଚାଯାଇଛି। ସୁଡ଼ାନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସମସ୍ତ ଭାରତୀୟ ନାଗରିକଙ୍କୁ ସତର୍କତା ଅବଲମ୍ବନ କରିବା ସହ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ସୁଡ଼ାନରେ ସେନା ଓ ଅର୍ଦ୍ଧସାମରିକ ଗୋଷ୍ଠୀ ମଧ୍ୟରେ ହୋଇଥିବା ହିଂସାତ୍ମକ ସଙ୍ଘର୍ଷରେ ତିନି ଜଣ ସାଧାରଣ ନାଗରିକଙ୍କର ମଧ୍ଯ ମୃତ୍ୟୁ ଘଟିଛି । ତେବେ ଏନେଇ ଏହି ହିସାଂ ବନ୍ଦ କରିବା ଲାଗି ରୁଷିଆର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଛି। ଫ୍ରାନ୍ସ ମଧ୍ୟ ସୁଡ଼ାନରେ ଜାରି ରହିଥିବା ଯୁଦ୍ଧକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛି । ଇଜିପ୍ଟ ଓ ସାଉଦି ଆରବର ଅନୁରୋଧ ପରେ ଆରବ ଲିଗ୍ ପକ୍ଷରୁ ରବିବାର ଦିନ ଏକ ଜରୁରୀ ବୈଠକ ବସିବା ନେଇ କାର୍ଯ୍ୟକ୍ରମ ରହିଛି । ଏଥିରେ ସୁଡ଼ାନର ଯୁଦ୍ଧ ସ୍ଥିତିକୁ ନେଇ ଆଲୋଚନା କରାଯିବ ।


ଏହା ବି ପଢନ୍ତୁ-Guinness world records: ପୁଅକୁ ପ୍ରେରଣା ଦେବା ଲାଗି ୬୦ ମିନିଟ୍ ରେ ଏତିକି ଥର ପୁଶ ଅପ୍ କରି ଗିନିଜ ୱାର୍ଲ୍ଡ ରେକର୍ଡ଼ କଲେ ଏହି ବ୍ୟକ୍ତି


ଗତ କିଛି ସପ୍ତାହ ଧରି ସାମରିକ ନେତା ଅବଦେଲ ଫତ୍ତାହ ଅଲ-ବୁରହାନ ଓ ପାରାମିଲିଟାରୀ ରାପିଡ ସପୋର୍ଟ ଫୋର୍ସ (ଆରଏସଏଫ) ର ସେନାଧ୍ୟକ୍ଷ ମହମ୍ମଦ ହାମଦାନ ଡାଗାଲୋଙ୍କ ମଧ୍ୟରେ ତିକ୍ତତା ବଢ଼ିବା ପରେ ଏହି ହିଂସା ଆରମ୍ଭ ହୋଇଥିଲା । ତେବେ ସୁଡ଼ାନରେ ଥିବା ସାଉଦି ଦୂତାବାସ ସମସ୍ତ ସାଉଦି ନାଗରିକଙ୍କୁ ଘରେ ରହିବାକୁ ଅନୁରୋଧ କରିଛି।